ETV Bharat / bharat

ଚିନୁକ୍ ଚଡକ: ହଠାତ୍ ଉଡାଣ ବନ୍ଦ କଲା ଆମେରିକା, ଟେନସନ୍‌ରେ ଭାରତ

author img

By

Published : Aug 31, 2022, 9:58 PM IST

ଚିନୁକ (Chinook helicopter) ଉଡାଣ ବନ୍ଦ କଲା ଆମେରିକା ସ୍ଥଳସେନା । ନିର୍ମାଣକାରୀ କମ୍ପାନୀକୁ ରିପୋର୍ଟ ମାଗିଲା ଭାରତୀୟ ବାୟୁସେନା । ଭାରତୀୟ ସେନାରେ ମଧ୍ୟ ବ୍ୟବହାର ହେଉଛି ଆମେରିକା ନିର୍ମିତ ଚିନୁକ । ଅଧିକ ପଢନ୍ତୁ

ଚିନୁକର ଉଡାଣ ବନ୍ଦ କଲା ଆମେରିକା ସେନା, ନିର୍ମାଣକାରୀ କମ୍ପାନୀକୁ ରିପୋର୍ଟ ମାଗିଲା ଭାରତ

ନୂଆଦିଲ୍ଲୀ: ଆମେରିକା ସ୍ଥଳସେନାରେ ନିୟୋଜିତ ଥିବା ଅତ୍ୟାଧୁନିକ ଚିନୁକ୍ ହେଲିକପ୍ଟରରର ଉଡାଣ ବନ୍ଦ କରାଯାଇଛି (grounding of American Army fleet) । ସେନାରେ ନିୟୋଜିତ ଥିବା ସମସ୍ତ ଚିନୁକ ହେଲିକପ୍ଟରକୁ ଗ୍ରାଉଣ୍ଡିଂ କରିଛି ଆମେରିକା ସ୍ଥଳ ସେନା । ଏହାକୁ ନେଇ ଭାରତରେ ମଧ୍ୟ ଚିନ୍ତା ବଢିଛି । ଭାରତ ଆମେରିକା ଠାରୁ ଏହି ଅତ୍ୟାଧୁନିକ ହେଲିକପ୍ଟର (15ଟି) କିଣି ସେନାରେ ନିୟୋଜିତ କରିଥିବା ବେଳେ କେଉଁ କାରଣରୁ ଆମେରିକା ସେନା ଏପରି ପଦକ୍ଷେପ ଗ୍ରହଣ କରିଛି, ସେ ନେଇ ସବିଶେଷ ତଥ୍ୟ ପ୍ରଦାନ ପାଇଁ ହେଲିକପ୍ଟର ନିର୍ମାଣ କରିଥିବା ଆମେରିକୀୟ ସଂସ୍ଥା (American defence manufacturer Boeing) ବୋଇଂକୁ ରିପୋର୍ଟ ମାଗିଛି ଭାରତୀୟ ବାୟୁସେନା ।

ବର୍ତ୍ତମାନ ଭାରତୀୟ ବାୟୁସେନାରେ ଆମେରିକା ଠାରୁ କିଣିିଥିବା ଚିନୁକ (Chinook helicopter) କାର୍ଯ୍ୟକ୍ଷମ ରହିଛି । ତେବେ ବିଭିନ୍ନ ମିଶନରେ ଏହାକୁ ବାରମ୍ବାର ବ୍ୟବହାର ମଧ୍ୟ କରାଯାଉଛି । ତେବେ କେଉଁ କାରଣରୁ ଆମେରିକା ତାର ଚିନୁକ ହେଲିକପ୍ଟର ଉଡାଣ ବନ୍ଦ କଲା, ତାକୁ ନେଇ କୌଣସି କାରଣ ସ୍ପଷ୍ଟ ହୋଇନାହିଁ । ଆମେରିକା ସେନାରେ ବ୍ୟବହୃତ ଏହି କମ୍ପାନୀର କିଛି ହେଲିକପ୍ଟରର ଇଞ୍ଜିନରେ ନିଆଁ ଦେଖାଯିବା ଯୋଗୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମଧ୍ୟ ଆମେରିକୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଏପରି ସ୍ଥଳେ ହେଲିକପ୍ଟର ନିର୍ମାଣକାରୀ କମ୍ପାନୀକୁ କାରଣ ସ୍ପଷ୍ଟ କରିବା ପାଇଁ କହିଛି ଭାରତୀୟ ବାୟୁସେନା ।

ଭାରତ ପକ୍ଷରୁ ଆମେରିକୀୟ କମ୍ପାନୀକୁ ରିପୋର୍ଟ ମଗା ଯାଇଥିବା ସୂଚନା ଖବର ସରବରାହ ସଂସ୍ଥା ଏଏନଆଇକୁ ଜଣେ ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଆମେରିକାରେ ବ୍ୟବହୃତ ହେଉଥିବା ହେଲିକପ୍ଟରର ଇଞ୍ଜିନରେ କିଛି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି । କିଛି ହେଲିକପ୍ଟରରେ ଅଗ୍ନିକାଣ୍ଡ ସୂଚନା ମଧ୍ୟ ମିଳିବା ପରେ ଅପରସନରେ ଥିବା ସମସ୍ତ ହେଲିକପ୍ଟରକୁ ଏବେ ଗ୍ରାଉଣ୍ଡି କରିଛି ଆମେରିକୀୟ ସ୍ଥଳସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.