ETV Bharat / bharat

ସ୍ବାଧୀନ ଭାରତରେ ପ୍ରଥମଥର ପାଇଁ ଫାଶୀଖୁଣ୍ଟରେ ଝୁଲିବେ ଜଣେ ମହିଳା - Independent India's first woman to face execution

ସ୍ବାଧୀନ ଭାରତରେ ଫାଶୀଦଣ୍ଡ ପାଇବାରେ ପ୍ରଥମ ମହିଳା ହେବାକୁ ଯାଉଛନ୍ତି ଶବନମ । ଚାଞ୍ଚଲ୍ୟକର ଆମରୋହା ହତ୍ୟାକାଣ୍ଡରେ ଦୋଷୀସାବ୍ୟସ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶବନମ । ଏବେ ସେ ରାମପୁର ଜିଲ୍ଲା ଜେଲରେ ରହିଛନ୍ତି ଏବଂ ତାଙ୍କୁ ମଥୁରା ଜେଲ୍‌ରେ ଫାଶୀ ଦେବାକୁ ପ୍ରସ୍ତୁତି ଚାଲିଛି ।

ପ୍ରଥମଥର ପାଇଁ ଫାଶୀଖୁଣ୍ଟରେ ଝୁଲିବେ ଜଣେ ମହିଳା

author img

By

Published : Feb 19, 2021, 6:59 PM IST

ରାମପୁର: ରାଷ୍ଟ୍ରପତିଙ୍କ ଦ୍ବାରା ରାଜକ୍ଷମା ଆବେଦନ ନାକଚ ହେବା ପରେ, 2008 ମସିହାରେ ନିଜ ପରିବାରର ସାତ ଜଣଙ୍କୁ ହତ୍ୟା ଅପରାଧରେ ଦୋଷୀସାବ୍ୟସ୍ତ ହୋଇଥିବା ଉତ୍ତରପ୍ରଦେଶର ଶବନମ, ସ୍ବାଧୀନ ଭାରତରେ ଫାଶୀଦଣ୍ଡ ପାଇବାରେ ପ୍ରଥମ ମହିଳା ହେବାକୁ ଯାଉଛନ୍ତି । ଚାଞ୍ଚଲ୍ୟକର ଆମରୋହା ହତ୍ୟାକାଣ୍ଡରେ ଦୋଷୀସାବ୍ୟସ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶବନମ । ଏବେ ସେ ରାମପୁର ଜିଲ୍ଲା ଜେଲରେ ରହିଛନ୍ତି ଏବଂ ତାଙ୍କୁ ମଥୁରା ଜେଲ୍‌ରେ ଫାଶୀ ଦେବାକୁ ପ୍ରସ୍ତୁତି ଚାଲିଛି ।

ମାମଲାର ଇତିବୃତ୍ତ

ସଲିମ ନାମକ ଜଣେ ବ୍ୟକ୍ତିଙ୍କୁ ଭଲ ପାଆନ୍ତି ଶବନମ । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠେ ଏବଂ ସେମାନେ ବିବାହ କରିବାକୁ ଚାହାଁନ୍ତି । କିନ୍ତୁ ଶବନମଙ୍କ ପରିବାର ଏହି ସଂପର୍କକୁ ବିରୋଧ କରନ୍ତି ଏବଂ ସଂଘଠିତ ହତ୍ୟାକାଣ୍ଡରେ ହିଁ ସେମାନଙ୍କ ଆପତ୍ତିର ଅନ୍ତ ଘଟେ ।

ପ୍ରକାଶିତ ଖବର ଅନୁସାରେ, ଶବନମ ଓ ସଲିମ ମିଶି ତାଙ୍କ ପରିବାରକୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର କରନ୍ତି । 2008 ମସିହା ଏପ୍ରିଲ 14ରେ, ସେମାନେ ଶବନମଙ୍କ ବାପା, ମାଆ ଓ ଜଣେ 10 ମାସର ପୁତୁରା ସମେତ ପରିବାରର ସାତ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରନ୍ତି ।

ବିଭିନ୍ନ ଖବର ଅନୁସାରେ, ଏହି ପ୍ରେମୀ ଯୁଗଳ ହତ୍ୟା କରିବା ପୂର୍ବରୁ ପ୍ରଥମେ ପରିବାରର ସବୁ ଲୋକଙ୍କୁ ନିଶା ମିଶ୍ରିତ ଖାଦ୍ୟ ଖାଇବାକୁ ଦେଇଥିଲେ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଉଭୟ ଶବନମ ଓ ସଲିମ ଜିଲ୍ଲା ପୋଲିସ ଦ୍ବାରା ଗିରଫ ହୋଇଥିଲେ ।

ଏହି ମାମଲାରେ, 27 ମାସ ଭିତରେ 100 ଦିନ ଧରି ସାକ୍ଷୀମାନଙ୍କୁ ଜେରା କରାଯାଇଥିଲା । ରାୟ ପ୍ରକାଶ ପାଇବା ଦିନ, ଅଦାଲତ 29 ଜଣ ସାକ୍ଷୀଙ୍କର ବୟାନ ଶୁଣିଥିଲେ ।

649ଟି ପ୍ରଶ୍ନ ଏବଂ 160 ପୃଷ୍ଠାର ରାୟ

ସାକ୍ଷୀମାନଙ୍କୁ ଏହି ମାମଲା ସଂପର୍କିତ 649ଟି ପ୍ରଶ୍ନ ପଚରା ଯିବା ପରେ, ଅଦାଲତ 160 ପୃଷ୍ଠାର ରାୟ ଦେଇଥିଲେ । ପରବର୍ତ୍ତୀ ସମୟରେ, ସଲିମ ଏହି ହତ୍ୟାକାଣ୍ଡରେ ତା’ର ଭୂମିକାକୁ ସ୍ବୀକାର କରିଥିଲା ଏବଂ ପୋଲିସକୁ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ପାଖକୁ ନେଇଯାଇଥିଲା ।

2010 ମସିହା ଜୁଲାଇ 14 ତାରିଖରେ ଜିଲ୍ଲା ଓ ଦୌରା ଜଜ୍‌ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । 2010ରେ ହିଁ ଦୌରା ଜଜ୍‌ଙ୍କ ଏହି ରାୟ ବିରୋଧରେ ଦୁଇ ଅଭିଯୁକ୍ତ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ହାଇକୋର୍ଟ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ ।

ପରେ, ସେମାନେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ହେଁ 2015ରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ଆଇନଗତ ସମସ୍ତ ବିକଳ୍ପ ନିଃଶେଷ ହୋଇଯିବା ପରେ, ଶବନମ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲେ । ହେଲେ ଏହି ଆବେଦନ ଖାରଜ ହୋଇଯାଇଥିଲା । ସେମାନେ ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିସନ ମଧ୍ୟ ଦାୟର କରିଥିଲେ ।

ମଥୁରା ଜେଲ୍‌

ଦେଶରେ ମଥୁରା ଜେଲ୍‌ ହିଁ ଏକମାତ୍ର ଜେଲ୍‌, ଯେଉଁଠି ମହିଳାଙ୍କୁ ଫାଶୀ ଦେବା ପାଇଁ ସ୍ବତନ୍ତ୍ର କକ୍ଷ ରହିଛି ।

ଶବନମ 2019ରେ ମଥୁରା ଜେଲକୁ ଆସିଲେ ଏବଂ ଅନ୍ୟ କଏଦୀମାନଙ୍କ ସହ ତାଙ୍କର ବ୍ୟବହାର ଭଲ ଥିଲା । ସ୍ବାଧୀନ ଭାରତରେ ଫାଶୀଦଣ୍ଡ ପାଇବାରେ ସେ ହେବେ ପ୍ରଥମ ମହିଳା । ଈଟିଭି ଭାରତ ସହ କଥାବାର୍ତ୍ତା କରି ଜେଲର ରାକେଶ କୁମାର ବର୍ମା କହିଲେ ଯେ, ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀମାନଙ୍କ ଫାଶୀ ପାଇଁ ରସି କିଣିବା ଲାଗି ମଥୁରା ଜେଲ ପ୍ରଶାସନ ପକ୍ଷରୁ ବରାଦ ଦିଆସରିଛି ।

ଭାରତରେ ମହିଳାଙ୍କୁ ମୃତ୍ୟୁଦଣ୍ଡ

ସ୍ବାଧୀନତା ପରବର୍ତ୍ତୀ ସମୟରେ ଭାରତରେ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇନାହିଁ ଏବଂ ପ୍ରାୟ 150 ବର୍ଷ ତଳେ, 1870 ମସିହାରେ ମଥୁରା ଜେଲରେ ମହିଳାଙ୍କୁ ଫାଶୀ ଦେବା ଲାଗି ଉଦ୍ଦିଷ୍ଟ ଏକମାତ୍ର କକ୍ଷ ବ୍ରିଟିଶ ସରକାରଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା ।

କେବଳ 1956 ମସିହାର ଉତ୍ତରପ୍ରଦେଶ ଜେଲ ମାନୁଆଲରେ ଭାରତର ଏହି ଏକମାତ୍ର ଫାଶୀ କକ୍ଷ ସଂପର୍କରେ ଉଲ୍ଲେଖ କରାଯାଇଛି ଏବଂ ଏଥିରେ ମୃତ୍ୟୁଦଣ୍ଡ ପାଇଥିବା ମହିଳାଙ୍କୁ ଫାଶୀ ଦେବା ସଂପର୍କିତ ବିସ୍ତୃତ ନିୟମାବଳୀ ରହିଛି ।

ପରିବାର ଲୋକେ ଖୁସି

ଶବନମଙ୍କ କକା ସତ୍ତାର ଅଲ୍ଲି କହିଲେ, “ଏହି ବୀଭତ୍ସ କାଣ୍ଡ ଘଟିବା ସମୟରେ ଆମେ କେହି ଘରେ ନଥିଲୁ। ରାତି ପ୍ରାୟ 2ଟା ବେଳେ ଆମେ ଯେତେବେଳେ ସେଠାକୁ ଗଲୁ, ଘର ସାରା ରକ୍ତ ପଡ଼ି ରହିଥିଲା ଏବଂ ଖଣ୍ଡଖଣ୍ଡ କଟାହୋଇଥିବା ମୃତଦେହ ପଡ଼ିଥିଲା । ଏଭଳି ଅପରାଧ ଅକ୍ଷମଣୀୟ । ନିଜ ପରିବାରର ସାତ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିବାରୁ ଶବନମକୁ ଫାଶୀ ଦିଆଯିବା ଉଚିତ ।

ଫାଶୀଗୃହ ପରିଦର୍ଶନ କଲେ ପବନ ଜଲ୍ଲାଦ

ବିଭିନ୍ନ ସୂତ୍ର ଅନୁସାରେ, ଥରେ ଫାଶୀ ପାଇଁ ତାରିଖ ଧାର୍ଯ୍ୟ ହୋଇଗଲେ, ପବନ ନାମକ ଜଲ୍ଲାଦଙ୍କ ଦ୍ବାରା ଫାଶୀ ଦିଆଯିବ । ଯେ କି ପବନ ଜଲ୍ଲାଦ ନାମରେ ମଧ୍ୟ ପରିଚିତ । ପବନ ଜଣେ ପେସାଦାର ଜଲ୍ଲାଦ ଏବଂ ନିର୍ଭୟା ମାମଲାରେ ମଧ୍ୟ ସେ ଅପରାଧୀମାନଙ୍କୁ ଫାଶୀଦେବା କାମରେ ନିୟୋଜିତ ହୋଇଥିଲେ ।

ତାଙ୍କ ବାପା ଓ ପୂର୍ବବର୍ତ୍ତୀ ତିନି ପିଢ଼ି ଭଳି ପବନ ମଧ୍ୟ ଫାଶୀଦଣ୍ଡ କାର୍ଯ୍ୟକାରୀ କରିବା ସଂପର୍କିତ

ସମସ୍ତ ବିବରଣୀ ଜାଣିଛନ୍ତି । ପବନ କହିଲେ, “ପ୍ରେମିକ ସହିତ ମିଶି ସେ ତା’ର ପୂରା ପରିବାରକୁ ହତ୍ୟା କଲା । ଏହା ଏକ ଜଘନ୍ୟ ଅପରାଧ ଏବଂ ସେମାନେ ଫାଶୀ ପାଇବା ଉଚିତ । ମୁଁ ଏହି ଦଣ୍ଡାଦେଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଯାଞ୍ଚ କରି ଦେଖିବି, ଦଉଡ଼ିକୁ ଦେଖିବି, ଫାଶୀ ଖୁଣ୍ଟ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କି ନାହିଁ ପରଖି ଦେଖିବି ।”

ରାଷ୍ଟ୍ରପତିଙ୍କ ପାଖରେ ଶବନମଙ୍କ ପୁଅର ନିବେଦନ

ଇତିମଧ୍ୟରେ, ମାଆଙ୍କ ଜଘନ୍ୟ ଅପରାଧକୁ କ୍ଷମା କରିଦେବା ସହିତ ମୃତ୍ୟୁଦଣ୍ଡାଦେଶ ପ୍ରତ୍ୟାହାର କରିବା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ଆକୁଳ ନିବେଦନ କରିଛି ଶବନମଙ୍କ 12 ବର୍ଷର ପୁଅ ତାଜ । ଶବନମଙ୍କ ଫାଶୀଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ଡେଥ୍‌ ୱାରାଣ୍ଟରେ ଯେକୌଣସି ମୁହୂର୍ତ୍ତରେ ସ୍ବାକ୍ଷର କରାଯାଇପାରେ ଏବଂ ଏଭଳି ସମୟରେ ହିଁ ତାଙ୍କ ପୁଅ ଏହି ନିବେଦନ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.