ETV Bharat / bharat

ପେନସନ ଟଙ୍କାରେ ନକଲି ନୋଟ, ବଦଳାଇଥିଲେ ସରକାରୀ କର୍ମଚାରୀ

author img

By

Published : Jan 2, 2023, 4:53 PM IST

ଆନ୍ଧ୍ର ପ୍ରଦେଶରେ ପେନସନ ଟଙ୍କାରୁ ବାହାରିଲା ନକଲି ନୋଟ (fake notes in pension money)। ବାଣ୍ଟିଥିବା ସରକାରୀ କର୍ମଚାରୀ ଟଙ୍କା ବଦଳାଇଥିବା ଜଣାପଡିବା ପରେ ଗିରଫ । ଅଧିକ ପଢନ୍ତୁ

ପେନସନ ଟଙ୍କାରେ ନକଲି ନୋଟ
ପେନସନ ଟଙ୍କାରେ ନକଲି ନୋଟ

ହାଇଦ୍ରାବାଦ: ବୃଦ୍ଧଙ୍କ ପେନସନ ଟଙ୍କାରୁ ମିଳିଲା ନକଲି ନୋଟ । ଏପରି ଅଭିଯୋଗ ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲାରୁ ଆସିଛି (fake notes in pension money)। ପ୍ରାଥମିକ ତଦନ୍ତ ପରେ ଏହାର ସତ୍ୟାସତ୍ୟ ମଧ୍ୟ ସାମ୍ନାକୁ ଆସିଛି । ଟଙ୍କା ବାଣ୍ଟିଥିବା କର୍ମଚାରୀ ହିଁ ଏପରି କରିଥିବା ଜଣାପଡିଛି । ପେନସନଭୋଗୀଙ୍କୁ ମିଳିଥିବା ଟଙ୍କାକୁ ବଦଳାଇ ତାଙ୍କୁ ନକଲି ନୋଟ ଜଣେ ସରକାରୀ କର୍ମଚାରୀ ହିଁ ଦେଇଥିଲେ । ଏହି କର୍ମଚାରୀଙ୍କୁ ସେବାରୁ ନିଲମ୍ବିତ କରାଯିବା ସହ ପ୍ରାଥମିକ ତଦନ୍ତ ପରେ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ପ୍ରକାଶମ ଜିଲ୍ଲାରେ କିଛି ପେନସେନ ଭୋଗୀ ସେମାନଙ୍କୁ ପେନସନ ଆକାରରେ ଜାଲନୋଟ ମିଳିଥିବା ନେଇ ଅଭିଯୋଗ କରିଥିଲେ । ସରକାରୀ ଟଙ୍କାରେ ଜାଲ ନୋଟ ଠାବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପେନସନ ଆବଣ୍ଟନ ଦାୟିତ୍ବରେ ଥିବା ସରକାରୀ ଭଲ୍ୟୁଣ୍ଟିଅର ପ୍ରଥମେ ସନ୍ଦେହ ପରିସରକୁ ଆସିଥିଲେ । ତାଙ୍କୁ ପ୍ରଥମେ ଜେରା କରିବା ପରେ ସେ ଏହାକୁ ଖଣ୍ଡନ କରିବା ସହ ପରବର୍ତ୍ତୀ ସମୟରେ ସେ ହିଁ ଏପରି କରିଥିବା ସ୍ବୀକାର କରିଥିଲେ । ସ୍ଥାନୀୟ ମଣ୍ଡଳ ପରିଷଦ ଉନ୍ନୟନ ଅଧିକାରୀ(MPDO) ଏନେଇ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ହୋଇଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଅବଗତ କରିଛନ୍ତି । ତାଙ୍କୁ ଦାୟିତ୍ବରୁ ଅପସାରଣ କରାଯିବା ସହ ସ୍ଥାନୀୟ ପୋଲିସର ଜିମା ଦିଆଯାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

କେମିତି ଜଣା ପଡିଲା ଘଟଣା:-

ଗତକାଲି(ରବିବାର) ୟାରାଗୋଣ୍ଡାପାଲେମ ମଣ୍ଡଳରେ ସରକାରୀ ଭଲ୍ୟୁଣ୍ଟିଅର ଘରକୁ ଘର ଯାଇ ପେନସନଭୋଗୀଙ୍କୁ ପେନସନ ଟଙ୍କା ଦେଇ ଆସିଥିଲେ । ତେବେ ଏହି ଟଙ୍କା ନକଲି ବୋଲି ଜଣାପଡିବା ପରେ ମଣ୍ଡଳ ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଥିଲେ ପେନସନଭୋଗୀ । ଏନେଇ ବିଭାଗୀୟ ତଦନ୍ତ ଆରମ୍ଭ ହେବାପରେ ଟଙ୍କା ବଣ୍ଟନ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କ ଏପରି ଆତ୍ମସାତ ଓ ହେରଫେର ଘଟଣା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.