ETV Bharat / bharat

ଗୋରଖପୁର ମନ୍ଦିରରେ ଆକ୍ରମଣ: ଆହତ ପୋଲିସ କର୍ମଚାରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଯୋଗୀ - ଛାତ୍ରଙ୍କ ଆକ୍ରମଣ ଶିକାର ହେଲା ପୋଲିସ

ଉତ୍ତରପ୍ରଦେଶର ଗୋରଖପୁର ମନ୍ଦିର ସାମ୍ନାରେ ହାଇ ଭୋଲଟେଜ ଡ୍ରାମା । ପୋଲିସକୁ ଧାରୁଆ ଅସ୍ତ୍ର ଧରି ଗୋଡାଇଲେ IIT ଛାତ୍ର। ପୋଲିସ କହିଲା ଲାଗିବ ଆତଙ୍କବାଦୀ ଦଫା । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ହାଇଡ୍ରାମା: ପୋଲିସକୁ ଧାରୁଆ ଅସ୍ତ୍ର ଧରି ଗୋଡାଇଲେ IIT ଛାତ୍ର

author img

By

Published : Apr 4, 2022, 5:48 PM IST

Updated : Apr 4, 2022, 8:25 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖନାଥ ମନ୍ଦିର ନିକଟରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ଜଣେ IIT ଛାତ୍ରଙ୍କ ଆକ୍ରମଣର ଶିକାର ହୋଇଛି ପୋଲିସ । ଜଣେ ଯୁବକ ହାତରେ ମାରଣାସ୍ତ୍ର ଧରି ଧାର୍ମିକ ନାରା ଲଗାଇବା ସହ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ପୋଲିସ ତାକୁ ବାଧାଦେବା ପାଇଁ ଚେଷ୍ଟା କରିବାରୁ ଯୁବକ ଜଣଙ୍କ ହାତରେ ଧରିଥିବା ଧାରୁଆ ଅସ୍ତ୍ରରେ ପୋଲିସକୁ ଆକ୍ରମଣ କରିବାକୁ ପଛାଇ ନଥିଲା । ଯାହାର ସମ୍ପୂର୍ଣ୍ଣ ଭିଡିଓ କ୍ୟାମେରାରେ କଏଦ ହୋଇଛି । ତେବେ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଏପଟେ ଆକ୍ରମଣ ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାସହିତ ମେଡିକାଲ ଯାଇ ଦୁଇ ଆହତ ପୋଲିସ କର୍ମୀଙ୍କୁ ଭେଟିଛନ୍ତି ଯୋଗୀ । ଏପଟେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା । ଅଭିଯୁକ୍ତକୁ ବର୍ତ୍ତମାନ ବିଚାରବିଭାଗିୟ ହେପାଜତକୁ ପଠାଯାଇଥିବା ସୂଚନା ରହିଛି ।

  • Gorakhpur | Uttar Pradesh CM Yogi Adityanath meets the two police personnel who were injured in Gorakhnath temple attack, at BRD Medical College pic.twitter.com/RqaOx2J2Vn

    — ANI UP/Uttarakhand (@ANINewsUP) April 4, 2022 " class="align-text-top noRightClick twitterSection" data=" ">

କିଛି ସମୟରେ ଛକାପଞ୍ଝା ପରେ ଉକ୍ତ ଯୁବକଙ୍କୁ କାବୁ କରାଯାଇଛି । ଯୁବକଙ୍କ ନାମ ଅହମ୍ମଦ ମୁର୍ତୁଜା ଆବ୍ବାସୀ ଓ ପ୍ରାଥମିକ ତଦନ୍ତରୁ ସେ ଜଣେ ଅଭ୍ୟାସଗତ ଅପରାଧୀ ନୁହନ୍ତି ବରଂ IIT ରୁ ସ୍ନାତକ କରିଥିବା ଜଣେ ଛାତ୍ର ବୋଲି ସୂଚନା ମିଳିଛି । ଏପରି ଘଟଣାକୁ ଆତଙ୍କବାଦ କହିବା ସହ ଏହାକୁ ପ୍ରଶୟ ଦିଆଯିବନି ବୋଲି ଉତ୍ତର ପ୍ରଦେଶ ପୋଲିସ ପ୍ରତିକ୍ରିୟା ରଖିଛି ।

  • Uttar Pradesh CM Yogi Adityanath visits Gorakhnath temple, to inspect the site where 2 police personnel were attacked yesterday. pic.twitter.com/Qw3wMs9RCO

ପରେ ତଦନ୍ତରୁ ଜଣାପଡିଥିବା ପ୍ରାଥମିକ ସୂଚନା ଅନୁସାରେ, ମୁର୍ତୁଜା ସ୍ଥାନୀୟ ଗୋରଖପୁରର ଜଣେ ବାସିନ୍ଦା ହୋଇଥିବାବେଳେ IIT (Indian Institute of Technology) ବମ୍ବେର 2015 ବ୍ୟାଚର ଜଣେ ସ୍ନାତକ ପାସ ଆଉଟ ଛାତ୍ର ବୋଲି ଜଣାପଡିଛି । ଗିରଫ କରାଯିବା ପରେ ତାଙ୍କ ନିକଟରୁୁ ଏକ ଲ୍ଯାପଟପ, ମୋବାଇଲ ଓ ଟିକେଟ ଜବତ କରିଛି ପୋଲିସ ।

କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟରେ ଦେଖିବକୁ ମିଳୁଛି ଯେ, ଯୁବକଜଣଙ୍କ ହାତରେ ଏକ ଧାରୁଆ ଅସ୍ତ୍ର ଧରି ପୋଲିସ ଓ ତାକୁ କାବୁ କରିବାକୁ ଚେଷ୍ଟା କରୁଥିବା ସାଧାରଣ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ପ୍ରୟାସ କରୁଛି । ଅନ୍ୟପଟେ ସେଠାରେ ଏକାଠି ହୋଇଥିବା ଭିଡ ମଧ୍ୟ ଉକ୍ତ ଯୁବକଙ୍କ ଉପରେ ଟେକା ପଥର ମାଡ କରିଥିଲେ । ଫଳରେ ଯୁବକଟି ଅଧିକ ଉତ୍ତ୍ୟକ୍ତ ହୋଇପଡିଥିବା ଦେଖିବାକୁ ମିଳିଥିଲା ।

କୌଣସି ଅଘଟଣ ଘଟିବା ପୂର୍ବରୁ ଯୁବକଙ୍କୁ କାବୁ କରାଯାଇ ପୋଲିସ ଜିମା ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିଜ ବିଧାନସଭା ଆସନ ଗୋରଖପୁରରେ ଏପରି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ସେବା ଓ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି ।

ଉତ୍ତରପ୍ରଦେଶ ଆଇନ ଶୃଙ୍ଖଳା IG ପ୍ରଶାନ୍ତ କୁମାର କହିଛନ୍ତି ମାମଲା ଅତ୍ୟନ୍ତ ଗମ୍ଭୀର ଓ ଏହାକୁ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ମଧ୍ୟ କୁହାଯିବା ଭୁଲ ହେବ ନାହିଁ । ତଦନ୍ତ ଜାରି ରହିଛି, ଆବଶ୍ୟକ ପଡିଲେ ଆତଙ୍କୀ ନିରୋଧୀ ୟୁନିଟକୁ ଏହାର ତଦନ୍ତଭାର ମଧ୍ୟ ହସ୍ତାନ୍ତରଣ କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 4, 2022, 8:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.