ETV Bharat / bharat

ବାୟୁସେନା ବୀର ଅଭିନନ୍ଦନଙ୍କୁ ବୀରଚକ୍ର ସମ୍ମାନ, ପାକିସ୍ତାନ ଯୁଦ୍ଧ ବିମାନକୁ ମାରି ଖସାଇଥିଲେ

author img

By

Published : Nov 22, 2021, 2:08 PM IST

ବୀରଚକ୍ର ସମ୍ମାନରେ ସମ୍ମାନିତ ହେଲେ ବାଲାକୋଟ ଏୟାର ଷ୍ଟ୍ରାଇକର ହିରୋ ଅଭିନନ୍ଦନ ବର୍ଥମାନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବୀରଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ...

ଅଭିନନ୍ଦନଙ୍କୁ ବୀରଚକ୍ର ସମ୍ମାନ, ପାକିସ୍ତାନୀ ଯୁଦ୍ଧ ବିମାନ F-16କୁ ମାରି ଖସାଇଥିଲେ

ନୂଆଦିଲ୍ଲୀ: ବୀରଚକ୍ର ସମ୍ମାନରେ ସମ୍ମାନିତ ହେଲେ ବାଲାକୋଟ ଏୟାର ଷ୍ଟ୍ରାଇକର ହିରୋ ଅଭିନନ୍ଦନ ବର୍ଥମାନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବୀରଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ।

ଫେବୃଆରୀ 27, 2019 ରେ ଅଭିନନ୍ଦନ ପାକିସ୍ତାନ ଯୁଦ୍ଧ ବିମାନ F-16କୁ ଆକାଶପଥରେ ଟାର୍ଗେଟ କରି ଧ୍ବଂସ କରିଦେଇଥିଲେ । ଏହା ପରେ ସେ ତିନି ଦିନ ଧରି ପାକିସ୍ତାନ କବଜାରେ ରହିଥିଲେ। ଏହାପୂର୍ବରୁ ଭାରତୀୟ ବାୟୁସେନା ତାଙ୍କୁ ଗ୍ରୁପ୍ କ୍ୟାପଟେନ ପଦରେ ଉନ୍ନୀତ କରିଛି। ଏହି ପୋଷ୍ଟଟି ଭାରତୀୟ ସେନାରେ କର୍ଣ୍ଣେଲ ପଦବୀ ସହିତ ସମାନ। ପାକିସ୍ତାନ ଯୁଦ୍ଧ ବିମାନ F-16 କୁ ଧ୍ବଂସ କରିଥିବାରୁ ଅଭିନନ୍ଦନଙ୍କୁ ପୂର୍ବରୁ ସୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କରାଯିବା ବୋଲି ଘୋଷଣା କରାଯାଇଥିଲା। ତେବେ ଶତ୍ରୁ ସୀମାରେ ପଶି ଶତ୍ରୁ ଦେଶର ଯୁଦ୍ଧ ବିମାନକୁ ଆକାଶ ପଥରେ ନଷ୍ଟ କରି ପୂରା ଦେଶବାସୀଙ୍କ ମନ ଜିଣିଥିଲେ ଅଭିନନ୍ଦନ ।

୧୪ ଫେବ୍ରୁଆରୀ ୨୦୧୯ରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର ଆତଙ୍କବାଦୀ ମାନେ ପୁଲୱାମାରେ ସେନା ଯବାନଙ୍କ ଗାଡି ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ । ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ପୂରା ଦେଶ ପ୍ରତିଶୋଧର ନିଆଁରେ ଜଳୁଥିଲା । ଆଉ ଏହାକୁ ପୂରା କରିଥିଲେ ଦେଶର ବୀର ଯବାନ । ୨୭ ଫେବ୍ରୁଆରୀ ରାତିରେ ପାକିସ୍ତାନ ବାଲାକୋଟରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକାଶପଥରୁ ମିସାଇଲ ମାଡ ଓ ବୋମା ବର୍ଷଣ କରି ଆତଙ୍କୀ ଶିବିରକୁ ଧ୍ବସ୍ତବିଧ୍ବସ୍ତ କରିଥିଲେ ଭାରତୀୟ ବାୟୁବୀର । ଭାରତୀୟ ବାୟୁସେନାର ଏହି ଏୟାରଷ୍ଟ୍ରାଇକରେ ପାଖାପାଖି ୩୦୦ ଆତଙ୍କବାଦୀ ନିପାତ ହୋଇଥିଲେ । ତେବେ ‘ଅପରେସନ ବନ୍ଦର’ ନାମକ ଏହି ଏୟାର ଷ୍ଟ୍ରାଇକ ଭାରତୀୟ ବାୟୁସେନାର ସପ୍ତମ ତଥା ନବମ ସ୍କ୍ବାଡ୍ରନ୍ସ ଦ୍ବାରା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.