ETV Bharat / bharat

ICSE ଦଶମ ଓ ISC ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶିତ , 99% ଉପରେ ଫଳାଫଳ

ପ୍ରକାଶ ପାଇଲା ଚଳିତବର୍ଷର ICSE ଦଶମ ଓ ISE ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ । 99 ପ୍ରତିଶତ ଉପରେ ଫଳାଫଳ ରହିିଥିବା ବେଳେ କିଛି ରାଜ୍ୟରେ ଏହା ଶତ ପ୍ରତିଶତ ରହିଥିବା ମଧ୍ୟ ଜଣାପଡିଛି । କୋଭିଡ କାରଣରୁ ହୋଇନଥିଲା ପରୀକ୍ଷା । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ବାଦଶ ପରୀକ୍ଷା ଫଳାଫଳ, 99 ପ୍ରତିଶତ ଉପରେ ଫଳାଫଳ

author img

By

Published : Jul 24, 2021, 4:06 PM IST

Updated : Jul 24, 2021, 4:12 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଚଳିତବର୍ଷର ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ଦଶମ (ଆଇସିଏସଇ) ଓ ଦ୍ବାଦଶ (ଆଇଏସଇ) ଶ୍ରେଣୀ ପରୀକ୍ଷା ଫଳ ।

ଚଳତବର୍ଷ ISE ଦ୍ବାଦଶ ଶ୍ରେଣୀରେ ମୋଟ ୫୦,୪୫୯ ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବାବେଳେ ୪୩,୫୫୨ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେହପରି ଛାତ୍ରଙ୍କ ପାସ ହାର ୯୯.୬ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ ହାର ୯୯.୮୬ ପ୍ରତିଶତ ରହିଛି । କିଛି ରାଜ୍ୟରେ ପାସ ହାର ମଧ୍ୟ ଶତ ପ୍ରତିଶତ ରହିଥିବା ସୂଚନା ମିଳିଛି ।

ସେହିପରି ICSE ଦଶମରେ 1,18,846 ଛାତ୍ରଙ୍କ ମଧ୍ୟରୁ 1,18,819 କୃତକାର୍ଯ୍ୟ ହୋଇଥିବାବେଳେ ଏମାନଙ୍କ ପ୍ରତିଶତ 99.98 ରହିଛି । ସେହିପରି 1,00,653 ଜଣ ଛାତ୍ରୀଙ୍କ ମୂଲ୍ୟାଙ୍କନ କାରଯାଇଥିବାବେଳେ ସେମାନଙ୍କ ମଧ୍ୟରୁ 1,00,635 କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ଯାହା 99.98 ପ୍ରତିଶତ ରହିଛି ।

କାଉନସିଲର ଅଫିସିଆଲରେ ଓ୍ବେବସାଇଟ cisce.org and results.cisce.org. ରେ ଛାତ୍ରଛାତ୍ରୀ ଲଗଇନ୍ କରି ନିଜର ଫଳାଫଳ ଜାଣିପାରିବେ । ଅନ୍ୟପକ୍ଷେ 09248082883 କୁ ମେସେଜ କରି ମଧ୍ୟ ଛାତ୍ରାଛାତ୍ରୀ ମାନେ ସେମାନଙ୍କ ପଳାଳ ଜାଣିପାରିବା ନେଇ ବ୍ୟବସ୍ଥା କରିଛି ପରିଷଦ ।

ଚଳିତ ବର୍ଷ ଏହି ପରୀକ୍ଷା କୋରୋନା ସଂକ୍ରମଣ କାରଣରୁ ବନ୍ଦ ରଖିଥିଲେ ସରକାର । ବିକଳ୍ପ ଭାବେ ପରିଷଦ ସ୍ଥିର କରିଥିବା ମାପଦଣ୍ଡ ଅନୁସାରେ ମୁଲ୍ୟାଙ୍କନ କରାଯାଇ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ୨୦୧୫ ରୁ ୨୦୧୯ ମଧ୍ୟରେ ସମସ୍ତ ଶ୍ରେଣୀର ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ଭିତ୍ତି କରି ଏହି ଫଳାଫଳ ମୂଲ୍ୟାଙ୍କନ କରାଯାଇଥିବା ପରିଷଦ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jul 24, 2021, 4:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.