ETV Bharat / bharat

ଦଶନ୍ଧି ପର୍ଯ୍ୟନ୍ତ ଅନୁଭୂତ ହେବ ମହାମାରୀର ପ୍ରଭାବ: WHO ମୁଖ୍ୟ - ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନୂଆ ସୂଚନା

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟଙ୍କ ଏକ ନୂଆ ତଥ୍ୟ । ଦଶନ୍ଧି ଧରି ରହିବ ମହାମାରୀର ପ୍ରଭାବ । ଟୀକାକରଣ ଓ କୋଭିଡ ପ୍ରୋଟୋକଲ ସହ ଜାରି ରଖିବାକୁ ହେବ ସ୍ବାଭାବିକ ଜୀବନ ଯାତ୍ରା । ଅଧିକ ପଢନ୍ତୁ

ଦଶନ୍ଧି ପର୍ଯ୍ୟନ୍ତ ଅନୁଭୂତ ହେବ ମହାମାରୀର ପ୍ରଭାବ: WHO ମୁଖ୍ୟ

author img

By

Published : Feb 7, 2022, 10:54 PM IST

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ନୂଆ ପ୍ରଜାତି ସହ ସାରା ବିଶ୍ବକୁ ଏକାଧିକ ଲହରରେ ପ୍ରଭାବିତ କରି ଚାଲିଥିବା କୋଭିଡ ମହାମାରୀର ଅନ୍ତ କେବେ ତାକୁ ନେଇ ସମଗ୍ର ବିଶ୍ବବାସୀ ପ୍ରତୀକ୍ଷା କରିଥିବା ବେଳେ ସମୟେ ସମୟେ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଅନୁସନ୍ଧାନକାରୀ ସଂସ୍ଥାମାନେ ବିଭିନ୍ନ ପୂର୍ବାକଳନ କରିସାରିଛନ୍ତି । ଗବେଷଣା ଯେତିକି ଆଗଉଛି, ମହାମାରୀର ପ୍ରଭାବ ନେଇ ନୂଆ ନୂଆ ତଥ୍ୟ ମଧ୍ୟ ମିଳିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଏକ ନୂଆ ତଥ୍ୟ ଆଣିଛନ୍ତି ।

WHOର ମୁଖ୍ୟ ଡ.ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ, ନିକଟ ଭବିଷ୍ୟତର ମହାମାରୀ ମଣିଷ ସମାଜରୁ ସମ୍ପୂର୍ଣ୍ଣ ଭାବେ ଦୂରେଇଯିବା ସମ୍ଭବ ନୁହେଁ । ଆଗାମୀ ଦଶନ୍ଧି ଧରି ଏହାର ପ୍ରଭାବ ଅନୁଭୂତ ହେବ । ଏହା ବିଶେଷ ଭାବେ କିଛି ନିର୍ଦ୍ଦିଷ୍ଟ ସମ୍ବେଦନଶୀଳ ବର୍ଗର ଲୋକଙ୍କ ପାଇଁ ଅଧିକ ଆଶଙ୍କିତ କରିବ । ତେବେ ଏହା ପ୍ରଥମ ଲହର ପରି ଘାତକ ହେବ ନାହିଁ ।

କୋଭିଡ ଭ୍ୟାକ୍ସିନେସନ ବର୍ତ୍ତମାନ ମହାମାରୀ ବିରୋଧୀ ଲଢେଇର ମୁଖ୍ୟ ଅସ୍ତ୍ର ପାଲଟିଥିବା ବେଳେ ଏବେ ମଧ୍ୟ କମନୱେଲଥ ଦେଶର ଜନସଂଖ୍ୟାର ମାତ୍ର 42% ପ୍ରତିଶତ ଟୀକାକରଣ ପରିସରକୁ ଆସିପାରିଛନ୍ତି । ଡକ୍ଟର ଟେଡ୍ରୋସ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଆଫ୍ରିକୀୟ ଦେଶଗୁଡିକ ହାରାହାରି ଟୀକାକରଣ ହାର ମାତ୍ର 23%, ଯାହା ସନ୍ତୋଷଜନକ ନୁହେଁ ।

କେବଳ ମହାମାରୀକୁ ନିୟନ୍ତ୍ରଣରେ ଏବଂ ଜୀବନ ରକ୍ଷା କରିବା ନୁହେଁ, ବରଂ ଜୀବିକା ଓ ଜୀବନର ସ୍ବାଭାବିକ ଧାରାକୁ ବଜାୟ ରଖିବାକୁ ପଡିବ ବୋଲି ମଧ୍ୟ ସେ ମତ ଦେଇଛନ୍ତି ।ଏହାପୂର୍ବରୁ, WHO ଚେତାବନୀ ଦେଇଥଲା ଯେ ଭୂତାଣୁର ପ୍ରଜାତି ବିକଶିତ ହେବା ସହିତ ଟିକା ମଧ୍ୟ ବିକଶିତ ହେବାର ଆବଶ୍ୟକତା ପଡିପାରେ । ବର୍ତ୍ତମାନ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି । କିନ୍ତୁ ଟୀକାକରଣ ଓ କୋଭିଡ ନିରୋଧୀ ପ୍ରୋଟୋକଲ ଆଗାମୀ ମହାମାରୀର ପ୍ରକୋପକୁ ହ୍ରାସ କରିବ ବୋଲି ମଧ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୂର୍ବରୁ ଆଶ୍ବସ୍ତି ପ୍ରଦାନ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.