ETV Bharat / bharat

ସ୍ବାଧିନତା ଦିବସ ପୂର୍ବରୁ ଆତଙ୍କୀଙ୍କ ଯୋଜନା ପଣ୍ତ, ତ୍ରାଲରୁ IED ଉଦ୍ଧାର - ପୁଲଓ୍ବାମା

ସ୍ବାଧିନତା ଦିବସ ପୂର୍ବରୁ ପଣ୍ଡ ହେଲା ଆତଙ୍କୀଙ୍କ ଚାଲ । ସେନା ପାଇଁ ଖଞ୍ଜି ଥିବା IED ଉଦ୍ଧାର କରାଯାଇ ନିଷ୍କ୍ରିୟ କରାଯାଇଛି । ଅଧିକ ପଢନ୍ତୁ...

ସ୍ବାଧିନତା ଦିବସ ପୂର୍ବରୁ ଆତଙ୍କୀଙ୍କ ଯୋଜନା ପଣ୍ତ; ଟ୍ରାଲରୁ IED ଉଦ୍ଧାର

author img

By

Published : Aug 13, 2021, 12:03 PM IST

ଶ୍ରୀନଗର: ସ୍ବାଧିନତା ଦିବସ ପୂର୍ବରୁ ପଣ୍ଡ ହେଲା ଆତଙ୍କୀଙ୍କ ଚାଲ । ସେନା ପାଇଁ ଖଞ୍ଜି ଥିବା ଆଇଡି ଉଦ୍ଧାର କରାଯାଇଛି । ପରେ ଏହାକୁ ମଧ୍ଯ ନିଷ୍କ୍ରିୟ କରାଯାଇଛି । ଦକ୍ଷିଣ କାଶ୍ମୀର ପୁଲଓ୍ବାମା ଜିଲ୍ଲାର ତ୍ରାଲରେ ସୁରକ୍ଷା ବାହିନୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏଭଳି ପ୍ଲାନ ରଚିଥିଲେ ଆତଙ୍କୀ । ସୂଚନା ଅନୁସାରେ, ପୁଲଓ୍ବାମା ଜିଲ୍ଲାର ତ୍ରାଲରେ ଆଇଡି ଖଞ୍ଜା ଯାଇଥିବା ନେଇ ସୁରକ୍ଷା ବାହିନୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ଆରମ୍ଭ ହୋଇଥିଲା ମିଳିତ ଅପରେସନ । ପୋଲିସ ଓ ସୁରକ୍ଷାକର୍ମୀ ମିଶି ଘଟଣାସ୍ଥଳରେ ଯାଞ୍ଚ ପରେ ଠାବ କରିଥିଲେ ବିପୁଳ ବିସ୍ଫୋରକ ସାମଗ୍ରୀ ସହ IED । ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ଉଦ୍ଧାର ପରେ ନିଷ୍କ୍ରିୟ କରାଯାଇଥିଲା । ଏନେଇ ଘଟଣାର ତଦନ୍ତ ଜାରି ରହିଛି ।

ସେପଟେ , ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଏହା ସହିତ ଏହି ଗୁଳି ବିନିମୟରେ ଦୁଇଜଣ ସାଧାରଣ ନାଗରିକ ଓ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଏବେବି ସେଠାରେ କୁମ୍ବିଂ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.