ETV Bharat / bharat

ଜ୍ୟୋତିଷଙ୍କ କଥା ବିଶ୍ବାସ କରି ପ୍ରେମିକକୁ ବିଷ ଦେଇ ହତ୍ୟା କଲା ପ୍ରେମିକା - ଜ୍ୟୋତିଷଙ୍କ କଥା ବିଶ୍ବସ କରି ପ୍ରେମିକକୁ ହତ୍ୟା

ଅନ୍ଧ ବିଶ୍ବାସର କରୁଣ ପରିଣତି । ପ୍ରେମିକକୁ ବିଷ ଦେଇ ହତ୍ୟା କଲା ପ୍ରେମିକା । ଅଧିକ ପଢନ୍ତୁ

ଜ୍ୟୋତିଷଙ୍କ କଥା ବିଶ୍ବସ କରି ପ୍ରେମିକାକୁ ବିଷ ଦେଇ ହତ୍ୟା କଲା ପ୍ରେମିକ

author img

By

Published : Oct 30, 2022, 10:53 PM IST

Updated : Oct 31, 2022, 2:28 PM IST

ଥିରୁଅନନ୍ତପୁରମ : ଅନ୍ଧ ବିଶ୍ବାସର କରୁଣ ପରିଣତି । ପ୍ରେମିକକୁ ବିଷ ଦେଇ ହତ୍ୟା କଲା ପ୍ରେମିକା । ଜ୍ୟୋତିଷଙ୍କ କହିବା ଅନୁଯାୟୀ ପ୍ରେମିକା ତଥା ମହିଳା ଜଣକ ନଭେମ୍ବର ପୂର୍ବରୁ ଯାହାକୁ ବିବାହ କରିବେ ତାଙ୍କର ମୃତ୍ୟୁ ହୋଇଯିବ । ଏହି ଅନ୍ଧବିଶ୍ବସକୁ ଦୂର କରିବା ପାଇଁ ପ୍ରେମିକା ହତ୍ୟା କରିବାର ଯୋଜନା କରିଥିଲେ । ପ୍ରେମିକା ଜଣକ ପ୍ରେମିକ ଜୁସରେ କପର ସଲଫେଟ ମିଶାଇ ତାକୁ ହତ୍ୟା କରିଛି । କେରଳର ଥିରୁଅନନ୍ତପୁରମରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଶାରନ ଓ ଗ୍ରୀଷ୍ମାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଆସିଥିଲା । ହେଲେ ଗ୍ରୀଷ୍ମାର ପରିବାର ଲୋକେ ଜଣେ ଯବାନଙ୍କ ସହ ତାଙ୍କ ବିବାହ ଠିକ୍ କରିଥିଲେ । ଝିଅର ବିବାହ ପାଇଁ ପରିବାରବର୍ଗ ଏକ ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ । ଜ୍ୟୋତିଷ ଜଣଙ୍କ କହିଥିଲେ ଯେ ନଭେମ୍ବର ପୂର୍ବରୁ ଝିଅର ବିବାହ ହେଲେ ସ୍ବାମୀର ମୃତ୍ୟୁ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଅନ୍ଧବିଶ୍ବସକୁ ଦୂର କରିବା ପାଇଁ ପ୍ରେମିକା ଗ୍ରୀଷ୍ମା ହତ୍ୟା କରିବାର ଯୋଜନା କରିଥିଲେ ।

ତେବେ ପୋଲିସର ତଦନ୍ତ ପରେ ସୂଚନା ଦେଇଛି କି ହତ୍ୟା କରାଯାଇଥିବା ଶାରନକୁ ଗ୍ରୀଷ୍ମା ଏକୁଟିଆ ମାରିନାହିଁ । ଏଥିରେ ଗ୍ରୀଷ୍ମାର ପରିବାରବର୍ଗଙ୍କ ସହଯୋଗ ରହିଛି । ସେ ପ୍ରେମିକ ଶାରନଙ୍କ ଜୁସ୍‌ରେ କପର ସଲଫେଟ୍‌ ମିଶାଇ ତାକୁ ପିଇବାକୁ ଦେଇଥିଲା ଗ୍ରୀଷ୍ମା। ଏହାପରେ ଶାରନଙ୍କ ମୃତ୍ୟୁ ହୋଇଛି । ପୋଲିସର ଆଠ ଘଣ୍ଟା ଜେରା ପରେ ଗ୍ରୀଷ୍ମା ନିଜ ଦୋଷକୁ ସ୍ବୀକାର କରିଛି । ଏହା ସହିତ ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ହ୍ବାଟ୍ସଅପ ଚାଟରୁ ମଧ୍ୟ ଜୁସ୍ ଚ୍ୟାଲେଞ୍ଜ ନାମକ ଏକ ବାର୍ତ୍ତାଳାପ ସାମ୍ନାକୁ ଆସିଥିବା ପୋଲିସ୍ ସୂଚନା ଦେଇଛି ।

Last Updated : Oct 31, 2022, 2:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.