ETV Bharat / bharat

ସ୍ବାମୀଙ୍କ ସହ ED କାର୍ଯ୍ଯାଳୟରେ ହାଜର ହେଲେ IAS ପୂଜା ସିଙ୍ଗଲ - ପୂଜା ସିଙ୍ଗଲଙ୍କୁ ଇଡି ସମନ

ସ୍ବାମୀଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କାର୍ଯ୍ଯାଳୟରେ ହାଜର ହେଲେ ଝାଡଖଣ୍ଡ ଖଣି ସଚିବ IAS ପୂଜା ସିଙ୍ଗଲ । ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ 19 କୋଟି ନଗଦ ଟଙ୍କା ଜବତ ପରେ ହାଜର ହେବା ପାଇଁ ଥିଲା ସମନ । ମନି ଲଣ୍ଡ୍ରିଂ ମାମଲରେ ତଦନ୍ତ ପରିସରକୁ ଆସିଛନ୍ତି ଦମ୍ପତି । ଅଧିକ ପଢନ୍ତ

ସ୍ବାମୀଙ୍କ ସହ ED କାର୍ଯ୍ଯାଳୟରେ ହାଜର ହେଲେ IAS ପୂଜା ସିଙ୍ଗଲ

author img

By

Published : May 10, 2022, 7:57 PM IST

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କାର୍ଯ୍ୟାଳୟରେ ହାଜର ହେଲେ ଝାଡଖଣ୍ଡ ଖଣି ସଚିବ ପୂଜା ସିଙ୍ଗଲ । ସେ ଆଜି (ସୋମବାର) ସ୍ବାମୀ ଅଭିଶେକ ଝାଙ୍କ ସହ ରାଞ୍ଚି ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ପୂଜାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ 19 କୋଟି ଟଙ୍କା ଜବତ ପରେ ହାଜର ହେବା ପାଇଁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ପୂଜା ଓ ତାଙ୍କ ସ୍ବାମୀ ହାଜର ହେବା ପରେ ସେମାନଙ୍କୁ ପଚରାଉଚରା ଜାରି ରହିଥିବା ସୂଚନା ମିଳିଛି ।

ବିପୁଳ ଟଙ୍କା ଜବତ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଇଏଏସ୍ ପୂଜା ସିଙ୍ଗଲଙ୍କ CA ସୁମନ ସିଂ, ତାଙ୍କ ସ୍ୱାମୀ ଅଭିଷେକ ଝାଙ୍କୁ ପଚରାଉଚରା କରୁଥିଲା । କିନ୍ତୁ ଆଜି ପୂଜା ସିଙ୍ଗଲଙ୍କୁ ମଧ୍ୟ ଜେରା ପାଇଁ ଡାକିଥିଲା ଇଡି । ପୂଜା ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଭିଡ ସହ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ତଦନ୍ତକାରୀ ଇଡି ମଧ୍ୟ ସ୍ଥାନୀୟ ପୋଲିସର ସହଯୋଗ ମାଗିଥିଲା । ବ୍ୟାପକ ଫୋର୍ସ ମୁତୟନ ହେବା ପରେ କାର୍ଯ୍ୟାଳୟରେ ପଚରାଉଚୁରା ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.