ETV Bharat / bharat

ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ଆଜମ ଖାନଙ୍କ ବିରୋଧରେ ଆଉ ଏକ ମାମଲା

ପୁଣି ବିବାଦରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ (SP Leader Azam Khan) । ମହିଳାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା । ଅଧିକ ପଢନ୍ତୁ

ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ସପା ନେତାଙ୍କ ବିରୋଧରେ ଆଉ ଏକ ମାମଲା

author img

By

Published : Dec 2, 2022, 5:58 PM IST

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ଆଜମ ଖାନ (SP Leader Azam Khan)ଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା । ଗତ ଗୁରୁବାର ବିଳମ୍ବିତ ରାତିରେ ଗଞ୍ଜ ଥାନାରେ ଏହି ମାମଲା ରୁଜୁ ହୋଇଛି । ମହିଳାଙ୍କ ବିରୋଧରେ ଆଜମ ରାମପୁରରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ବିରୋଧ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି କିଛି ମହିଳା । ସେମାନେ ଆଜମଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ସପା ନେତାଙ୍କ ବିରୋଧରେ ଆଉ ଏକ ମାମଲା
ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ସପା ନେତାଙ୍କ ବିରୋଧରେ ଆଉ ଏକ ମାମଲା

ସପା ନେତା ଆଜମ ଖାନ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଆସିଛନ୍ତି । ଏପରିକି ଆଜମଙ୍କ ଏହି ମନ୍ତବ୍ୟକୁ ନେଇ କୋର୍ଟ ତାଙ୍କୁ ୩ ବର୍ଷ କାରା ଦଣ୍ଡାଦେଶ ଶୁଣାଇଥିଲେ । ଏହାସହିତ ତାଙ୍କ ବିଧାୟକ ପଦ ମଧ୍ୟ ରଦ୍ଦ ହୋଇଥିଲା । ଏହାପରେ ମଧ୍ୟ ସେ ରାମପୁର ଉପନିର୍ବାଚନରେ ସପା ପ୍ରାର୍ଥୀ ଆସିମ ରାଜାଙ୍କ ନିର୍ବାଚନୀ ପ୍ରଚାରର ପୁଣି ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ପୂର୍ବରୁ ଦଣ୍ଡ ପାଇଥିବା ସତ୍ତ୍ବେ ସେ ନିଜ ଭାଷାରେ ସଞ୍ଜମତା ରକ୍ଷା କରିନଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- BIG ACCIDENT: ଖୋଦେଇ ବେଳେ ଚାପି ହୋଇ ୭ ଜଣ ମୃତ, ଫସିଛନ୍ତି ଆଉ 15 ଗ୍ରାମବାସୀ

ଗତ ୨୯ ନଭେମ୍ବରରେ ଶୁତରଖାନାରେ ଅନୁଷ୍ଠିତ ଏକ ନିର୍ବାଚନ ରାଲିରେ ଆଜମ ଖାନ ଏହି ଭାଷଣ ଦେଇଥିଲେ । ଆଜମ ଖାନ କହିଥିଲେ ଯେ ସେ ଉତ୍ତରପ୍ରଦେଶ ସରକାରରେ ୪ଥର ମନ୍ତ୍ରୀ ରହିଛନ୍ତି । ଏହି ସମୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ମହିଳାମାନେ ବିରୋଧ କରି ରାମପୁରର ଥାନା ଗଞ୍ଜରେ ଗୁରୁବାର ଆଜମ ଖାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରିଣୀ ଶେହନାଜ କହିଛନ୍ତି, " ଆଜମ ଖାନଙ୍କ ବୟାନ ଅତ୍ୟନ୍ତ ଆପତ୍ତିଜନକ । ଏହି ମନ୍ତବ୍ୟରେ ସେ ସମସ୍ତ ମହିଳାଙ୍କୁ ଆକ୍ଷେପ କରିଛନ୍ତି ।

ତାଙ୍କୁ କଣ କେହି ପଚାରି ସନ୍ତାନ ଜନ୍ମ କରିବେ ? ତାଙ୍କ ଭାଷା ଆପତ୍ତିଜନକ, ଯାହାକି ମହିଳାଙ୍କୁ ଅପମାନ କରିଛି । ସେ ମହିଳା ମାନଙ୍କୁ ସମ୍ମାନ କରନ୍ତି ନାହିଁ ।" ଆଜମଙ୍କ ବୟାନ ଅନେକ ମହିଳାଙ୍କୁ କଷ୍ଟ ଦେଇଛି । ଏନେଇ ଅନେକ ମହିଳା ଆକ୍ରୋଶ ଭାବ ଆଣିଛନ୍ତି । ଘଟଣାର ଯାଞ୍ଚ କରାଯାଉଛି ବୋଲି ଗଞ୍ଜ ଥାନାଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.