ETV Bharat / bharat

ଡେଜର୍ଟ ପ୍ଲାଗ VI ଯୁଦ୍ଧାଭ୍ୟାସ; ବିଶ୍ବ ଦେଖିବ ଭାରତୀୟ ବାୟୁସେନାର ସୌର୍ଯ୍ୟ

ଆଜିଠାରୁ ସଂଯୁକ୍ତ ଆରବ ଏମିରଟ୍ସ ପକ୍ଷରୁ ବହୁରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ଡେଜର୍ଟ ପ୍ଲାଗ VI ଆରମ୍ଭ ହୋଇଯାଇଛି । ଏଥିରେ ପ୍ରଥମ ଥର ଲାଗି ଭାଗ ନେବେ ଭାରତୀୟ ବାୟୁ ସେନା ଅଂଶଗ୍ରହଣ କରିବ । ଅଧିକ ପଢନ୍ତୁ...

author img

By

Published : Mar 3, 2021, 11:35 AM IST

ଡେଜର୍ଟ ପ୍ଲାଗ VI ଯୁଦ୍ଧାଭ୍ୟାସରେ ଭାଗ ନେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ ପକ୍ଷରୁ ଆୟୋଜିତ ହେଉଛି ବହୁରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ଡେଜର୍ଟ ପ୍ଲାଗ VI । ଏଥିରେ ପ୍ରଥମ ଥର ଲାଗି ଭାଗ ନେବେ ଭାରତୀୟ ବାୟୁ ସେନା ସମେତ ସଂଯୁକ୍ତ ଆରବ ଏମିରେଟ୍ସ, ଆମେରିକା, ଫ୍ରାନ୍ସ, ସାଉଦି ଆରବ, ସାଉଥ କୋରିଆ ଓ ବାହରେନ । ଏହି ଯୁଦ୍ଧାଭ୍ୟାସ ଏୟାରବେସ ଅଲ-ଦଫ୍ରାରେ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା 21 ପର୍ଯ୍ୟନ୍ତ ଚାଲିବ ।

ଏହି ଯୁଦ୍ଧାଭ୍ୟାସରେ ଭାରତୀୟ ବାୟୁସେନାର ସୁଖୋଇ-30MKI, ଦୁଇଟି ସି-17 ଓ ଗୋଟିଏ IL- 78 ଟ୍ୟାଙ୍କର ଅଂଶଗ୍ରହଣ କରିବେ । ସି-17 ଗ୍ଲୋବମାଷ୍ଟର ଭାରତୀୟ ବାୟୁସେନାର କଣ୍ଟିଜେଣ୍ଟ ଇନଡକ୍ସନ ଓ ଡି-ଇନଡକ୍ସନକୁ ସହଯୋଗ କରିବ । ସୁଖୋଇ-30 MKI ବିମାନ ଭାରତରୁ ଯୁଦ୍ଧାଭ୍ୟାସ କ୍ଷେତ୍ର ପର୍ଯ୍ୟନ୍ତ ଏକ ଲମ୍ବା ଉଡାଣ ଭରିବ । ଏହି ସମୟରେ ରାସ୍ତାରେ ଆଇଏଲ-78 ଟ୍ୟାଙ୍କରରୁ ବିମାନରୁ ଇନ୍ଧନ ଭର୍ତ୍ତି କରାଯିବ ।

ଏହି ଯୁଦ୍ଧାଭ୍ୟାସ ଦ୍ବାରା ସାମରିକ ବାହିନୀକୁ ଯେକୌଣସି ପରିସ୍ଥିତିରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ଅଂଶଗ୍ରହଣ କରିଥିବା ସୈନ୍ୟମାନେ ଯୁଦ୍ଧର ସର୍ବୋତ୍ତମ ଅଭ୍ୟାସକୁ ପାରସ୍ପର ମଧ୍ୟରେ ବିନିୟମ କରି ରଣନୀତି ଦକ୍ଷତା ବୃଦ୍ଧି କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.