ETV Bharat / bharat

ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଆୟକର ବିଭାଗର ଚଢାଉ

author img

By

Published : Sep 17, 2021, 5:46 PM IST

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଗପୁର ସ୍ଥିତ ଘରେ ଆୟକର ବିଭାଗ ରେଡ କରିଛି । ପୂର୍ବରୁ ସିବିଆଇ ଓ ଇଡି ମଧ୍ୟ ଚଢାଉ କରିଥିଲା । ଅଧିକ ପଢନ୍ତୁ...

Incom Tax raids on former Maharashtra Home Miniser Anil deshmukh's house at Nagpur
ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଗପୁର ସ୍ଥିତ ଘରେ IT ରେଡ

ନାଗପୁର: ଅନିଲ ଦେଶମୁଖଙ୍କ ଘରେ ଆଇଟି ରେଡ । ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଗପୁର ସ୍ଥିତ ଘରେ ଆୟକର ବିଭାଗ ରେଡ କରିଛି । ପୂର୍ବରୁ ସିବିଆଇ ଓ ଇଡି ମଧ୍ୟ ଚଢାଉ କରିଥିଲା ।

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ ପରେ ଏବଂ ଆୟକର ବିଭାଗର ରେଡ । ଶୁକ୍ରବାର ଅନିଲ ଦେଶମୁଖଙ୍କ ନାଗପୁର ସ୍ଥିତ ଘରେ ଆୟକର ବିଭାଗ ରେଡ କରିଛି । ମଙ୍ଗଳବାର ଇଡି ଅନିଲ ଦେଶମୁଖ ମାମଲାର ଚାର୍ଜସିଟ ଦାଖଲ କରିବା ପରେ ଆୟକର ବିଭାଗ ରେଡ କରିଛି । ମୁ୍ମ୍ବାର ପୂର୍ବତନ ପୋଲିସ କମିସନର ପରମବୀର ସିଂହଙ୍କ ଠାରୁ ଅନିଲ ଦେଶମୁଖଙ୍କ ସହଯୋଗୀ ୨୦ କୋଟି ଟଙ୍କା କାରବାର ମାମଲାରେ ଏହି ଚଢାଉ କରିଛି ଆୟକର ବିଭାଗ।

ସୂଚନାଥାଉକି ଗତ ଫେବୃୟାରୀ ୨୫ ରେ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ବୋଝେଇ କାର ମିଳିବା ପରେ ବିବାଦରେ ଫସିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ସଚିନ ୱାଜେ ଗିରଫ କରିଛି ପୋଲିସ । ଏହାକୁ ନେଇ ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଛି ଏବଂ ନୂଆ ନୂଆ ତଥ୍ୟ ପଦାକୁ ଆସିଛି । ତତକାଳୀନ ମୁମ୍ବାଇ ପୋଲିସ କମିସନର ପରମବୀର ସିଂହ ମଧ୍ୟ ବିବାଦର ଫଶିଛନ୍ତି । ମୁ୍ମ୍ବାଇରେ ବଟି ଆଦାୟ ନେଇ ସଂପୃକ୍ତ ଘଟଣା ଘଟାଇଥିବା ନେଇ ଜଣାପଡିଥିଲା। ଏହା ପରେ ତଦନ୍ତ ଦାୟିତ୍ବ ସିବିଆଇ ହାତରେ ନ୍ୟସ୍ତ କରାଯାଇଥିଲା ଏବଂ ସମସ୍ତଙ୍କୁ ଜେରା କରିଛି ସିବିଆଇ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.