ETV Bharat / bharat

ATMରୁ ଚୁଟ୍‌କିରେ ବାହାରିବ ଇଡଲି-ସାମ୍ବର, ଜାଣନ୍ତୁ କେଉଁଠି ମିଳିବ ଏହି ସୁବିଧା

author img

By

Published : Oct 17, 2022, 1:23 PM IST

କର୍ଣ୍ଣାଟକରେ ଏଟିଏମ ମେସିନ ସାହାଯ୍ୟରେ ପାଣି ଓ ଚାଉଳ ମିିଳିବା ପରେ ଉପଲବ୍ଧ ହେବ ଇଡଲି ଓ ସାମ୍ବର । ଅତି ସ୍ବଳ୍ପ ସମୟରେ 24x7 ମିଳିବ ଖାଦ୍ୟ । ଅଧିକ ପଢ଼ନ୍ତୁ

Idli ATM in Bengaluru People can get food 24x7
ଗୋଟିଏ କ୍ଲିକରେ ଏଟିଏମରୁ ବାହାରିବ ଇଟିଲି ଓ ସାମ୍ବର

ବେଙ୍ଗାଲୁରୁ: ବର୍ତ୍ତମାନ ନୂଆ ନୂଆ କୌଶଳକୁ ଆପଣାଉଛି କର୍ଣ୍ଣାଟକ । ଏଟିଏମରୁ ଟଙ୍କାର ବାହାର କରିବା ଭଳି ଏବେ ଏଟିଏମ ମେସିନରୁ ଇଡଲି ଓ ସାମ୍ବର ବାହାର କରିପାରିବେ । କଥାଟା ଟିକେ ଅଜବ ଲାଗିଲେ ବି ସତ । ସ୍ବଳ୍ପ ମୂଲ୍ୟରେ ଏଟିଏମ ମେସିନ ସାହାଯ୍ୟରେ ଲୋକଙ୍କୁ 24x7 ଖାଦ୍ୟ ଯୋଗାଇବାକୁ ଯୋଜନା କରାଯାଉଛି ।

ବେଙ୍ଗାଲୁରୁର ଷ୍ଟାର୍ଟଅପ କମ୍ପାନୀ 'ଇଡଲି ବଟ' ନାମକ ଏକ ମେସିନ ପ୍ରସ୍ତୁତ କରିଛି । ଏହାକୁ ହେରାମତ ଏବଂ ସୁରେଶ ଚନ୍ଦ୍ରଶେଖରନ ତିଆରି କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସହରର ବିଲେକାଲୀରେ ଷ୍ଟାର୍ଟଅପ ଆରମ୍ଭ କରାଯାଇ ଇଡଲି ମେସିନ ପ୍ରତିଷ୍ଠା ହୋଇଛି । ଗ୍ରାହକଙ୍କ ପାଇଁ 24 ଘଣ୍ଟିଆ ବ୍ୟବସ୍ଥା ରହିବ । ଏହି ମେସିନରେ ବିଭିନ୍ନ ପ୍ରକାରର ଇଡଲି ତଥା ଫୋଡି ଇଡଲି, ପେରି ପେରି ଇଡଲି, ଇଟାଲିୟ ହର୍ବସ ଇଡଲି, ଚକୋଲେଟ ଇଡଲି ଆଦି ଉପଲବ୍ଧ ରହିବ । ମାତ୍ର 25ରୁ 30 ଟଙ୍କାରେ ଦୁଇଟି ଇଡଲି ମିଳିବ । ବିଶେଷ କରି ଗାଜର, ପାଳଙ୍ଗ ଏବଂ ଶସ୍ୟରେ ପ୍ରସ୍ତୁତ କରାଯାଉଛି ।

ପରବର୍ତ୍ତୀ ପର୍ଯ୍ୟାୟରେ ଦୋସା ଓ ଗୁପଚୁପ ଭଳି ଖାଦ୍ୟ ମଧ୍ୟ ଉପଲବ୍ଧି କରିବାର ଯୋଜନା କରାଯାଉଛି। ବସଷ୍ଟାଣ୍ଡ, ଅଫିସ ,ରେଳଷ୍ଟେସନ, ବିମାନବନ୍ଦର ଆଦି ସ୍ଥାନରେ ଇଡଲି ମେସିନ ସ୍ଥାପନ କରାଯିବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ହୋଇଥିବା ମେସିନରେ ମାତ୍ର 55 ସେକେଣ୍ଡ ମଧ୍ୟରେ ଇଡଲି ପ୍ରସ୍ତୁତ ହୋଇପାରୁଛି । ଏହାକୁ ଗ୍ରାହକ ଅନୁକୂଳ କରିବା ପାଇଁ ଯାଞ୍ଚ ମଧ୍ୟ କରାଯିବ। ସ୍ବାସ୍ଥ୍ୟ ପ୍ରତି ହିତକର ତଥା ପରିବେଶ ଅନୁକୂଳ ନିମନ୍ତେ ଗୁରୁତ୍ବ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Congress President Poll: ଆଜି ଭୋଟିଂ, 24 ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ

ଏହା ପୂର୍ବରୁ ମଧ୍ୟ କର୍ଣ୍ଣାଟକରେ ଏଟିଏମ ମେସିନରୁ ଚାଉଳ ବାହାରିବା ଭଳି ଯୋଜନା କରାଯାଇଛି । ସାଧାରଣ ବଣ୍ଟନ ଯୋଜନା (PDS) ଏବଂ ଦାରିଦ୍ର୍ୟ ସୀମା ରେଖା (ବିପିଏଲ) କାର୍ଡଧାରୀଙ୍କ ପାଇଁ କର୍ଣ୍ଣାଟକ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ । ମେସିନରେ କଏନ ଭର୍ତ୍ତି କରିବା ପରେ ସେଥିରୁ ଚାଉଳ ବାହାରିବ । ଫଳରେ ହିତାଧିକାରୀ ପିଡିଏସ ଚାଉଳ ପାଇଁ ଆଉ ଡିଲରଙ୍କ ପାଖକୁ ଯିବେ ନାହିଁ କି ଧାଡିରେ ଠିଆ ହୋଇ ସମୟ ଅପଚୟ କରିବେ ନାହିଁ । ଚାଉଳ ଏଟିଏମରୁ ସେମାନେ ଯେକୌଣସି ସମୟରେ ଆସି ଚାଉଳ ନେଇପାରିବେ । କର୍ଣ୍ଣାଟକ ପୂର୍ବରୁ ପିଡିଏସ ଏବଂ ବିପିଏଲ କାର୍ଡଧାରୀଙ୍କ ପାଇଁ ପାଣି ଏଟିଏମ ଚଳାଉଛି । ଏଭଳି ପ୍ରାୟ 800ଟି ବିତରଣ କେନ୍ଦ୍ର ସାରା ରାଜ୍ୟରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.