ETV Bharat / bharat

Loan Fraud Case: ଭିଡିଓକନ ଚେୟାରମ୍ୟାନ ବେଣୁଗୋପାଳ ଧୁତ ଗିରଫ

author img

By

Published : Dec 26, 2022, 12:38 PM IST

ଆଇସିଆଇସିଆଇ ବ୍ୟାଙ୍କ-ଭିଡିଓକନ ଅର୍ଥ ହେରଫେର ମାମଲାରେ(Cheating and Irregularities in loans Sanctioned by the Bank to Videocon Group Companies) ଭିଡିଓକନ ଚେୟ୍ୟାରମ୍ୟାନ ବେଣୁଗୋପାଳ ଧୁତଙ୍କୁ ଗିରଫ କରିଛି ସିବିଆଇ । ଅଧିକ ପଢନ୍ତୁ

ICICI bank fraud case
Videocon chairman Venugopal Dhoot

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଭିଡିଓକନ ଅର୍ଥ ହେରଫେର ମାମଲାରେ ସିବିଆଇ ଏକ ବଡ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ଭିଡିଓକନ ଚେୟାରମ୍ୟାନ ବେଣୁଗୋପାଳ ଧୁତଙ୍କୁ ଗିରଫ କରିଛି ସିବିଆଇ । ଏହା ପୂର୍ବରୁ ସିବିଆଇ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ବାମୀ ଦୀପକ କୋଚରଙ୍କୁ ଗରିଫ କରିଥିଲା ।

ଚନ୍ଦା କୋଚରଙ୍କ ହାତରେ ଆଇସିଆଇସିଆଇ କମାଣ ଥିବା ସମୟରେ ଭିଡିଓକନ ଗ୍ରୁପକୁ ଲୋନ ଦେଇଥିଲେ । ବଦଳରେ ଚନ୍ଦା କୋଚରଙ୍କ ସ୍ବାମୀ ଦୀପକ କୋଚରଙ୍କ କମ୍ପାନୀ ନ୍ୟୁପାଓ୍ଵାର ରିନିଏବଲରେ ଭିଡିଓକନରୁ ନିବେଶ କରିବାକୁ ସୁଯୋଗ ମିଳିଥିଲା । ଭିଡିଓକନ ଗ୍ରୁପକୁ 3,250 କୋଟିର ବ୍ୟାଙ୍କ ଋଣ ଦେବା ମାମଲାରେ ସିବିଆଇ ଡିସେମ୍ବର 23 ତାରିଖ ବିଳମ୍ବିତ ରାତିରେ ଚନ୍ଦା କୋଚର ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା । ଏହାପରେ ଉଭୟଙ୍କୁ ମୁମ୍ବାଇ ସ୍ବତନ୍ତ୍ର କୋର୍ଟ 3 ଦିନିଆ ସିବିଆଇ ରିମାଣ୍ଡରେ ପଠାଇଥିଲା ।

ବେଣୁଗୋପାଳ ଧୁତଙ୍କୁ ଲାଭବାନ କରାଯାଇଥିବା ଅଭିଯୋଗ...

ଚନ୍ଦା କୋଚର ତାଙ୍କ ସ୍ବାମୀଙ୍କ କମ୍ପାନୀ ପାଇଁ ବେଣୁଗୋପାଳଙ୍କୁ ଲାଭବାନ କରାଇଥିବା ଅଭିଯୋଗ ହୋଇଛି । 2018ରେ ଏହାର ଖୁଲାସା ହେବା ପରେ କୋଚର ଇସ୍ତଫା ଦେଇଥିଲେ । 2028ରେ ପ୍ରଥମେ ସିବିଆଇ ପ୍ରାଥମିକ ତଦନ୍ତ କରିଥିଲା ।

ଏହା ବି ପଢନ୍ତୁ...ଋଣ ଜାଲିଆତି ମାମଲା: ପୂର୍ବତନ CEO ଚନ୍ଦା କୋଚର ଓ ସ୍ଵାମୀ ଦୀପକ କୋଚର ଗିରଫ

କଣ ଥିଲା ପୁରା ମାମଲା...

କୋଚର ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ରହିଥିବା ବେଳେ ୨୦୧୨ ମସିହାରେ ଭିଡିଓକୋନ ଗ୍ରୁପରୁ ୩୨୫୦ କୋଟି ଟଙ୍କା ଋଣ ପ୍ରଦାନରେ ଅନିୟମିତତା ହୋଇଥିଲା । ଚନ୍ଦା କୋଚର ୨୦୦୯ ଏବଂ ୨୦୧୧ ମଧ୍ୟରେ ଭିଡିଓକନ ଗ୍ରୁପର ଚେୟାରମ୍ୟାନ ବେଣୁଗୋପାଳ ଧୂତଙ୍କୁ ଋଣ ଦେବାରେ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ପଦର ଦୂରୁପଯୋଗ କରିଥିବା ଚନ୍ଦା କୋଚରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ବେଣୁଗୋପାଳ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ପାଇବା ପରେ ନ୍ୟୁପାଓ୍ଵାର ରିନିଏବଲରେ (NRL) କୋଟି କୋଟି ଟଙ୍କା ନିବେଶ କରିଥିବା ନେଇ ସୂଚନା ମିଳିଥିଲା । NRPL ମାଲିକ ଚନ୍ଦା କୋଚରଙ୍କ ସ୍ବାମୀ ଦୀପକ କୋଚର । ଚାନ୍ଦା କୋଚରଙ୍କ ନେତୃତ୍ୱରେ ଏକ କମିଟି ଭିଡିଓକନ୍ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡକୁ 300 କୋଟି ଟଙ୍କା ଅନୁମୋଦନ କରାଯାଇଥିଲା ।

ଏହି ଋଣ ପ୍ରଦାନ ପରେ ଭିଡିଓକନ ପକ୍ଷରୁ 64 କୋଟି ଟଙ୍କା ନ୍ୟୁପାୱାର୍ ରିନ୍ୟୁଆଲ୍ ପିଭି ଲିମିଟେଡକୁ ହସ୍ତାନ୍ତର କରାଯାଇଥିଲା । ଏହା ସହ ଠିକ୍ ଗୋଟିଏ ଦିନ ପରେ ସେପ୍ଟେମ୍ବର 8, 2009ରେ ଏନଆରଏଲ ଦ୍ବାରା 10.65 କୋଟି ଟଙ୍କାର ଆୟ ହୋଇଥିଲା । ଫଳରେ ମୋଟ 74.65 କୋଟି ଟଙ୍କା କୋଚରଙ୍କ କମ୍ପାନୀ ଗ୍ରହଣ କରିଥିବା ନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଥିଲା । ଅଭିଯୋଗ ଆସିବା ପରେ ୨୦୧୮ ଅକ୍ଟୋବରରେ କୋଚର ଇସ୍ତଫା ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.