ETV Bharat / bharat

100 ନୂଆ LCA ତେଜସ୍‌ ବିମାନ କିଣିବ ବାୟୁସେନା - ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ

100 ଟି ନୂଆ LCA ତେଜସ୍‌ ଲଢୁଆ ବିମାନ କିଣିବ ବାୟୁସେନା । ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦାଖଲ ହେଲା ପ୍ରସ୍ତାବ । ତେଜସ ସାମିଲ ହେଲେ ସେବାନିବୃତ୍ତ ହେବ ପୁରୁଣା ମିଗ-21 ଫ୍ଲିଟ । ଅଧିକ ପଢନ୍ତୁ

100 ନୂଆ LCA Mark-1A ଲଢୁଆ ବିମା କିଣିବ ବାୟୁସେନା

author img

By ETV Bharat Odisha Team

Published : Aug 24, 2023, 9:06 PM IST

ନୂଆଦିଲ୍ଲୀ: ବାୟୁସେନାରେ ସାମିଲ ହେବ ଆଉ 100 ଟି ସ୍ବଦେଶୀ ନିର୍ମିତ ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସ୍‌ (LCA Mark-1A) । ବାୟୁସେନା ପ୍ରାୟ 8 ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚରେ ଏହି ବିମାନ କ୍ରୟ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ଏକ ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯାଇସାରିଛି । ସରକାରୀ ମଞ୍ଜୁରୀ ମିଳିବା ପରେ ରାଷ୍ଟ୍ରାୟତ ଜେଟ୍‌ ନିର୍ମାଣକାରୀ କମ୍ପାନୀ HAL ଓ ବାୟୁସେନା ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହେବ ।

ଭାରତୀୟ ବାୟୁସେନାରେ ପୂର୍ବରୁ ତେଜସ ସାମିଲ ହୋଇସାରିଛି । ଅନ୍ୟ ଏକ ଚୁକ୍ତି ଅନୁସାରେ, ଆଉ କିଛି ତେସଜ ଆସନ୍ତାବର୍ଷରୁ ପର୍ଯ୍ୟାୟକ୍ରମେ ସାମିଲ ହେବାକୁ ଯାଉଛି । ଏବେ ଆଉ 100 ଏହି ବର୍ଗର ହାଲୁକା ଲଢ଼ୁଆ ବିମାନ ସାମିଲ ହେବା ପରେ ବାୟୁସେନାରେ ପୁରୁଣା ମିଗ-21 ଫାଇଟର ଜେଟ ଫ୍ଲିଟକୁ ସେବାନିବୃତ୍ତ କରାଯିବ । ଏହି ହାଲୁକା ଲଢୁଆ ବିମାନକୁ ବାୟୁସେନାରେ ସାମିଲ କରି ମିଗ-21କୁ ବାଦ ଦେବା ନେଇ ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯାଇଛି । ଭାରତୀୟ ବାୟୁସେନା ମୁଖ୍ୟ ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀ ରାଷ୍ଟ୍ରାୟତ ଯୁଦ୍ଧ ବିମାନ ନିର୍ମାଣକାରୀ ସଂସ୍ଥା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ସମେତ ସମସ୍ତ ସଂପୃକ୍ତ ସଂସ୍ଥା ସହିତ ସ୍ୱଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ କରିବାପରେ ଏହି ପ୍ରସ୍ତାବ ସମ୍ନାକୁ ଆସିଛି ।

ଜଣେ ପ୍ରତିରକ୍ଷା ଅଧିକାରୀ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ଦେଇଥିବା ସୂଚନା ଅନୁସାରେ, ଭାରତୀୟ ବାୟୁସେନା ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ (HAL)ରୁ ପ୍ରାୟ 100ଟି ଅତ୍ୟାଧୁନିକ ତଥା LCA ମାର୍କ -1A ତେଜସ୍‌ ଯୁଦ୍ଧ ବିମାନ କ୍ରୟ କରିବାକୁ ନିଷ୍ପତ୍ତି ନେଇଛି । ଏ ସମ୍ପର୍କରେ ଏକ ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯାଇ ସାରିଛି । ଏହାକୁ ଶୀଘ୍ର ଅନୁମୋଦନ ମିଳିବା ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-Manipur violence: ମଣିପୁର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ମୁଖ୍ୟଙ୍କୁ ଦିଲ୍ଲୀ ଡାକିଲେ ଶାହ

ତେବେ ଏହି ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ ପାଇବା ପରେ ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ୍‌ ସହ ଭାରତୀୟ ବାୟୁସେନା ଏନେଇ ଚୁକ୍ତିବଦ୍ଧ ହେବ । ଏହି ନୂତନ ନିଷ୍ପତ୍ତି ଅନୁସାରେ, ଆସନ୍ତା 15 ବର୍ଷ ମଧ୍ୟରେ, ଭାରତୀୟ ବାୟୁସେନା ନିକଟରେ 40ଟି LCA, 180ରୁ ଅଧିକ LCA ମାର୍କ -1-A ଏବଂ 120 LCA ମାର୍କ-୨ ବିମାନ ସାମିଲ ହୋଇସାରିଥିବ । ପୂର୍ବରୁ 83ଟି ଏହି ବର୍ଗର ବିମାନ କିଣିବା ପାଇଁ ବାୟୁସେନା ଅର୍ଡର ଦେଇସାରିଛି । ଆସନ୍ତାବର୍ଷ 2024 ଫେବୃଆରୀ ସୁଦ୍ଧା ଏହି ଚୁକ୍ତିର ପ୍ରଥମ ବିମାନ ବାୟୁସେନାକୁ ହସ୍ତାନ୍ତର କରିବ ହାଲ ।

ବ୍ଯରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.