ETV Bharat / bharat

Sero Survey: ୬୭% ଭାରତୀୟଙ୍କ ଦେହରେ ଆଣ୍ଟିବଡି ବିକଶିତ - ଆଣ୍ଟିବଡି

ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେ(Sero Survey) ରିପୋର୍ଟ ଜାରି । ଦେଶରେ ୬୭.୬ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିବା ରିପୋର୍ଟରୁ ଜଣାପଡିଛି । ତେବେ ୪୦ କୋଟି ଜନସମୁଦାୟ ଏବେ ବି କୋରୋନାର ବିପଦ ଘେରରେ ରହିଛନ୍ତି । ଅଧିକ ପଢନ୍ତୁ...

Sero Survey: ୬୭% ଭାରତୀୟଙ୍କ ଦଦେହରେ ଆଣ୍ଟିବଡି ବିକଶିତ

author img

By

Published : Jul 20, 2021, 6:17 PM IST

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେ (Sero Survey) ରିପୋର୍ଟ ଜାରି କରିଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ(ICMR) । ଦେଶରେ ୬୭.୬ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିବା ରିପୋର୍ଟରୁ ଜଣାପଡିଛି । ତେବେ ୪୦ କୋଟି ଜନସମୁଦାୟ ଏବେ ବି କୋରୋନାର ବିପଦ ଘେରରେ ରହିଛନ୍ତି ।

ଜନ ଓ ଜୁଲାଇ ମଧ୍ୟରେ କରାଯାଇଥିଲା ଏହି ସର୍ଭେ । ୨୮,୯୭୫ ଜଣଙ୍କ ଉପରେ କରାଯାଇଥିବା ଏହି ସର୍ଭେରେ ୬ରୁ ୧୭ ବର୍ଷର ପିଲାଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ସେହପରି ୧୮ ବର୍ଷରୁ ଊର୍ଦ୍ଧ ୨୦,୨୮୪ ଜଣ ଏଥିରେ ସାମିଲ ଥିଲେ ।

ICMR ଡିଜି ବଳରାମ ଭାର୍ଗବ ସେରୋ ସର୍ଭେ ରିପୋର୍ଟ ଜାରି କରି କହିଛନ୍ତି, ଦେଶରେ ଦୁଇ ତୃତୀୟାଂଶ ଜନସମୁଦାୟଙ୍କ ଦେହରେ କୋଭିଡ ଆଣ୍ଟିବଡି ମିଳିଛି । ୪୦ ପ୍ରତିଶତଙ୍କ ଉପରେ ଏବେ ବି କୋରୋନାର ବିପଦ ରହିଛି । ସର୍ଭେରେ ସାମିଲ ୬ରୁ ୧୭ ବର୍ଷର ଅଧିକାଂଶ ପିଲାଙ୍କଠାରେ ଆଣ୍ଟିବଡି ମିଳିଛି । ଏହାର ଅର୍ଥ ଦ୍ବିତୀୟ ଲହରୀ ସଂକ୍ରମଣ ପିଲାଙ୍କୁ ପ୍ରଭାବିତ କରିଛି ।

ସର୍ଭେ ରିପୋର୍ଟ ଅନୁଯାୟୀ, ୬ରୁ ୧୭ ବର୍ଷର ୫୨.୨ ପ୍ରତିଶତ ଓ ୧୦ରୁ ୧୭ ବର୍ଷର ୬୧.୬୧ ପ୍ରତିଶତ ପିଲାଙ୍କଠାରେ କୋରୋନାର ଆଣ୍ଟିବଡି ମିଳିଛି । ସେହିପରି ୧୮ରୁ ୪୪ ବର୍ଷର ୬୬.୭ ପ୍ରତିଶତ, ୪୫ରୁ ୬୦ ବର୍ଷର ୭୭.୮ ପ୍ରତିଶତ ଓ ୬୦ ବର୍ଷରୁ ଊର୍ଦ୍ଧ୍ବ ୭୬.୭ ପ୍ରତିଶତଙ୍କଠାରେ ଆଣ୍ଟିବଡି ମିଳିଛି । ସର୍ଭେରେ ସାମିଲ ୬୯,୨ ପ୍ରତିଶତ ମହିଳା ଓ ୬୫.୮ ପ୍ରତିଶତ ପୁରୁଷଙ୍କଠାରେ କୋଭିଡ ଆଣ୍ଟିବଡି ବିକଶିତ ହୋଇଛି । ଅନ୍ୟପକ୍ଷେ ସହରାଞ୍ଚଳରେ ରହୁଥିବ ୬୯.୬ ପ୍ରତିଶତ ଓ ଗ୍ରାମୀଣ ଅଞ୍ଚଳରେ ରହୁଥିବା ୬୬.୭ ପ୍ରତିଶତ ଆଣ୍ଟିବଡି ମିଳିଛି ।

ସର୍ଭେରେ ସାମିଲ ୧୨,୬୦୭ ଜଣ ଭ୍ୟାକ୍ସିନ ନେଇନଥିଲେ । ଅନ୍ୟପକ୍ଷେ ୫,୦୩୮ ଜଣଙ୍କ ଗୋଟିଏ ଡୋଜ ଓ ୨,୬୧୩ ଜଣଙ୍କୁ ଦିଆଯାଇଥିଲା ଦୁଇଟି ଡୋଜ । ତେବେ ଭ୍ୟାକ୍ସିନର ଦୁଇଟି ଡୋଜ ନେଇଥିବା ୮୯.୮ ପ୍ରତିଶତଙ୍କଠାରେ ଆଣ୍ଟିବଡି ବିକଶିତ ହୋଇଥିବା ସର୍ଭେ ରିପୋର୍ରୁ ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.