ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ବାତିଲ ହେଲା ଆଉ ଏକ ପରୀକ୍ଷା । ICSE- 2021 ପରୀକ୍ଷାକୁ ବାତିଲ କଲା ICSE। ପୂର୍ବରୁ ପରୀକ୍ଷା ସ୍ଥଗିତ ରଖାଯାଇଥିବାବେଳେ ଏବେ ସମ୍ପୂର୍ଣ୍ଣ ବାତିଲ କରାଯାଇଛି ।
ଏପ୍ରିଲ 16 ତାରିଖରେ ଦଶମ ପରୀକ୍ଷା ସ୍ଥଗିତ କରାଯାଇଥିବା ନେଇ ICSE ନିଷ୍ପତ୍ତି ନେଇଥିଲା । ହେଲେ ବର୍ତ୍ତମାନ ପରିସ୍ଥିତି ଅତି ଭୟଙ୍କର ହୋଇଥିବାରୁ ପିଲାଙ୍କ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବ ପରି ଏବେ ବି ଦ୍ବାଦଶ ପରୀକ୍ଷା ସ୍ଥଗିତ ରହିଛି । କୋରୋନାକୁ ଦେଖି ପରବର୍ତ୍ତୀ ସମୟରେ ପରୀକ୍ଷା ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ, କୋରୋନା ସଂକ୍ରମଣକୁ ଦେଖି ସିବିଏସଇ ଦ୍ବାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଥିବାବେଳେ ଦଶମ ପରୀକ୍ଷାକୁ ବାତିଲ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ