ETV Bharat / bharat

MP assembly poll: ଗ୍ୟାରେଣ୍ଟି କାର୍ଡ ଘୋଷଣା କଲେ କେଜ୍ରିଓ୍ବାଲ, ସୁଯୋଗ ଦେବାକୁ କଲେ ଅନୁରୋଧ

ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗ୍ୟାରେଣ୍ଟି କାର୍ଡ ଘୋଷଣା କଲେ କେଜ୍ରିଓ୍ବାଲ । ମାଗଣାରେ ମିଳିବ ପାଣି, ବିଜୁଳି ଓ ସ୍ବାସ୍ଥ୍ୟସେବା । ବଦଳିବ ରାଜ୍ୟର ଶିକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

ଗ୍ୟାରେଣ୍ଟି କାର୍ଡ ଘୋଷଣା କଲେ କେଜ୍ରିଓ୍ବାଲ, ସୁଯୋଗ ଦେବାକୁ କଲେ ଅନୁରୋଧ

author img

By

Published : Aug 20, 2023, 10:57 PM IST

ଭୋପାଲ: ଚଳିତବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ମଧ୍ୟ ପ୍ରଦେଶରେ ମଧ୍ୟ କେଜ୍ରିଓ୍ବାଲଙ୍କ ଦଳ ଆମ ଆଦମୀ ପାର୍ଟି ନିର୍ବାଚନ ଲଢିବ ।ଦଳ ତାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛି । ଆଜି ମଧ୍ୟ ପ୍ରଦେଶ ପାଇଁ ଦଳ ଗ୍ୟାରେଣ୍ଟି ମଧ୍ୟ ଘୋଷଣା କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଆଜି ମଧ୍ୟ ପ୍ରଦେଶ ଗସ୍ତ କରି ଗ୍ୟାରେଣ୍ଟି ଘୋଷଣା କରିଛନ୍ତି । ଦଳ କ୍ଷମତାକୁ ଆସିଲେ ଦେଇଥିବା ପ୍ରତିଶୃତି ପୂରଣ କରିବ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ଆମ୍ ଆଦମୀ ପାର୍ଟି (AAP) ବିଜେପି ଶାସିତ ମଧ୍ୟ ପ୍ରଦେଶରେ ମଧ୍ୟ ନିଜର ପୁରଣା ଫଣ୍ଡା ଆପଣାଇଛି । ମାଗଣା ବିଦ୍ୟୁତ୍, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକାଧିକ ଗ୍ୟାରେଣ୍ଟି ଘୋଷଣା କରିଛି ଦଳ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଜି (ରବିବାର) ମଧ୍ୟ ପ୍ରଦେଶର ସତନାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଗ୍ୟାରେଣ୍ଟି ଘୋଷଣା କରିବା ସହ ନିର୍ବାଚନୀ ଶଙ୍ଖନାଦ କରିଛନ୍ତି ।

ସଭାକୁ ସମ୍ବୋଧିତ କରି କେଜ୍ରିୱାଲ, ମଧ୍ୟ ପ୍ରଦେଶବାସୀଙ୍କୁ ଆପକୁ ଭୋଟ ଦେଇ କ୍ଷମତାକୁ ଆଣିବା ପାଇଁ ନିବେଦନ କରିଥିଲେ । କହିଥିଲେ, ଗ୍ୟାରେଣ୍ଟି ପୂରଣ ପାଇଁ AAPକୁ ରାଜ୍ୟବାସୀ ଚଳିତଥର ସୁଯୋଗ ଦିଅନ୍ତୁ । ଯଦି AAPକୁ ରାଜ୍ୟରେ ସେବା କରିବାର ସୁଯୋଗ ଦିଆଯାଏ, ତେବେ ଲୋକମାନେ ଉଭୟ ବିଜେପି ଏବଂ କଂଗ୍ରେସକୁ ଭୁଲିଯିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ କେଜ୍ରିଓ୍ବାଲ ।

କହିଥିଲେ,’’ ଆମେ ନେତାଙ୍କ ଦଳ ନୁହଁ ବରଂ ଲୋକମାନଙ୍କର ଏକ ଦଳ। ଆମେ ଭୋଟ୍ ପାଇବା ପାଇଁ ନୁହେଁ ବରଂ ଆମର ଗ୍ୟାରେଣ୍ଟି ପୂରଣ କରି ମଧ୍ୟ ପ୍ରଦେଶବାସୀଙ୍କ ସେବା କରିବା ପାଇଁ ଆସିଛୁ । ସମସ୍ତ ଦଳ ପରସ୍ପରକୁ ସମାଲୋଚନା କରୁଛନ୍ତି । କଂଗ୍ରେସ ବିଜେପିକୁ ସମାଲୋଚନା କରୁଛି । କିନ୍ତୁ, ସମାଲୋଚନା ଲୋକଙ୍କ ଭୋକ ଦୂର କରେ ନାହିଁ, କିମ୍ବା ରାଷ୍ଟ୍ର ନିର୍ମାଣ କରେ ନାହିଁ । ଦେଶ କିପରି ନିର୍ମାଣ କରାଯିବ ତାହା ଆମେ ଜାଣୁ ।’’

ଏହା ମଧ୍ୟ ପଢନ୍ତୁ :-Assembly poll: ମଧ୍ୟ ପ୍ରଦେଶ, ଛତିଶଗଡ଼ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା BJP

ଗ୍ୟାରେଣ୍ଟି ଉପରେ ବିସ୍ତୃତ ଭାବେ କେଜ୍ରିୱାଲ କହିଛନ୍ତି, AAP ସରକାର ରାଜ୍ୟରେ ବିଦ୍ୟୁତ୍ ବିଲ୍ ଛାଡ଼ କରିବ, ସରକାରୀ ବିଦ୍ୟାଳୟଗୁଡ଼ିକୁ ଘରୋଇ ବିଦ୍ୟାଳୟ ପରି ନବୀକରଣ କରାଯିବ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେୟମୁକ୍ତ ଶିକ୍ଷା ପ୍ରଦାନ କରିବ ଆପ୍‌ ସରକାର । ସେହିପରି ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ସହ ସାରା ରାଜ୍ୟରେ ମାଗଣା ସ୍ୱାସ୍ଥ୍ୟ କ୍ଲିନିକ୍ ପ୍ରତିଷ୍ଠା କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଯୁବକ ଚାକିରୀ ପାଇବେ ଏବଂ ସେପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରାଯିବ ନାହିଁ ବେରୋଜଗାରଙ୍କୁ ମାସିକ 3,000 ଟଙ୍କା ଭତ୍ତା ପ୍ରଦାନ କରାଯିବ । ଯଦି ରାଜ୍ୟବାସୀ ଆପକୁ ସୁଯୋଗ ଦେବେ ନିଶ୍ଚିତ ଭାବରେ ଗ୍ୟାରେଣ୍ଟି ପୂରଣ କରାଯିବ ବୋଲି କେଜ୍ରିଓ୍ବାଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.