ETV Bharat / bharat

ଉଡାଣ ପୂର୍ବରୁ IGI ବିମାନ ବନ୍ଦରରେ ଜନ୍ମନେଲା ଶିଶୁ, ସ୍ବାଗତ କଲେ କର୍ମଚାରୀ

author img

By

Published : Nov 16, 2022, 1:09 PM IST

ବିମାନବନ୍ଦରର ଟର୍ମିନାଲ ୩ରେ ଶୁଭିଲା କୁଆଁକୁଆଁ ଡାକ । ଉଡାଣ ପୂର୍ବରୁ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶିଶୁ ପୁତ୍ରକୁ ଜନ୍ମଦେଲେ ମହିଳା । ଅଧିକ ପଢନ୍ତୁ

ଉଡାଣ ପୂର୍ବରୁ ଜନ୍ମନେଲା ନବଜାତକ
ଉଡାଣ ପୂର୍ବରୁ ଜନ୍ମନେଲା ନବଜାତକ

ନୂଆଦିଲ୍ଲୀ: କିଛି ସମୟ ପରେ ଗନ୍ତବ୍ୟସ୍ଥଳକୁ ଯାଇଥାନ୍ତେ ମହିଳା । ଫ୍ଲାଇଟ ଉଡାଣ ପାଇଁ ଘୋଷଣା ମଧ୍ୟ ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ହଠାତ୍‌ ଆରମ୍ଭ ହୋଇଯାଇଥିଲା ଗର୍ଭ ଯନ୍ତ୍ରଣା । ଫଳରେ ଏୟାରପୋର୍ଟରେ ରହିଥିବା ହସ୍ପିଟାଲରେ ଶିଶୁକୁ ଜନ୍ମଦେଲେ ମହିଳା (Woman delivers baby at Delhi airport) । ବିମାନବନ୍ଦରର ଟର୍ମିନାଲ ୩ରେ ଶୁଭିଲା କୁଆଁକୁଆଁ ଡାକ । ଏଭଳି ଘଟଣା ସାମ୍ନାକୁ ଆସିଛି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ(Indira Gandhi International Airports Terminal 3) ।

ଏନେଇ ଏୟାରପୋର୍ଟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଦିଲ୍ଲୀ ବିମାନବନ୍ଦରରେ ଏହା ପ୍ରଥମ ଘଟଣା । ବର୍ତ୍ତମାନ ମାଆ ଏବଂ ଛୁଆ ସୁସ୍ଥଥିବା ନେଇ ସୂଚନା ରହିଛି । ଦିଲ୍ଲୀ ଏୟାରପୋର୍ଟ(Delhi Airport) ତରଫରୁ ଟ୍ବିଟଯୋଗେ କୁହାଯାଇଛି, "ଏୟାରପୋର୍ଟରୁ ସବୁଠୁ କମ ବୟସର ଯାତ୍ରୀଙ୍କୁ ସ୍ବାଗତ ! ଏୟାରପୋର୍ଟରେ ପ୍ରଥମ ଶିଶୁକୁ କରିବା ପାଇଁ ଟର୍ମିନାଲ ୩ରେ ଉତ୍ସବ ପାଳନ କରିଯାଇଛି । ଏହାସହ ଉଭୟଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ମାଆ ଏବଂ ଛୁଆ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ପବିତ୍ର ପ୍ରଥମାଷ୍ଟମୀ, ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଢୁଆଁ ନୀତି

ସୂଚନାଅନୁସାରେ, ଗର୍ଭବତୀ ମହିଳାଜଣକ ହୁବୁଲି ଯିବା ପାଇଁ ନିଜ ସ୍ବାମୀ ଏବଂ ଝିଅଙ୍କ ସହ ଟର୍ମିନାଲ ୩ର ୫୧ ନମ୍ବର ଗେଟରେ ଅପେକ୍ଷା କରିଥିଲେ । ମଙ୍ଗଳବାର ସକାଳ ୧୦.୭ରେ ବିମାନ ରହିଥିବା ଯୋଗୁଁ ବୋର୍ଡିଂ ପାସ ମଧ୍ୟ ସରିଯାଇଥିଲା । ବିମାନକୁ ଅପେକ୍ଷା କରିଥିବା ସମୟରେ ମହିଳାଙ୍କ ହଠାତ୍‌ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ଫଳରେ ସ୍ଥାନୀୟ କର୍ମଚାରୀଙ୍କ ଦ୍ବାରା ତାଙ୍କୁ ଏୟାରପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସକାଳ ୯.୩୭ ମିନିଟ ସମୟରେ ଶିଶୁ ପୁତ୍ରଟିଏ ଜନ୍ମ ହୋଇଥିଲା । ଏହାପରେ ଏୟାରପୋର୍ଟ ହସ୍ପିଟାଲରୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ଦିଲ୍ଲୀରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଇଣ୍ଡିଗୋ ବିମାନରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ବିମାନଟି ବାଙ୍ଗାଲୋରରେ ଅବତରଣ କଲାବେଳେ ପିଲାଟିକୁ ବିମାନବନ୍ଦରରେ ବହୁତ ସ୍ବାଗତ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.