ETV Bharat / bharat

Agnipath Scheme: ବାୟୁସେନାରେ ଭର୍ତ୍ତି ହେବାକୁ ୧ ଲକ୍ଷ ୮୩ ହଜାର ଆଶାୟୀଙ୍କ ଆବେଦନ

author img

By

Published : Jun 29, 2022, 6:45 PM IST

ଅଗ୍ନିପଥ ଯୋଜନାରେ ଭାରତୀୟ ବାୟୁସେନାରେ ଭର୍ତ୍ତି ହେବାକୁ ଆଶାୟୀଙ୍କ ଭରପୁର ଆବେଦନ ଜାରି ରହିଛି । ୧ ଲକ୍ଷ ୮୩ ହଜାର ଆବେଦନ ଗ୍ରହଣ କରିଛି ଭାରତୀୟ ବାୟୁସେନା । ଅଧିକ ପଢ଼ନ୍ତୁ

Agnipath Scheme: ବାୟୁସେନାରେ ଭର୍ତ୍ତି ହେବାକୁ ୧ ଲକ୍ଷ ୮୩ ହଜାର ଆଶାୟୀଙ୍କ ଆବେଦନ
Agnipath Scheme: ବାୟୁସେନାରେ ଭର୍ତ୍ତି ହେବାକୁ ୧ ଲକ୍ଷ ୮୩ ହଜାର ଆଶାୟୀଙ୍କ ଆବେଦନ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାରେ ଭାରତୀୟ ବାୟୁସେନାରେ ଭର୍ତ୍ତି ହେବାକୁ ଆଶାୟୀଙ୍କ ଭରପୁର ଆବେଦନ ଜାରି ରହିଛି । ଖବର ଲେଖାଯିବା ସୁଦ୍ଧା ପ୍ରାୟ ୧ ଲକ୍ଷ ୮୩ ହଜାର ଆବେଦନ ଗ୍ରହଣ କରିଛି ଭାରତୀୟ ବାୟୁସେନା । ମାତ୍ର ୬ ଦିନ ମଧ୍ୟରେ୧ ଲକ୍ଷ ୮୩ ହଜାର ଆଶାୟୀ ଆବେଦନ କରିଛନ୍ତି ।

ଏହାକୁ ନେଇ ଭାରତୀୟ ବାୟୁସେନା ପକ୍ଷରୁ ପକ୍ଷରୁ ଟ୍ବିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି । ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ ନେଇ ଜୁନ୍‌ ୧୪ ତାରିଖରେ ଘୋଷଣା କରିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଏହାପରେ ସାରା ଦେଶରେ ଆଶାୟୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା ।

ଅଗ୍ନିପଥ ହିଂସାରେ ଦେଶର ପ୍ରମୁଖ ରେଳ ଷ୍ଟେସନ ଗୁଡ଼ିକରେ ଭଙ୍ଗାରୁଜା ସହ ମୋଟ ୧୨ଟି ଟ୍ରେନ୍‌ରେ ନିଆଁ ଲଗାଇ ଦିଆଯାଇଥିଲା । ଯାହାଫଳରେ ଭାରତ ସରକାରଙ୍କୁ ପ୍ରାୟ ୭୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ବର୍ତ୍ତମାନ ମଧ୍ୟ କେତେକ ଏହି ଯୋଜନାକୁ ବିରୋଧ କରି ଆସୁଛନ୍ତି ।

୧୭ରୁ ୨୩ ବୟସ ବର୍ଷ ଆଶାୟୀ ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଆବେଦନ କରିପାରିବେ । ସେନାରେ ୪ ବର୍ଷ କାର୍ଯ୍ୟ କରିବା ପରେ ସେମାନଙ୍କୁ ଅବସର ଦିଆଯିବ । ଏହାପୂର୍ବରୁ ମୋଟ ୨୫ ପ୍ରତିଶତଙ୍କୁ ସେନାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବ । ଅବସର ପାଇଥିବା କର୍ମଚାରୀଙ୍କୁ ସରକାରୀ ଚାକିରୀ, ପୋଲିସ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.