ETV Bharat / bharat

IAF MiG 21 crashes in Rajasthan: ଘର ଉପରେ ଖସିଲା ବାୟୁସେନା ବିମାନ, ୩ ମୃତ - MIG 21ବିମାନ

ରାଜସ୍ଥାନର ହନୁମାନଗଡ ଜିଲ୍ଲାର ଭାଲୋଲନଗର ଅଞ୍ଚଳରେ ଘର ଉପରେ ଖସିପଡିଲା MIG-21ବିମାନ । ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ତେବେ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି । ଅଧିକ ପଢନ୍ତୁ

IAF MiG 21 crashes in Rajasthan
IAF MiG 21 crashes in Rajasthan
author img

By

Published : May 8, 2023, 11:17 AM IST

Updated : May 8, 2023, 12:29 PM IST

ଜୟପୁର: ରାଜସ୍ଥାନରେ ବାୟୁସେନା ବିମାନ ଦୁର୍ଘଟଣା । ବାୟୁସେନାର ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଆଜି(ସୋମବାର) ରାଜସ୍ଥାନର ହନୁମାନଗଡ ଜିଲ୍ଲାରେ ମିଗ-୨୧ ଫାଇଟର ବିମାନ ଦୁର୍ଘଟଣା ହୋଇଛି । ଜଣଙ୍କ ଘର ଉପରେ ଖସିପଡିଥିଲା ବିମାନ । ତେବେ ବିମାନଟି ଘର ଉପରେ ପଡିବା କାରଣରୁ ଦୁଇ ମହିଳାଙ୍କ ସହ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାଇଲଟ ସୁରକ୍ଷିତ ରହିଥିବା ଜଣାପଡିଛି ।

  • #UPDATE | Rajasthan: Two civilian women died and a man was injured after the plane crashed on their house in Bahlolnagar in Hanumangarh district. Rescue operation underway: Police

    — ANI (@ANI) May 8, 2023 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, ସୁରତଗୁଡାରୁ ଉଡାଣ ଭରିଥିଲା ମିଗ-୨୧ ଫାଇଟର ବିମାନ । କୌଣସି କାରଣ ବଶତଃ ରାଜସ୍ଥାନର ହନୁମାନଗଡ ଜିଲ୍ଲାର ଭାଲୋଲନଗର ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା ବାୟୁସେନାର ଫାଇଟର ବିମାନ । ବାହାଲୋନନଗର ଜିଲ୍ଲାରେ ଜଣଙ୍କ ଘର ଉପରେ ଖସିପଡିିଥିବା ଜଣାପଡିଛି । ତେବେ ବିମାନ କ୍ରାସ ହେବା ପରେ ଘର ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏହାସହ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୁରୁଷଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ସୌଭାଗ୍ୟବଶତଃ ପାଇଲଟ ଜଣଙ୍କ ସୁରକ୍ଷିତ ରହିଛନ୍ତି ।

  • #WATCH | Indian Air Force MiG-21 fighter aircraft crashed near Hanumangarh in Rajasthan. The aircraft had taken off from Suratgarh. The pilot is safe. More details awaited: IAF Sources pic.twitter.com/0WOwoU5ASi

ଖବର ପରେ ଆର୍ମି ହେଲିକପ୍ଟର ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ଏସପି ସୁଧିର ଚୌଧୁରୀ ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଗହଳି ଦେଖାଯାଇଥିବା ବେଳେ ବିମାନରୁ ଧୂଆଁ ବାହାରୁଛି । ଭାରତୀୟ ବାୟୁସେନା ପକ୍ଷରୁ ମଧ୍ୟ ଦୁର୍ଘଟଣା ନେଇ ସୂଚନା ଦିଆଯାଇଛି । କୁହାଯାଇଛି ଯେ," ମିଗ-୨୧ଯୁଦ୍ଧ ବିମାନ ସୁରତଗଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସକାଳୁ ଟ୍ରେନିଂ ସମୟରେ ବିମାନ କ୍ରାସ ହୋଇଥିଲା । ତେବେ ପାଇଲଟ ସୁରକ୍ଷିତ ରହିଛନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ।"

ଏହା ମଧ୍ୟ ପଢନ୍ତୁ: ସରକାର ଭାଙ୍ଗିବା ପାଇଁ ଶାହଙ୍କଠାରୁ 10 କୋଟି ନେଇଛନ୍ତି ବିଧାୟକ ! ଫେରାଇଦେବାକୁ ଅନୁରୋଧ କଲେ ଗେହେଲୋଟ

ଏହା ମଧ୍ୟ ପଢନ୍ତୁ: Mamata warns Vishwabharti: ‘ଅମର୍ତ୍ତ୍ୟ ସେନଙ୍କ ଘରକୁ ଛୁଇଁକି ଦେଖ, ତାପରେ ଜାଣିବ ମୁଁ କଣ କରିବି’

  • A MiG-21 aircraft of the IAF crashed near Suratgarh during a routine training sortie today morning. The pilot ejected safely, sustaining minor injuries.
    An inquiry has been constituted to ascertain the cause of the accident.

    — Indian Air Force (@IAF_MCC) May 8, 2023 " class="align-text-top noRightClick twitterSection" data=" ">

ପ୍ରକାଶଥାଉକି, ଗତ ଜାନୁଆରୀ ମାସରେ ରାଜସ୍ଥାନରେ ମଧ୍ୟ ମିଗ ବିମାନ ଦୁର୍ଘଟଣା ହୋଇଥିଲା । ଜାନୁଆରୀ ୨୮ ତାରିଖରେ ଭରତପୁରରେ ବାୟୁସେନାର ମିଗ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରଥମେ ଏକ ଚାଟାର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭରତପୁର ଜିଲ୍ଲାପାଳ ସୂଚନା ଦେଇଥିଲେ । ପରେ ଏହା ବାୟୁସେନାର ମିଗ ବିମାନ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ସୂଚନା କରାଯାଇଥିଲା । ସେହି ବିମାନଟି ଉତ୍ତରପ୍ରଦେଶର ଆଗ୍ରା ବାୟୁସେନା ଷ୍ଟେସନରୁ ଉଡାଣ ଆରମ୍ଭ କରିଥିଲା ।

ଦୁର୍ଘଟଣା ସମ୍ପର୍କରେ ଜଣେ ସ୍ଥାନୀୟ ବାସିନ୍ଦା କହିଥିଲେ,"ସକାଳ ୧୦ଟା ୩୦ ସମୟରେ ଉଡ଼ୁଥିବା ଏକ ଯୁଦ୍ଧ ବିମାନ ହଠାତ କ୍ଷେତରେ ଖସି ପଡ଼ିଥିଲା । ବିମାନ ଦୁର୍ଘଟଣାର ଶବ୍ଦରେ ପୁରା ଗାଁ କମ୍ପି ଉଠିଥିଲା । ଫଳରେ ଗ୍ରାମର ଶତାଧିକ ଲୋକ ଘଟଣାସ୍ଥଳକୁ ଯାଇଥିଲେ । ଦୁର୍ଘଟଣା ପରେ ବିମାନର ଅଂଶ ଗୁଡିକ ଖଣ୍ଡଖଣ୍ଡ ହୋଇ ପଡିଥିବା ଦେଖିବାକୁ ମିଳିଥିଲା ।"

ଚଳିତବର୍ଷ ହୋଇଥିବା ସେନା ବିମାନ ଦୁର୍ଘଟଣା:

ଗତ ଜାନୁଆରୀ ମାସରେ ଟ୍ରେନିଂ ସମୟରେ ସୁଖୋଇ Su-30 ଏବଂ ମିରାଜ- 2000 ଦୁର୍ଘଟଣା ହୋଇଥିଲା ।

ଏହା ପୂର୍ବରୁ ଗତ ସପ୍ତାହରେ ଜମ୍ମୁ କାଶ୍ମୀରରେ ଆର୍ମି ଚପର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଏପ୍ରିଲ ମାସରେ କୋଷ୍ଟଗାର୍ଡ ବିମାନ ଟ୍ରାଇଲ ସମୟରେ ଦୁର୍ଘଟଣା ହୋଇଥିଲା । କୋଚିଂ ଲାଣ୍ଡିଂ ସମୟରେ କ୍ରାସ ହୋଇଥିଲା ବିମାନ ।

ମାର୍ଚ୍ଚ ମାସରେ ମୁମ୍ବାଇରେ ନୌସେନାର ଏକ ଚପର ଭିଭିଆଇପି ଡ୍ୟୁଟି ଶେଷ କରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2023, 12:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.