ETV Bharat / bharat

ବିହାର IGଙ୍କ ସରକାରୀ ବାସଭବନରୁ ସର୍ଭିସ ରିଭଲଭର ଚୋରି - ସର୍ଭିସ ରିଭଲଭର ଚୋରି

ବିହାର IG ବିକାଶ ବୈଭବଙ୍କ ସର୍ଭିସ ରିଭଲଭର ସରକାରୀ ବାସଭବନରୁ ଚୋରି । ଥାନାରେ ଦେଲେ ଏତଲା । ଅଧିକ ପଢନ୍ତୁ

ig vikas vaibhav revolver missing in patna
ବିହାର IGଙ୍କ ସରକାରୀ ବାସଭବନରୁ ସର୍ଭିସ ରିଭଲଭର ଚୋରି
author img

By

Published : Nov 25, 2022, 6:32 PM IST

ପାଟନା: ବିହାର ପୋଲିସ ମହାନୀରିକ୍ଷକ(Bihar IG Vikas Vaibhav) ବିକାଶ ବୈଭବଙ୍କ ସର୍ଭିସ ରିଭଲଭର ପାଟନାରେ ଚୋରି ହୋଇଯାଇଥିବା ସୂଚନା (Service Revolver Missing) । ଗୁରୁବାର ରିଭଲଭର ଗାଏବ ହେବାନେଇ ସୂଚନା ମିଳିବା ପରେ ପୋଲିସ ତାଙ୍କର ବାସଭବନରେ ସଫେଇ କାମ କରୁଥିବା ଯୁବକଙ୍କୁ ଅଟକ ରଖିଛି । ପୋଲିସ ଉକ୍ତ ଯୁବକଙ୍କୁ ପଚରାଉଚରା କରୁଛି । ଏହାକୁ ନେଇ ପାଟନାର ଗର୍ଦନୀବାଗ ଥାନାରେ ଏକ FIR ହୋଇଛି ।

ଆଇଜି ବିକାଶ ବୈଭବଙ୍କ ପିସ୍ତଲ ଚୋରି: ସେ କହିଛନ୍ତି ଯେ, "ଗୁରୁବାର ତାଙ୍କର ଘରୁ ସରକାରୀ ପିସ୍ତଲ ଚୋରି ହୋଇଯାଇଛି । ବହୁ ଖୋଜାଖୋଜି ପରେ ନ ମିଳିପାରିବା ପରେ ପାଟନାର ଗର୍ଦନୀବାଗ ଥାନାରେ ଅଭିଯୋଗ କରିଛି । ଅନ୍ୟପଟେ ଘରେ ଲାଗିଥିବା ସମସ୍ତ ସିସିଟିଭିକୁ ଯାଞ୍ଚ କରାଯାଉଛି ।" କୁହାଯାଉଛି ଯେ, ଏହି ମାମଲାରେ ଗୃହରକ୍ଷା ବାହିନୀର ପୋଲିସ ମହାନିରୀକ୍ଷକଙ୍କ ବାସଭବନରୁ ସରକାରୀ 9mm ପିସ୍ତଲ ଓ 25 ଜୀବନ୍ତ ଗୁଳି ଚୋରି ହୋଇଯାଇଛି । ଏହି ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ମୁଖ୍ୟାଳୟରେ ହଡକମ୍ପ ମଚିଯାଇଛି ଓ ପୋଲିସ ଛାନଭିନ୍‌ରେ ଲାଗିପଡିଛି ।

IG ବିକାଶ ବୈଭବ ଚୋରି ନେଇ ଦେଇଛନ୍ତି ସୂଚନା : ପୋଲିସ ମହାନିରୀକ୍ଷକ ଆଇପିଏସ ବିକାଶ ବୈଭବଙ୍କ ନିଜେ ଇଟିଭି ଭାରତକୁ ଚୋରି ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, "ଘରୁ ସରକାରୀ ପିସ୍ତଲ ଚୋରି ହୋଇଛି । ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ନ ମିଳିବାରୁ ନିକଟସ୍ଥ ଥାନାରେ FIR କରିଛନ୍ତି । ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବର୍ତ୍ତମାନ ପୋଲିସ ଯାଞ୍ଚ କରୁଛି ।"

ସ୍ଥାନୀୟ ଏସପିଙ୍କ ଯାଞ୍ଚ ନିର୍ଦ୍ଦେଶ: ଏହି ମାମଲାରେ ମିଳିଥିବା ସୂଚନା ଅନୁଯାୟୀ, IGଙ୍କ ସରକାରୀ ବାସଭବନରେ କାମ କରୁଥିବା ଏକ ହୋମଗାର୍ଡଙ୍କ ପୁଅଙ୍କୁ ପୋଲିସ ଅଟକ ରଖି ଗର୍ଦନୀବାଗ ପୋଲିସ ପଚରାଉଚରା ଜାରି ରଖିଛି । ଅନ୍ୟପଟେ ଘଟଣାର ଗମ୍ଭୀରତାକୁ ବୁଝି ଏସପି ଗର୍ଦିନୀବାଗ ଥାନାରେ ବୈଠକ କରିଛନ୍ତି । ଏଥିସହ ଏକ ବିଶେଷ ଟିମ ଗଠନ କରି ଯେତେ ଶୀଘ୍ର ସମ୍ଭବ ଅଭିଯୁକ୍ତକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.