ETV Bharat / bharat

ଧମକପୂର୍ଣ୍ଣ ଚିଠି ମିଳିବା ପରେ ବଢିଲା କିରଣ ତିୱାରୀଙ୍କ ସୁରକ୍ଷା

author img

By

Published : Jul 4, 2022, 9:55 AM IST

ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ ଏବଂ କମଲେଶ ତିଓ୍ବାରୀଙ୍କ ସ୍ତ୍ରୀ କିରଣ ତିଓ୍ବାରୀଙ୍କ ସୁରକ୍ଷା ବଢାଇ ଦିଆଯାଇଛି । ଅଧିକ ପଢନ୍ତୁ

କିରଣ ତିଓ୍ବାରୀଙ୍କ ବଢିଲା ସୁରକ୍ଷା
କିରଣ ତିଓ୍ବାରୀଙ୍କ ବଢିଲା ସୁରକ୍ଷା

ଲକ୍ଷ୍ନୌ: ରାଜସ୍ଥାନର ଉଦୟପୁର ଏବଂ ମହାରାଷ୍ଟ୍ରର ଅମରାବତୀ ଘଟଣା ପରେ ଲକ୍ଷ୍ନୌରେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ ଏବଂ କମଲେଶ ତିଓ୍ବାରୀଙ୍କ ସ୍ତ୍ରୀ କିରଣ ତିଓ୍ବାରୀଙ୍କ ସୁରକ୍ଷା ବଢାଇ ଦିଆଯାଇଛି । କିରଣ ତିଓ୍ବାରୀଙ୍କୁ ଧମକ ମିଳିବା ପରେ ପ୍ରଶାସନ ସୁରକ୍ଷା ବଢାଇବାକୁ ନିଷ୍ପତ୍ତି ନେଇଛି । ଏବେ କିରଣଙ୍କ ଘରେ ୭ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି, ଯେଉଁଥିରେ ଜଣେ ମହିଳା ରହିଛନ୍ତି ।

ଉଦୟପୁର ଘଟଣା ପରେ ହିନ୍ଦୁବାଦୀ ନେତା କମଳେଶ ତିଓ୍ବାରୀଙ୍କ ସ୍ତ୍ରୀଙ୍କୁ ଚାରି ପୃଷ୍ଠା ବିଶିଷ୍ଟ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ ଏବଂ ସାଧ୍ବୀ ପ୍ରଜ୍ଞା ସିଂ ଠାକୁରଙ୍କ ଫଟୋରେ ଟାର୍ଗେଟ କଲାଭଳି କ୍ରସ ଚିହ୍ନ ଦିଆଯାଇଥିଲା । ଏହି ଧମକପୂର୍ଣ୍ଣ ଟିଠି ପରେ ପୋଲିସ କିରଣଙ୍କୁ ସୁରକ୍ଷା ଦେଇଛନ୍ତି ।

ଏହି ୭ ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୫ ଜଣ ୨୪ ଘଣ୍ଟା କିରଣ ତିଓ୍ବାରୀଙ୍କ ଘରେ ନିୟୋଜିତ ରହିବେ । ଆଉ ଦୁଇ ପୋଲିସ କର୍ମଚାରୀଙ୍କୁ ସ୍ଥାନୀୟ ନାକା ଥାନାରେ ଡ୍ୟୁଟିରେ ଲଗାଯାଇଛି । ଯାତାୟାତ କରୁଥିବା ପ୍ରତ୍ୟେକଙ୍କ ଲୋକଙ୍କ ଉପରେ ନଜର ରଖିବା ସହିତ ସେମାନଙ୍କ ଯାଞ୍ଚ କରାଯାଉଛି ଏବଂ ସେମାନଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ଲେଖାଯାଉଛି । ସେହିପରି ଏହି ଘଟଣା ପରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ମଧ୍ୟ କିରଣଙ୍କ ସୂଚନା ମାଗିଛନ୍ତି । ସେ ଫୋନରେ ବାର୍ତ୍ତାଳାପ କରିଥିବାର ସମସ୍ତ ସୂଚନା ଦେବାକୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.