ମୁମ୍ବାଇ: ବାଣିଜ୍ୟନଗରୀ ମୁମ୍ବାଇରୁ ଚିହ୍ନଟ ହୋଇଥିବା ଦେଶର ଚତୁର୍ଥ ଓମିକ୍ରନ ସଂକ୍ରମିତ(Mumbai Omicron Patient) କୌଣସି ଟିକା ନେଇନଥିବା ଜଣାପଡିଛି । ମୁମ୍ବାଇ ନିକଟସ୍ଥ କଲ୍ୟାଣ-ଡୋମ୍ବିଭଲି ମ୍ୟୁନିସିପାଲିଟିରୁ ଏହି ୩୩ ବର୍ଷୀୟ ଯୁବକଙ୍କ ନିକଟରେ ଓମିକ୍ରନ ଭୂତାଣୁ ଥିବା ଚିହ୍ନଟ ହୋଇଥିଲା । ସେ ଦକ୍ଷିଣ ଆଫ୍ରିକାରୁ ଭାୟା ଦୁବାଇ ଦେଇ ମୁମ୍ବାଇରେ ପହଞ୍ଚିଥିଲେ । ମାତ୍ର ସେ କୌଣସି ଟିକା ନେଇନଥିବା ସ୍ପଷ୍ଟ ହୋଇଛି ।
ସେ ଜଣେ ମେରାଇନ ଇଞ୍ଜିନିୟର ହୋଇଥିବାରୁ ଦୀର୍ଘ ସମୟ ଧରି ସମୁଦ୍ର ମଧ୍ୟରେ ଥିଲେ । ତେଣୁ ତାଙ୍କର ଟୀକାକରଣ ହୋଇନଥିବା PTI ପକ୍ଷରୁ କୁହାଯାଇଛି । ସେ ୨୪ ନଭେମ୍ବରରେ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛି ।
ଅନ୍ୟପଟେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ( Maharashtra health Minister Rajesh Tope) କହିଛନ୍ତି ଯେ, କୋଭିଡ-୧୯ ନ୍ୟୁ ଭାରିଆଣ୍ଟ ଓମିକ୍ରନ(Omicron) ନିକଟରେ ଅଧିକ ସଂକ୍ରମଣ କ୍ଷମତା ରହିଛି । ମାତ୍ର ଏହାର ଲକ୍ଷଣ ସାମାନ୍ୟ । ଶନିବାର ଟୋପେ କହିଛନ୍ତି ଯେ, କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମଣ କ୍ଷମତା ଅଧିକ ଥିଲେ ମଧ୍ୟ ଏହାର ଲକ୍ଷଣ କମ, ତେଣୁ ଭୟଭୀତ ହେବାର ଆବଶ୍ୟକ ନାହିଁ।
ସେ କହିଛନ୍ତି ଯ, ' ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର ସଂକ୍ରମିତ ହୋଇଥିବା କୌଣସି ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଅମ୍ଳଜାନର ଆବଶ୍ୟକତା ପଡିନାହିଁ । ଏପରିକି ଓମିକ୍ରନରେ ଆକ୍ରାନ୍ତ ହୋଇ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିନାହିଁ । WHO ଏନେଇ ଅନୁସନ୍ଧାନ ଜାରି ରଖିଛି । ନ୍ୟୁ ଷ୍ଟ୍ରେନ ନେଇ ଆଗକୁ WHO ସୂଚନା ଦେବ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) କୁ ଆଗକୁ ଏନେଇ ଅଧିକ ସୂଚନା ଦେବାର ଆବଶ୍ୟକତା ରହିଛି ।'
କିନ୍ତୁ ବର୍ତ୍ତମାନ ଭୟଭୀତ ହେବାର କାରଣ ନାହିଁ । ମାସ୍କ ପିନ୍ଧିବା, ବାରମ୍ବାର ହାତ ସଫା ସହ ସାନିଟାଇଜ କରିବା ଉପରେ ଅଧିକ ଧ୍ୟାନ ଦେବାକୁ ଲୋକଙ୍କୁ ଆହ୍ବାନ କରିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ । ଏଥିସହ ଭ୍ୟାକ୍ସିନ ନେଇନଥିବା ଲୋକଙ୍କୁ ତୁରନ୍ତ ଟିକା ନେଇଯିବାକୁ ସେ ପରାମର୍ଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ