ETV Bharat / bharat

ବାବା ରାମଦେବଙ୍କ ବିରୋଧରେ ଦିଲ୍ଲୀରେ ଅଭିୟୋଗ, ଏଫଆଇଆର ଦାଏର ପାଇଁ ଦାବି

author img

By

Published : May 27, 2021, 8:30 PM IST

ଯୋଗଗୁରୁ ବାବା ରାମଦେବଙ୍କ ବୟାନକୁ ନେଇ ଜୋର ଧରିଛି ବିବାଦ । ଦିଲ୍ଲୀରେ ଅଭିଯୋଗ ଦାଖଲ । ଏପଟେ ବାବାଙ୍କ ବିରୋଧରେ FIR ଦାଏର ପାଇଁ ଦାବି । ଅଧିକ ପଢନ୍ତୁ...

ବାବା ରାମଦେବଙ୍କ ବିରୋଧରେ ଦିଲ୍ଲୀରେ ଅଭିୟୋଗ, FIR ଦାଏର ପାଇଁ ଦାବି

ନୂଆଦିଲ୍ଲୀ: ମଡର୍ଣ୍ଣ ଭ୍ୟାକ୍ସିନ ଉପରେ ଯୋଗଗୁରୁ ବାବା ରାମଦେବଙ୍କ ବୟାନକୁ ନେଇ ଜୋର ଧରିଛି ବିବାଦ । ଏପଟେ ବାବାଙ୍କ ବିରୋଧରେ ଦିଲ୍ଲୀରେ ଦାଖଲ ହୋଇଛି ଅଭିଯୋଗ । ଏଫଆଇଆର ଦାଏର ପାଇଁ ଦାବି କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ (IMA) ।

ରାଜଧାନୀ ଦିଲ୍ଲୀରେ ଆଇଏମଏ ବାବା ରାମଦେବଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି । ଆଇଏମଏର ମହାସଚିବ ଡଃ. ଜୟଶ ଲେଲେ କହିଛନ୍ତି, ରାମଦେବ ତାଙ୍କ ସହଯୋଗୀଙ୍କ ସହ ମିଶି ଲାଭବାନ ହେବା ଓ ସାଧାରଣ ଜନତାଙ୍କୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନିଜ ଅସାଧୁ ବୁଦ୍ଧିକୁ ଆଗକୁ ବଢାଉଛନ୍ତି ।

ଅଭିଯୋଗରେ ଦର୍ଶାଯାଇଛି ଯେ, ଅଭିଯୁକ୍ତ ସଙ୍ଗୀନ ଅପରାଧ କରିଛି, ଯାହା ବିରୋଧରେ ଆଇନର ସମସ୍ତ ପ୍ରଯୁଜ୍ୟ ନିୟମାବଳୀ ଅନୁଯାୟୀ ମାମଲା ରୁଜୁ କରାଯାଇପାରିବ । ଏଥିରେ ମହାମାରୀ ରୋଗ ଅଧିନିୟମ 1897ର ଧାରା 3 ମଧ୍ୟ ସାମିଲ ରହିଛି ।

ଆଇଏମଏ ଆହୁରି ମଧ୍ୟ କହିଛି ଯେ ରାମଦେବ ସର୍ବସାଧାରଣରେ ଅପମାନଜନକ ତଥା କୁତ୍ସିତ ବିବୃତ୍ତି ଦେବା ଏବଂ ଭୁଲ ଚିକିତ୍ସାକୁ ପ୍ରୋତ୍ସାହନ ଦେଇ ଅନ୍ୟାୟ ଲାଭପ୍ରାପ୍ତ କରିବାର ଷଡଯନ୍ତ୍ର ନେଇ ପୋଲିସର ତଦନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.