ETV Bharat / bharat

ଏକତରଫା ପ୍ରେମରୁ ନାରକୀୟ କାଣ୍ଡ: ହିନ୍ଦୁ ଯୁବତୀଙ୍କୁ ହତ୍ଯା କଲା ମୁସଲମାନ ଯୁବକ

author img

By

Published : Nov 23, 2022, 11:00 PM IST

ଏକତରଫା ପ୍ରେମରେ ବିଫଳ ହେବା ପରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା କଲା ମୁସଲମାନ ଯୁବକ । ଫେରାର ଉଦ୍ୟମ ବେଳେ ଅଭିଯୁକ୍ତକୁ ବସଷ୍ଟାଣ୍ଡରେ ଧରିଲା ପୋଲିସ (muslim youth killed hindu girl) । ଅଧିକ ପଢନ୍ତୁ

ଏକତରଫା ପ୍ରେମରୁ ନାରକୀୟ କାଣ୍ଡ: ହିନ୍ଦୁ ଯୁବତୀଙ୍କୁ ହତ୍ଯା କଲା ମୁସଲମାନ ଯୁବକ
ଏକତରଫା ପ୍ରେମରୁ ନାରକୀୟ କାଣ୍ଡ: ହିନ୍ଦୁ ଯୁବତୀଙ୍କୁ ହତ୍ଯା କଲା ମୁସଲମାନ ଯୁବକ

ଚଣ୍ଡିଗଡ଼: ବୁଣ୍ଡେଲ ସେକ୍ଟର-45 ରେ ଏକତରଫା ପ୍ରେମ କାରଣରୁ ଜଣେ ହିନ୍ଦୁ ଯୁବତୀକୁ ନିର୍ମମ ଭାବେ ହତ୍ୟା କରିଛି ଜଣେ ଇସଲାମ ଯୁବକ । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବତୀ ଉତ୍ତର ପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଯୁବକ ବିହାରର ମଧୁବନୀ ଅଞ୍ଚଳର ବାସିନ୍ଦା । ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଚଣ୍ଡିଗଡ଼ରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ତାକୁ ସେକ୍ଟର-43 ବସଷ୍ଟାଣ୍ଡ ନିକଟରୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ 25 ବର୍ଷୀୟ ମହମ୍ମଦ ସାରିକ୍ ବୋଲି ପୋଲିସ ସୂଚନା ଦେଇଛି (muslim youth killed hindu girl) ।

ସ୍ଥାନୀୟ ଅଞ୍ଚଳରେ ଭଡାରେ ରହୁଥିବା 18 ବର୍ଷୀୟା ମମତା (ଛଦ୍ମନାମ)ଙ୍କୁ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ । ଯୁବକ ବିବାହିତ ହୋଇଥିବା ବେଳେ ମମତା ତାକୁ ବିରୋଧ କରି ଆସୁଥିଲା । ଅଭିଯୁକ୍ତ କିନ୍ତୁ ବାରମ୍ବାର ଯୁବତୀଙ୍କୁ ପ୍ରେମ ନିବେଦନ କରିବା ସହ ହଇରାଣ ମଧ୍ୟ କରୁଥିଲା । ଏହାକୁ ବିରୋଧ କରିବାରୁ ଯୁବତୀଜଣଙ୍କ ଏକାକୀ ଘରେ ଥିବା ବେଳେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଘରେ ପଶି ଆକ୍ରମଣ କରିବା ସହ ହତ୍ୟା କରିଥିଲା । ଯୁବତୀର ସାନଭାଇ ଘରକୁ ଫେରି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଦେଖି ପଡୋଶୀଙ୍କୁ ସୂଚନା ଦେଇଥିଲା । ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ପରେ ଘଟଣାସ୍ଥଳରୁ ଫେରାର ହୋଇଯିବା ସହ ଚଣ୍ଡିଗଡରୁ ମଧ୍ୟ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଭିଯୁକ୍ତ ଗିରଫ କରିଛି । ଅଭିଯୁକ୍ତ ବିହାର ମଧୁବନୀ ଜିଲ୍ଲାର ବାସିନ୍ଦା । ଚଣ୍ଡିଗଡରେ ସମ୍ପୃକ୍ତ ଯୁବତୀ ରହୁଥିବା ଅଞ୍ଚଳରେ ଭଡାରେ ରହୁଥିଲା । ଯୁବତୀଜଣଙ୍କ ଅନ୍ୟମାନଙ୍କ ଘରେ ସହାୟକ ଭାବେ କାମ କରୁଥିବା ବେଳେ ଅଭିଯୁକ୍ତ ଯୁବକ ଫୁଡ ଡେଲିଭରୀ ବୟ ଭାବେ କାମ କରୁଥିଲା । ଉଭୟ ପାଖିପାଖି ରହୁଥିବା ବେଳେ ସମ୍ପୃକ୍ତ ଯୁବକ ଯୁବତୀ ପ୍ରତି ଆକର୍ଷିତ ହେବା ସହ ପ୍ରେମ ସମ୍ପର୍କ ପାଇଁ ବାରମ୍ବାର ଚାପ ମଧ୍ୟ ପକାଉଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି ପ୍ରାଥମିକ ଜେରା ପରେ ଏହା ଏକ ଏକତରଫା ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.