ETV Bharat / bharat

ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

author img

By

Published : Oct 8, 2022, 12:57 PM IST

ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ । ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ (Idol vandalised at Hindu temple in Bangladesh)। ଅଭିଯୋଗ ପରେ ପୋଲିସ ଆରମ୍ଭ କଲା ତଦନ୍ତ । ଅଧିକ ପଢନ୍ତୁ

ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ
ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ଢାକା: ବାଂଲାଦେଶ ରାଜଧାନୀ ଢାକା ଉପକଣ୍ଠରେ ଥିବା ଏକ ହିନ୍ଦୁ ମନ୍ଦିରରେ ପଶି ମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ (Idol vandalised at Hindu temple in Bangladesh)। ଗୁରୁବାର ରାତିରେ ଢାକା ଉପକଣ୍ଠରେ ଥିବା କାଳୀଙ୍କ ମନ୍ଦିରରେ ପଶି ଦୁର୍ବୃତ୍ତମାନେ ମୂର୍ତ୍ତି ସମେତ ମନ୍ଦିର ପରିସରରେ ଥିବା ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ଏପରିକି ମୂର୍ତ୍ତିର କିଛି ଅଂଶ ଓ ଅନ୍ୟାନ୍ୟ ସାମଗ୍ରୀ ମନ୍ଦିର ଠାରୁ କିଛି କିମି ଦୂରରେ ପଡିଥିବା ଦେଖିବାକୁ ମିଳିଛି । ଏନେଇ ସେଠାରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ଜୋର ଧରିଛି ।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତିରେ ରାଜଧାନୀ ଢାକା ଉପକଣ୍ଠରେ ଥିବା ଏକ କାଳୀ ମନ୍ଦିରେ ଦୁର୍ବୃତ୍ତମାନେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଗତକାଲି (ଶୁକ୍ରବାର) ସକାଳେ ସ୍ଥାନୀୟ ଲୋକେ ମନ୍ଦିରରେ ମୂର୍ତ୍ତି ସମେତ ଅନେକ ସାମଗ୍ରୀ ଭଙ୍ଗାରୁଜା ହୋଇଥିବା ଦେଖି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ମନ୍ଦିର ପରିଚାଳନା କମିଟି ଏନେଇ ଥାନାରେ ଅଭିଯୋଗ କରିବା ସହ ଦୁର୍ବୃତ୍ତଙ୍କୁ ତୁରନ୍ତ ଚିହ୍ନଟ ଓ ଗିରଫ କରିବା ପାଇଁ ଦାବି କରିଛି । ସମଗ୍ର ବାଂଲାଦେଶରେ ରହୁଥିବା ସଂଖ୍ୟାଲଘୁଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ସ୍ଥାନୀୟ ପୋଲିସ ଅଧିକ୍ଷକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ମନ୍ଦିର ପରିଚାଳନା କମିଟିର ଏତଲା ଆଧାରରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଖୁବଶୀଘ୍ର ସେମାନଙ୍କୁ ଧରିବାରେ ପୋଲିସ ସଫଳ ହେବା ନେଇ ପୋଲିସ ଅଧୀକ୍ଷକ କହିଛନ୍ତି । ତେବେ ଏବେ ଦଶହରା ଶେଷ ହେବା ପରେ କାଳୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏପରି ସମୟରେ ମନ୍ଦିରରେ ପଶି ମା’ଙ୍କ ମୂର୍ତ୍ତି ଭଙ୍ଗାରୁଜା କରାଯିବା ଘଟଣାକୁ ନେଇ ହିନ୍ଦୁ ସମାଜ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି ।

ନିକଟରେ କାନାଡାରେ ମଧ୍ୟ ପୁରାତନ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଥିବା ଖବର ଆସିଥିଲା । ସେଠାରେ ଖଲିସ୍ଥାନୀ ଉଗ୍ରବାଦୀ ଗୋଷ୍ଠୀର ସଦସ୍ୟ ଏପରି କାଣ୍ଡ ଭିଆଇଥିବା ସୂଚନା ମିଳିଥିଲା । ଭାରତୀୟ ଦୂତାବାସ ପକ୍ଷରୁ ଏହାକୁ କଡା ନିନ୍ଦା କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାନାଡା ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.