ETV Bharat / bharat

ଆଗାମୀ ବର୍ଷରୁ ଭକ୍ତଙ୍କୁ ପ୍ରସାଦରେ ମିଳିବେ ବାବା କେଦାରନାଥ

author img

By

Published : Nov 10, 2020, 10:34 PM IST

ଆଗାମୀ ବର୍ଷ ଶ୍ରଦ୍ଧାଳୁଙ୍କୁ ଛୋଟ ଛୋଟ ଶିବଲିଙ୍ଗ ପ୍ରସାଦ ରୂପରେ ଦିଆଯିବ । ଫଳରେ ଭକ୍ତମାନେ ଘରେ ବି ବାବା କେଦାରନାଥଙ୍କୁ ପୂଜା କରି ପାରିବେ ।

ଆଗାମୀବର୍ଷରୁ ଭକ୍ତଙ୍କୁ ପ୍ରସାଦରେ ମିଳିବେ ବାବା କେଦାରନାଥ

ଡେରାଡୁନ: ଆଗାମୀ ବର୍ଷ ଶ୍ରଦ୍ଧାଳୁମାନେ କେଦାରଧାମ ଯାତ୍ରାକୁ ଆସିଲେ ସେମାନଙ୍କୁ କେଦାରପୁରୀରେ ଅନେକ ପରିବର୍ତ୍ତନ ହୋଇଥିବାରୁ ଦେଖିବାକୁ ମିଳିବ । ଯେପରି ଶଙ୍କରାଚାର୍ଯ୍ୟ ସମାଧି ସ୍ଥଳର କାର୍ଯ୍ୟ ସମ୍ପୂର୍ଣ୍ଣ ପୂରା ହୋଇ ସାରିଥିବ ଓ ନୂତନ 3ଟି ଗୁମ୍ଫାର ନିର୍ମାଣ ମଧ୍ୟ ହୋଇଯାଇଥିବ । ଫଳରେ ଶ୍ରଦ୍ଧାଳୁମାନଙ୍କୁ ଯୋଗ ଓ ଧ୍ୟାନ କରିବାକୁ ସହଜ ହେବ । ଏହା ବ୍ୟତୀତ ଶ୍ରଦ୍ଧାଳୁଙ୍କୁ ଛୋଟ ଛୋଟ ଶିବଲିଙ୍ଗ ପ୍ରସାଦ ରୂପରେ ଦିଆଯିବ । ଫଳରେ ଭକ୍ତମାନେ ଘରେ ବି ଭଗବାନ କେଦାରନାଥଙ୍କୁ ପୂଜା କରି ପାରିବେ ।

ପ୍ରସାଦ ରୂପେ ଭକ୍ତଙ୍କୁ ମିଳିବ ଶିବଲିଙ୍ଗ , ଘରେ ପୂଜା ପାଇବେ ବାବା କେଦାରନାଥ

ଏହି ଶିବଲିଙ୍ଗ କେଦାରପୁରୀ ପଥରରୁ ନିର୍ମିତ କରାଯିବ । ବର୍ତ୍ତମାନ ସୁଦ୍ଧା 10ହଜାରରୁ ଅଧିକ ଶିବଲିଙ୍ଗ ନିର୍ମିତ ହୋଇ ସାରିଲାଣି । ଉଡ ଷ୍ଟୋନ କଂଷ୍ଟ୍ରକସନ କମ୍ପାନୀ କେଦାରପୁରୀର ପଥରରୁ ଶିବଲିଙ୍ଗ ନିର୍ମାଣ କରୁଛନ୍ତି ।

ମନ୍ଦାକିନୀ ଓ ସରସ୍ବତୀ ନଦୀ କୂଳରୁ ଓ କେଦାରପୁରୀର ବିଭିନ୍ନ ସ୍ଥାନରୁ ପଥର ସଂଗ୍ରହ କରି ଗଙ୍ଗାଜଳରେ ସଫା କରି ଶିବ ଲିଙ୍ଗ ଆକୃତି ଦିଆଯାଉଛି । ତେବେ ଆଗାମୀବର୍ଷ କେଦାରନାଥ ମନ୍ଦିର ଖୋଲା ଯିବା ମଧ୍ୟରେ ଏକଲକ୍ଷ ଶିବଲିଙ୍ଗ ନିର୍ମାଣର ଲକ୍ଷ୍ୟ ରଖିଛି କମ୍ପାନୀ । ଏଥିସହ ଷ୍ଟଲମାନଙ୍କରେ ସର୍ବନିମ୍ନ ମୂଲ୍ୟରେ ଶିବଲିଙ୍ଗ ଭକ୍ତମାନଙ୍କୁ ଦିଆଯିବ ।

ଉକ୍ତ କମ୍ପାନିର ପ୍ରବନ୍ଧକ ମନୋଜ ସେମଓ୍ବାଲ କହିଛନ୍ତି ଯେ, ପିଏମଙ୍କ ଲୋକାଲ ଫର ଭୋକାଲ ଅଭିଯାନ ଅନୁସାରେ କେଦାରନାଥର ସ୍ଥାନୀୟ ଯୁବକଙ୍କୁ ରୋଜଗାର ମିଳିବ । ଏହାଦ୍ବାରା ଧାର୍ମିକ ଆସ୍ଥା ବି ବଢିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.