ETV Bharat / bharat

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ବି କୋଭିଡ ଟେଷ୍ଟ କରିବାର ଆବଶ୍ୟକତା ନାହିଁ: ICMR

author img

By

Published : Jan 11, 2022, 10:32 AM IST

କୋଭିଡ ଟେଷ୍ଟକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କଲା ICMR । ଏଣିକି କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ କରିବାକୁ ପଡିବ ନାହିଁ କୋରୋନା ଟେଷ୍ଟ । ଅଧିକ ପଢନ୍ତୁ

କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ କୋଭିଡ ଟେଷ୍ଟ କରିବାର ଆବଶ୍ୟକତା ନାହିଁ: ICMR

ନୂଆଦିଲ୍ଲୀ: କୋଭିଡ ଟେଷ୍ଟକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି କଲା ICMR ( new covid testing advisory) । ଏଣିକି କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ କରିବାକୁ ପଡିବ ନାହିଁ କୋରୋନା ଟେଷ୍ଟ । କିନ୍ତୁ ସଂକ୍ରମିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରତି ଯଦି ଅଧିକ ବିପଦ ରହିଛି ତେବେ ତାଙ୍କୁ କୋରୋନା ଟେଷ୍ଟ କରିବାକୁ ପଡିବ ।

କୌଣସି ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତି ଏବଂ ବୃଦ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଯଦି ଅଧିକ ଖରାପ ରହିଛି ତେବେ ସେମାନେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବାର ଆବଶ୍ୟକତା ରହିଛି । ଏନେଇ ଆଇସିଏମଆର ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ନୂତନ ପରାମର୍ଶଦାତାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରା କରୁଥିବା ଲୋକଙ୍କୁ କୋଭିଡ ପରୀକ୍ଷା କରିବା ଆବଶ୍ୟକ ନାହିଁ । ଏହା ବ୍ୟତୀତ ଡାକ୍ତରଖାନା କିମ୍ବା କୋଭିଡ କେନ୍ଦ୍ରରୁ ଡିସଚାର୍ଜ ହୋଇଥିବା ଲୋକଙ୍କୁ ମଧ୍ୟ ଯାଞ୍ଚରୁ ବଞ୍ଚିତ କରାଯାଇଛି। ଲକ୍ଷଣ ନଥିବା ଲୋକଙ୍କୁ କୋଭିଡ ପରୀକ୍ଷା ମଧ୍ୟ କରିବାକୁ ପଡିବନାହିଁ । ଯଦି ଅନ୍ୟ ରୋଗରେ ପୀଡିତ ରୋଗୀ ଅସ୍ତ୍ରୋପଚାର କରିବାକୁ ହସ୍ପିଟାଲ ଯାଉଛନ୍ତି ତେବେ ସେମାନଙ୍କ କୋଭିଡ ପରୀକ୍ଷା କେବଳ କୌଣସି ଲକ୍ଷଣ ଥିଲେ କରାଯିବ । ସିଜରିଆନ୍ ଏବଂ ସାଧାରଣ ପ୍ରସବ କ୍ଷେତ୍ରରେ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ।

ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କୁ ସପ୍ତାହରେ ଥରେ କୋରୋନା ପରୀକ୍ଷା କରାଯିବା ଉଚିତ ବୋଲି ଆଇସିଏମଆର ପରାମର୍ଶ ଦେଇଛି। ଯଦି ଆବଶ୍ୟକ ହୁଏ, RTPCR, TrueNat, CBNAAT, CRISPR, RT-LAMP, ରାପିଡ୍ ମଲିକୁଲାର ଟେଷ୍ଟିଂ ସିଷ୍ଟମ୍ କିମ୍ବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ (RAT) ମାଧ୍ୟମରେ ପରୀକ୍ଷା କରିପାରିବେ। ତେବେ ଯଦି ଆପଣଙ୍କ ନିକଟରେ କୋରୋନାର ଲକ୍ଷଣ ଦେଖାଦଉଛି ହେଲେ ଆପଣଙ୍କ ରିପୋର୍ଟ ନେଟେଟିଭ ଆସୁଛି ତେବେ RTPCR ଟେଷ୍ଟ କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.