ETV Bharat / bharat

ସେନାକୁ ସଫଳତା: ରଜୌରୀରେ IED ଉଦ୍ଧାର

ଜମ୍ମୁ କାଶ୍ମୀରର ରଜୋରୀରେ ଟଳିଲା ବଡ ବିପଦ । ଆତଙ୍କୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଡିକୁ ଉଦ୍ଧାର ପରେ କରାଗଲା ନିଷ୍କ୍ରିୟ । ଅଧିକ ପଢନ୍ତୁ...

author img

By

Published : Jul 31, 2021, 11:47 AM IST

IED recovered along highway in Rajouri jammu kashmir
ସେନାକୁ ସଫଳତା: ରଜୋରୀରେ IED ଉଦ୍ଧାର

ଶ୍ରୀନଗର: ଜମ୍ମୁ କାଶ୍ମୀରର ରଜୌରୀରେ ଟଳିଲା ବଡ ବିପଦ । ଆତଙ୍କୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଡିକୁ ଉଦ୍ଧାର ପରେ କରାଗଲା ନିଷ୍କ୍ରିୟ । ଆତଙ୍କବାଦୀଙ୍କ ଏପରି ଯୋଜନା ପଣ୍ତ ହେବା ପରେ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ସୂଚନା ଅନୁସାରେ, ଜମ୍ମୁ ରଜୌରୀରେ ଜାତୀୟ ରାଜପଥ ବାଥୋନି ଦିଲୋଗ୍ରା ନିକଟ ଏକ ପୋଲରେ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ନେଇ ଆତଙ୍କୀ ସେଠାରେ ଖଞ୍ଜି ଥିଲେ ଆଇଡି । ହେଲେ ବିଶେଷ ସୂତ୍ରରୁ ଖବର ପାଇଁ ସେଠାରେ ପହଞ୍ଚିଥିଲା ସୁରକ୍ଷା ବାହିନୀ ସହ ବୋମା ନିଷ୍କ୍ରିୟକାରୀ ଦଳ ।

ପାଖାପାଖି କିଛି ଘଣ୍ଟାର ଅପରେସନ ପରେ ଆଇଡିକୁ ନିଷ୍କ୍ରିୟ କରାଯାଇଥିଲା । ଫଳରେ ୩ ଘଣ୍ଟା ଧରି ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା । ସେପଟେ, ଆତଙ୍କବଦୀଙ୍କୁ ଗିରଫ କରିବା ପାଇଁ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.