ETV Bharat / bharat

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ IAS ଟପ୍ପର ଟିନା ଡାବି, ଇନଷ୍ଟାରେ ସେୟାର କଲେ ଫଟୋ

author img

By

Published : Mar 29, 2022, 12:41 PM IST

Updated : Mar 29, 2022, 12:58 PM IST

ଆଇଏଏସ୍‌ ଟିନା ଡାବି ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପ୍ରଦୀପ ଗଓ୍ଵାଣ୍ଡେଙ୍କ ସହ ନିର୍ବନ୍ଧ କରିଛନ୍ତି । ଏ ନେଇ ଟିନା ଡାବି ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଆଉ ଜଣେ ଆଇଏଏସ୍‌ଙ୍କୁ ବିବାହ କରିବେ IAS ଟପ୍ପର ଟିନା ଡାବି, ସରିଲା ନିର୍ବନ୍ଧ

ନୂଆଦିଲ୍ଲୀ: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟିନା ଡାବି । ୨୦୧୫ ମସିହାରେ ସିଭିଲ ସର୍ଭିସ୍‌ ପରୀକ୍ଷାରେ ସାରା ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଟିନା ଡାବି ସୋମବାର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ଜୀବନ ସାଥୀଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି । ଟିନା ଡାବି ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗୱାଣ୍ଡେଙ୍କୁ ବିବାହ କରିବାକୁ ଯାଉଛନ୍ତି । ପ୍ରଦୀପ ଗୱାଣ୍ଡେ ରାଜସ୍ଥାନ କ୍ୟାଡରର ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ । ବର୍ତ୍ତମାନ ପ୍ରଦୀପ ଗୱାଣ୍ଡେ ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି।

ଆଉ ଜଣେ ଆଇଏଏସ୍‌ଙ୍କୁ ବିବାହ କରିବେ IAS ଟପ୍ପର ଟିନା ଡାବି

ସେହିପରି ପ୍ରଦୀପ ଗଓ୍ଵାଣ୍ଡେ ମଧ୍ୟ ନିଜ ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି । ଫଟୋରେ ଟିନା ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ପ୍ରଦୀପ ଗଓ୍ଵାଣ୍ଡେ ଲାଲ୍‌ ରଙ୍ଗର କୁର୍ତ୍ତା ପିନ୍ଧିଥିବାର ଦେଖିବାକୁ ମିଳିଛି । ଦୁହିଁଙ୍କର ନିର୍ବନ୍ଧ ସରିଛି । ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରି ଟିନା ଲେଖିଛନ୍ତି- ଆପଣ ଦେଇଥିବା ହସ ହସୁଛି । ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ବିବାହ ସମାରୋହ କାର୍ଡରେ କାର୍ଯ୍ୟକ୍ରମର ତାରିଖ ଏବଂ ସ୍ଥାନ ଉଲ୍ଲେଖ କରାଯାଇଛି । ଏକ ସୁତ୍ର ମୁତାବିକ, ଉଭୟ ଏପ୍ରିଲ 22 ରେ ଜୟପୁରର ଏକ ଘରୋଇ ହୋଟେଲରେ ବିବାହ କରିବାକୁ ଯାଉଛନ୍ତି ।

ଏହା ବି ପଢନ୍ତୁ: ଅଲଗା ହେଲେ ଚର୍ଚ୍ଚିତ IAS ଟିନା-ଅତହର

ଏହାପୂର୍ବରୁ ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅତହର ଖାନଙ୍କୁ ବିବାହ କରିଥିଲେ । ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅତହର ଖାନ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ଅତହର ଓ ଟିନାଙ୍କ ବିବାହ ଅଧିକ ଦିନ ତିଷ୍ଠି ରହିନଥିଲା। ୨୦୨୦ରେ ପରସ୍ପରର ସହମତିରେ ଉଭୟ ଛାଡ଼ପତ୍ର ନେଇଥିଲେ। ସେହି ସମୟରେ ଛାଡ଼ପତ୍ର ଯୋଗୁଁ ଉଭୟେ ଚର୍ଚ୍ଚାକୁ ଆସିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 29, 2022, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.