ETV Bharat / bharat

ମରୁଭୂମି କ୍ଷେତ୍ରରେ ବହୁରାଷ୍ଟ୍ରୀୟ ବାୟୁ ଅଭ୍ୟାସରେ କରିବ ବାୟୁସେନା, 10ରୁ ଅଧିକ ଶକ୍ତିଶାଳୀ ଦେଶ କରିବେ ଅଂଶଗ୍ରହଣ

author img

By

Published : Jun 11, 2023, 10:33 PM IST

ମରୁଭୂମି କ୍ଷେତ୍ରରେ ବହୁରାଷ୍ଟ୍ରୀୟ ବାୟୁ ଅଭ୍ୟାସରେ ସାମିଲ ହେବ ବାୟୁସେନା । ଆମେରିକା ସମେତ 10ରୁ ଅଧିକ ଶକ୍ତିଶାଳୀ ଦେଶ କରିବେ ଅଂଶଗ୍ରହଣ । ଅଧିକ ପଢନ୍ତୁ

IAF to hold multinational aerial wargames involving 10-12 major global powers in desert sector

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପଶ୍ଚିମ ମରୁଭୂମି କ୍ଷେତ୍ରରେ ଏକ ବୃହତ ବହୁରାଷ୍ଟ୍ରୀୟ ବାୟୁ ଅଭ୍ୟାସ କରିବାକୁ ଯାଉଛି । ଏଥିର ଆମେରିକା ସମେତ ପ୍ରାୟ 10 ରୁ 12ଟି ଶକ୍ତିଶାଳୀ ଦେଶର ବାୟୁସେନା ଅଂଶଗ୍ରହଣ କରିବା ନେଇ ସୂଚନା ମିଳିଛି । ବାୟୁସେନା ପକ୍ଷରୁ ଏହି ବହୁରାଷ୍ଟ୍ରୀୟ ଅଭ୍ୟାସ ପାଇଁ ସମୟ ନିର୍ଦ୍ଧାରିତ ହୋଇନଥିବା ବେଳେ ଚଳିତବର୍ଷ (2023)ର ଶେଷ ତ୍ରୈମାସିକରେ ଆୟୋଜିତ ହେବାକୁ ଯୋଜନା କରାଯାଇଛି । ଦେଶର ପଶ୍ଚିମ ଭାଗରେ ଥିବା ମରୁଭୂମି କ୍ଷେତ୍ରରେ ଏହି ଅଭ୍ୟାସ କରାଯିବା ସହ ଏଥିରେ ପ୍ରାୟ 10ରୁ 12 ଦେଶର ବାୟୁସେନା ଅଂଶଗ୍ରହଣ କରିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ମରୁଭୂମି ସେକ୍ଟରରେ ଆୟୋଜିତ ହେବାକୁ ଥିବା ଏହି ଅଭ୍ୟାସ ବୋଧହୁଏ ବାୟୁସେନା ଦ୍ୱାରା ଦେଶରେ ଅନୁଷ୍ଠିତ ହୋଇଥିବା ସବୁଠାରୁ ବଡ଼ ଅଭ୍ୟାସ ହେବ ବୋଲି ଅନୁମାନ କରାଯାଉଛି ।

ନିକଟରେ ଭାରତୀୟ ବାୟୁସେନା ଫ୍ରାନ୍ସରେ ଆୟୋଜିତ ଏକ ବହୁରାଷ୍ଟ୍ରୀୟ ଅଭ୍ୟାସରୁ ଫେରିଛି । ଏହି ବହୁରଷ୍ଟ୍ରୀୟ ବାୟୁ ଅଭ୍ୟାସରେ ଆୟୋଜକ ଫ୍ରାନ୍ସ ଏବଂ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସହ ଅନ୍ୟ କିଛି ରାଷ୍ଟ୍ର ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ଅଭ୍ୟାସରେ ଭାରତୀୟ ବାୟୁସେନାର ଫ୍ରଣ୍ଟ୍‌ଲାଇନ ରାଫେଲ ଯୁଦ୍ଧ ବିମାନ ସହ ଅନ୍ୟତମ ଲଢୁଆ ବିମାନ ସୁଖୋଇ-30 ଆଦି ବିମାନ ଅଂଶଗ୍ରହଣ କରିଥିଲେ । ବାୟୁସେନା ରାଫେଲ ବିମାନକୁ ଫ୍ରାନ୍ସର ବହୁରାଷ୍ଟ୍ରୀୟ ଅଭ୍ୟାସରେ ଦେଶର ଏକମାତ୍ର ମହିଳା ରାଫେଲ ବିମାନ ପାଇଲଟ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂ ଉଡାଇଥିଲେ । ଏଥିରେ ଆମେରିକା, ବ୍ରିଟେନ୍‌ ଏବଂ ଫ୍ରାନ୍ସ ସମେତ ଅନ୍ୟାନ୍ୟ ପ୍ରମୁଖ ବାୟୁସେନା ଏବଂ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ବାହିନୀ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ତେବେ ଏହି ବର୍ଷ ଶେଷ ସୁଦ୍ଧା ଭାରତରେ ଏହି ବୃହତ ବହୁରାଷ୍ଟ୍ରୀୟ ବାୟୁ ଅଭ୍ୟାସ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ 12ଟି ଶକ୍ତିଶାଳୀ ଦେଶ ଅଂଶଗ୍ରହଣ କରିବେ । ଭାରତର ମରୁ କ୍ଷେତ୍ରରେ ହେବାକୁ ଥିବା ଏହି ବିଶାଳ ଅଭ୍ୟାସ ଭାରତ ସବୁଠୁ ବଡ଼ ଅଭ୍ୟାସ ମଧ୍ୟ ହେବାକୁ ଯାଉଛି । ନିକଟରେ ଭାରତୀୟ ବାୟୁସେନା ବହୁ ଦେଶରେ ଆୟୋଜିତ ବାୟୁ ଅଭ୍ୟାସ ଓ ଏୟାର ସୋ'ରେ ମଧ୍ୟ ଅଂଶଗ୍ରହଣ କରିଛି । ନିକଟରେ ଦୁବାଇରେ ହୋଇଥିବା ଏୟାର ସୋ'ରେ ଭାରତୀୟ ବାୟୁସେନାର ସ୍ବଦେଶୀ ହାଲୁକା ବିମାନ ତେଜସ ଉଡାଣ କୌଶଳ ପ୍ରଦର୍ଶନ କରିଥିଲା । ଏହି ଏୟାର ସୋ’ରେ ସୂର୍ଯ୍ୟକିରଣ ଟିମ୍‌ ମଧ୍ୟ ସାମିଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.