ETV Bharat / bharat

ଚୀନକୁ ଚେତାବନୀ, ଏଲଏସିରେ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କଲେ ଜବାବ ଦେବ ବାୟୁସେନା

author img

By

Published : Jan 23, 2021, 7:01 PM IST

ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭୋଦରିଆ ଚୀନକୁ କଡା ଚେତାବନୀ ଦେଇଛନ୍ତି । ଏଲଏସିରେ ସେମାନେ ଯଦି ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିବେ ତାହା ହେଲେ ଆମେ ମଧ୍ୟ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିବାକୁ ପଛାଇବୁନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

IAF Chief Air Chief Marshal RKS Bhadauria
'ଏଲଏସିରେ ଯଦି ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିନ୍ତି ଆମେ ଜବାଦ ଦେବାକୁ ପଛାଇବୁ ନାହିଁ '

ଜୟପୁର: ଏଲଏସସିରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭୋଦରିଆ ଚୀନକୁ କଡା ଚେତାବନୀ ଦେଇଛନ୍ତି । ଏଲଏସିରେ ସେମାନେ ଯଦି ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିବେ ତାହା ହେଲେ ଆମେ ମଧ୍ୟ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିବାକୁ ପଛାଇବୁନାହିଁ ବୋଲି କହିଛନ୍ତି । ଭାରତ-ଫ୍ରାନ୍ସ ମଧ୍ୟରେ ଯୋଧପୁରର ଏୟାରବେସରେ ଚାଲିଥିବା ସଂଯୁକ୍ତ ଯୁଦ୍ଧଭ୍ୟାସ ଅବସରରେ ଏହା ପ୍ରକାଶ କରିଛନ୍ତି ।

ଭାରତ ଓ ଫ୍ରାନ୍ସ ମଧ୍ୟରେ ଯୋଧପୁର ଏୟାରବେସରେ ସଂଯୁକ୍ତ ଯୁଦ୍ଧଭ୍ୟାସ ଚାଲିଛି । ଭାରତର ଦୁଇ ପଡୋଶୀ ଚୀନ ଓ ପାକିସ୍ତାନର ଆଚରଣକୁ ଦେଖି ଭାରତର ଯୁଦ୍ଧଭ୍ୟାସ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଭାରତକୁ ଫ୍ରାନ୍ସ ବିଧ୍ବସୀଂ ରାଫେଲ ଫାଇଟର ଜେଟ ପ୍ରଦାନ କରିଛି । ପ୍ରଥମ ପର୍ଯ୍ୟାୟରେ ଭାରତରେ 8 ରାଫେଲ ଜେଟ ପ୍ରଦାନ କରିଛି । ରାଫେଲ ଜେଟର କାର୍ଯ୍ୟକାରୀତାକୁ ଦେଖି ଭାରତ ଓ ଫ୍ରାନ୍ସ ମଧ୍ୟରେ ଯୁଦ୍ଧଭ୍ୟାସ ଚାଲିଛି । ଏହି ଯୁଦ୍ଧଭ୍ୟାସରେ ଉଭୟ ଦେଶର ଫାଇଟର ରାଫେଲ ଜେଟ ସହ ଏସୟୁ 30 ବ୍ୟବହାର କରାଯାଇଛି । ଏହି ଅବସରରେ ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭୋଦରିଆ ଯୋଧପୁର ଗସ୍ତ କରିଛନ୍ତି ଏବଂ ଯୁଦ୍ଧଭ୍ୟାସକୁ ସମୀକ୍ଷା କରିଛନ୍ତି । ଭାରତ ଆଗାମୀ ଦିନରେ 114 ମଲଟି ଫାଇଟର ଏୟାରକ୍ରାଫ୍ଟ କ୍ରୟ କରୁଥିବା ବେଳେ ବିଧ୍ବସିଂ ରାଫେଲ ଫାଇଟର ଜେଟ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ।

ସୂଚନାଥାଉକି ଭାରତର ଦୁଇ ପଡୋଶୀ ଦେଶ ଚୀନ ଓ ପାକିସ୍ତାନର ଆଚରଣକୁ ଦେଖି ଭାରତୀୟ ବାୟୁସେନାର ଆବଶ୍ୟକତା ବୃଦ୍ଧି ପାଇଛି । ଭାରତ ଓ ଚୀନ ମଧ୍ୟରେ ତିକ୍ତତାର ଲାଗିରହିଛି । ଯାହାକୁ ନଜରରେ ରଖି ଭାରତୀୟ ବାୟୁସେନା ଓ ଫ୍ରାନ୍ସ ବାୟୁସେନା ମଧ୍ୟରେ ଏକ ଯୁଦ୍ଧୋଭ୍ୟାସ କରାଯାଇଛି । ଭାରତରେ ବର୍ତ୍ତମାନ 8 ଟି ବିଧ୍ବଂସି ରାଫେଲ ଫାଇଟର ଜେଟ ରହିଛି । ଏହା ହରିଆନାର ଆମ୍ବାଲା ଏୟାରବେସରେ ମୁତୟନ କରାଯାଇଛି । ଯାହା ଉଭୟ ପାକିସ୍ତାନ ଓ ଚୀନ ପଟରୁ ଆସୁଥିବା ବିପଦକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ କରାଯାଇଛି । ସେହିପରି ସମସ୍ତ ରାଫେଲ ଜେଟ ଭାରତରେ ପହଞ୍ଚିଲେ ଦୁଇଟି ସ୍କାଡ୍ରନରେ ବିଭକ୍ତ କରି ପଶ୍ଚିମବଙ୍ଗର ହୋସିଆରାରେ ମୁତୟନ କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.