ETV Bharat / bharat

72 ବର୍ଷ ପରେ ଭାରତୀୟ ବାୟୁସେନାକୁ ମିଳିଲା ନୂଆ ଧ୍ବଜା

author img

By ETV Bharat Odisha Team

Published : Oct 8, 2023, 2:13 PM IST

91ତମ ଭାରତୀୟ ବାୟୁସେନା ଦିବସରେ ବାୟୁସେନା ନୂଆ ପ୍ରତୀକ ତଥା ଧ୍ବଜାର ଉନ୍ମୋଚିତ କରିଛନ୍ତି ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ । ଅଧିକ ପଢ଼ନ୍ତୁ

New Indian Air Force flag
ଭାରତୀୟ ବାୟୁସେନା ଦିବସ
72 ବର୍ଷ ପରେ ଭାରତୀୟ ବାୟୁସେନାକୁ ମିଳିଲା ନୂଆ ଧ୍ବଜା

ଲକ୍ଷ୍ନୌ: ଆଜି 91ତମ ବାୟୁସେନା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ସଙ୍ଗମ ସହର ପ୍ରୟାଗରାଜରେ ମେଗା ଏୟାର ସୋ'ରେ ଶକ୍ତି, ସାମାର୍ଥ୍ୟ ଓ ସୌର୍ଯ୍ୟ ଦେଖାଇବେ ଭାରତୀୟ ବାୟୁସେନା । ବାୟୁସେନା ମୁଖ୍ୟ ପ୍ରଥମେ ପରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ ଏହାପରେ ନୂଆ ଧ୍ବଜା ଉନ୍ମୋଚନ କରିଥିଲେ । ବାୟୁସେନା ନୂଆ ପ୍ରତୀକ ତଥା ଧ୍ବଜା ଉନ୍ମୋଚିତ କରିଛନ୍ତି ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ । ପ୍ରଥମ ଥର ପାଇଁ ବାୟୁସେନା ଧ୍ବଜାରେ ପରିବର୍ତ୍ତନ କରାଯାଇଛି । ନୂଆ ଧ୍ବଜାରେ ୟୁନିଅନ ଜ୍ୟାକ୍‌ ହଟାଯାଇ ତ୍ରିରଙ୍ଗାକୁ ସ୍ଥାନ ଦିଯାଇଛି । 72 ବର୍ଷ ପରେ ଭାରତୀୟ ବାୟୁସେନାକୁ ନୂଆ ଧ୍ବଜା ମିଳିଛି । ଏୟାର ଶୋରେ ଯୁଦ୍ଧବିମାନ ପରାକ୍ରମ ଦେଖାଇବେ ।

  • #WATCH | Indian Air Force (IAF) Chief Air Chief Marshal VR Chaudhari unveils the new Indian Air Force ensign during the Air Force Day celebrations at Bamrauli Air Force Station in Prayagraj, UP. pic.twitter.com/O2ao7WIy7R

    — ANI (@ANI) October 8, 2023 " class="align-text-top noRightClick twitterSection" data=" ">

ଭାରତୀୟ ବାୟୁସେନା ଆଜି 91ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଉତ୍ତରପ୍ରଦେଶ ସଙ୍ଗମ ସିଟି ପ୍ରୟାଗରାଜ ବମରଉଲି ବାୟୁସେନା ଷ୍ଟେସନରେ ବ୍ୟାପକ ଆୟୋଜନ କରାଯାଇଛି । ବିଭିନ୍ନ ଏୟାରକ୍ରାଫ୍ଟ ଏୟାର ଶୋ ଅନୁଷ୍ଠିତ ହେବ । ଯୁଦ୍ଧବିମାନ ସେମାନଙ୍କ ସାମର୍ଥ ଓ ପରାକ୍ରମ ଦେଖାଇବେ । ଆଜି 72 ବର୍ଷ ପରେ ବାୟୁସେନାକୁ ନୂଆ ଧ୍ବଜା ମିଳିଛି । ଯାହାକୁ ଡ୍ରୋନ୍‌ ଜରିଆରେ ଆକାଶରେ ଉଡ଼ାଯାଇଛି । ବାୟୁସେନା ଆଜି ପ୍ରୟାଗଗାଜ ଆକାଶରେ ଶକ୍ତି ପ୍ରଦର୍ଶନ କରିଛି । 100ରୁ ଅଧିକ ବିମାନ ଓ ହେଲକାପ୍ଟର ଯୁଦ୍ଧ ବିମାମ ଏଥିରେ ସାମିଲ ହୋଇଛନ୍ତି । ପ୍ରଥମେ ପରେଡ ପରେ ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ ନୂଆ ଧ୍ବଜା ଉନ୍ମୋଚିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚିଫ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଅନିଲ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ବାୟୁସେନାର ଏୟାର ଶୋରେ ପ୍ରଥମ ଥର ରାଫେଲ ଏବଂ ତେଜସ ଯୁଦ୍ଧ ବିମାନ ସହିତ ଧ୍ରୁବ ହେଲିକପ୍ଟର ଏବଂ ନୌସେନାର 81ଟି ଯୁଦ୍ଧବିମାନ ସାମିଲ ହୋଇଛି । ରାଫେଲକୁ କମାଣ୍ଡ ହସ୍ତନ୍ତର କରି ଆଜି ମିଗ -21 ବିଦାୟ ନେବ ।

ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ ପାରେଡ ଅଭିବାଦନ ଗ୍ରହଣ କରିବା ପରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ, ଆମକୁ ବିକଶିତ ବାୟୁଶକ୍ତିକୁ ବୁଝିବାକୁ ହେବ ଯାହା ଶାନ୍ତି ପ୍ରତିଷ୍ଠା ପାଇଁ ଗତି ନିର୍ଦ୍ଧାରିତ କରିଥାଏ । ଅଭିନବତା ଆମ ଡିଏନଏରେ ରହିବା ଦରକାର ଯାହାକୁ ନେଇ ଆମେ ସମସ୍ୟା ଓ ଚ୍ଯାଲେଞ୍ଜକୁ ସହଜରେ ମୁକାବିଲା କରିପାରିବା ।''

ଏହା ବି ପଢନ୍ତୁ...Indian Air Force Day: ଆଜି ବାୟୁସେନା ଦିବସ, ଗଗନରେ ଗର୍ଜନ କରିବେ ବାୟୁବୀର

ବାୟୁସେନା ଦିବସ: ପ୍ରତି ବର୍ଷ ଅକ୍ଟୋବର 8 ତାରିଖକୁ ଭାରତୀୟ ବାୟୁସେନା ଦିବସ ଭାବେ ପାଳନ କରାଯାଏ । 1932 ଅକ୍ଟୋବର 8 ତାରିଖରେ ଭାରତୀୟ ବାୟୁସେନାର ସ୍ଥାପନା ହୋଇଥିଲା । ଭାରତର ରାଷ୍ଟ୍ରପତି ହେଉଛନ୍ତି ବାୟୁସେନାର ସର୍ବୋଚ୍ଚ କମାଣ୍ଡର । ଭାରତୀୟ ବାୟୁସେନା କେବଳ ଭାରତୀୟ ଭୂଖଣ୍ଡକୁ ରକ୍ଷା କରେ ନାହିଁ ସମସ୍ତ ପ୍ରକାର ବିପଦରୁ ଦେଶକୁ ସରକ୍ଷା ଦିଏ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାହାଯ୍ୟ କରିବା ସହ ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନାକୁ ସବୁ ସାହାଯ୍ୟ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.