ETV Bharat / bharat

IIT ପୋଓ୍ବାଇ ଛାତ୍ରଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ, କାରଣ ଅସ୍ପଷ୍ଟ - ଆଇଆଇଟି ପୋଓ୍ବାଇରେ ଅଭାବନୀୟ ଘଟଣା

IIT ପୋଓ୍ବାଇରେ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ର । ମୃତ ଛାତ୍ର ହେଲେ ଅହମ୍ମଦାବାଦର ଦର୍ଶନ ସୋଲାଙ୍କି । ଅଧିକ ପଢନ୍ତୁ

IIT ପୋଓ୍ବାଇରେ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ର

author img

By

Published : Feb 13, 2023, 12:49 PM IST

ମୁମ୍ବାଇ: IIT ପୋଓ୍ବାଇରେ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଛି । ହଷ୍ଟେଲ୍‌ ଛାତ୍ରରୁ ଡେଇଁ ଛାତ୍ର ଜଣକ ଜୀବନ ହାରିଥିବା ନେଇ ପୋଲିସ ସୂଚନା ଦେଇଛି । ରବିବାର ଅପରାହ୍ନରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ ଛାତ୍ର ହେଲେ ଅହମ୍ମଦାବାଦର ଦର୍ଶନ ସୋଲାଙ୍କି, ବୟସ ୧୮ ବର୍ଷ ।

ସୂଚନାଅନୁସାରେ, ୧୮ ବର୍ଷୀୟ ଦର୍ଶନ ସୋଲାଙ୍କି ମୁମ୍ବାଇର ଆଇଆଇଟି ପୋଓ୍ବାଇରେ ପାଠ ପଢୁଥିବା ବେଳେ ହଷ୍ଟେଲରେ ରହୁଥିଲେ । ସେ ଗତ ୩ ମାସ ହେଲା ବିଟେକ ମେକାନକଲ କଲେଜରେ ନାମ ଲେଖାଇ ଥିଲେ । ତେବେ କୌଣସି କାରଣ ପାଇଁ ହଠାତ ସେ ହଷ୍ଟେଲ ଛାତକୁ ଯାଇ ଡେଇଁ ପଡିଥିବା ନେଇ ପୋଲିସ କହିଛି । ଏହାପରେ ହଷ୍ଟେଲ କ୍ୟାମ୍ପସରେ ଭୟର ବାତାବରଣ ଖେଳିଯାଇଥିଲା । ଦର୍ଶନ ଛାତରୁ ଡେଇଁପଡିବାରୁ ତାଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Aero India 2023: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ନୂଆ ଭାରତ ସାମର୍ଥ୍ୟର ସାକ୍ଷୀ ହେଲା ବେଙ୍ଗାଲୁରୁ ଆକାଶ

ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ ବୁଦ୍ଧାନ ସାଓ୍ବନ୍ତ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ପଛର କାରଣ ଜଣାପଡିନାହିଁ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ପାଇଁ ବ୍ୟବଚ୍ଛେଦ ପାଇଁ ପଠାଇଛୁ । ଛାତରୁ ଡେଇଁପଡିବା ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହୋଇଛି । ଆମେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ମାମଲା ଦାଖଲ କରିବା ସହ ତଦନ୍ତ ଆରମ୍ଭ କରିଛୁ । ତଦନ୍ତ ଶେଷ ହେବା ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ।"

ଏହା ମଧ୍ୟ ପଢନ୍ତୁ: ରାଞ୍ଚିରେ IIM ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପ୍ରକାଶଥାଉକି, ଗତ ଜାନୁଆରୀ ମାସରେ ରାଞ୍ଚିରେ IIM ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ଛାତ୍ରଙ୍କନାମ ଶିବମ ପାଣ୍ଡେ ବୋଲି ଜଣାପଡିଛି । ଉତ୍ତର ପ୍ରଦେଶର ବାରାଣାସୀର ବାସିନ୍ଦା ଶିବମ ପାଣ୍ଡେ ହଷ୍ଟେଲର 505 ନମ୍ବର କୋଠରୀରେ ଏକୁଟିଆ ରହୁଥିଲେ । ତେବେ ତାଙ୍କ କୋଠରୀରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଶିବମଙ୍କ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଶିବମଙ୍କର ଦୁଇ ହାତ ଆଗରୁ ବନ୍ଧା ହୋଇଥିବା କାରଣରୁ ଉଭୟ ଆତ୍ମହତ୍ୟା ଓ ହତ୍ୟା ଦିଗରୁ ତଦନ୍ତ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.