ETV Bharat / bharat

ଆଫଗାନିସ୍ତାନରେ ଫସିଛନ୍ତି ୫୦୦ ଭାରତୀୟ, ଏୟାରଲିଫ୍ଟ କରିବ ବାୟୁସେନା

ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ଏୟାରଲିଫ୍ଟ କରିବାକୁ ସରକାର ପ୍ରୟାସ କରୁଛନ୍ତି । ପାଖାପାଖି ୫୦୦ ଅଫିସର ଓ ସୁରକ୍ଷା ବିଭାଗ ସହ ଜଡିତ କର୍ମଚାରୀ ଏଠାରେ ଫସି ରହିଥିବା କୁହାଯାଉଛି । ଅଧିକ ପଢନ୍ତୁ...

ଆଫଗାନିସ୍ତାରେ ଫସିଛନ୍ତି ୫୦୦ ଭାରତୀୟ, ଏୟାରଲିଫ୍ଟ କରିବ ବାୟୁସେନା

author img

By

Published : Aug 16, 2021, 7:46 PM IST

କାବୁଲ: ଆଫଗାନିସ୍ତାନରେ ଆରମ୍ଭ ହୋଇସାରିଛି ତାଲିବାନ ରାଜ । ଭୟର ବାତାବରଣ ମଧ୍ୟରେ ଆଫଗାନିସ୍ତାନର ହଜାର ହଜାର ଲୋକେ ତାଲିବାନ କବଳରୁ ନିଜକୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । ଏଭଳି ସ୍ଥିତିରେ ଭାରତ ଓ ଆମେରିକା ସମେତ ଅନ୍ୟ ଦେଶମାନେ ନିଜଦେଶର ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି ।

ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ଏୟାରଲିଫ୍ଟ କରିବାକୁ ସରକାର ପ୍ରୟାସ କରୁଛନ୍ତି । ପାଖାପାଖି ୫୦୦ ଅଫିସର ଓ ସୁରକ୍ଷା ବିଭାଗ ସହ ଜଡିତ କର୍ମଚାରୀ ଏଠାରେ ଫସି ରହିଥିବା କୁହାଯାଉଛି । ଏପଟେ କାବୁଲ ବିମାନବନ୍ଦରରେ ଅସମ୍ଭାଳ ଭିଡ ଲାଗି ରହିଛି । ଲୋକେ ଏଣେତେଣେ ଦୌଡାଦୌଡି କରୁଛନ୍ତି । ଭାରତୀୟମାନେ ବିମାନବନ୍ଦରକୁ ଆସିବା ପାଇଁ ଆଫଗାନିସ୍ତାନର ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ।

ଏହାପୂର୍ବରୁ ଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ । ଏଥିରେ ଭାରତୀୟ ଦୂତାବାସ ଓ ସେଠାରେ ରହୁଥିବା କର୍ମଚାରୀଙ୍କୁ ନେଇ ଆଲୋଚନା ହୋଇଛି । ଆମେରିକା, ଫ୍ରାନ୍ସ, ବ୍ରିଟେନ ସମେତ ଅନ୍ୟ ଦେଶ ମଧ୍ୟ ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । କାବୁଲ ବିମାନବନ୍ଦରରେ ଅନେକ ଦେଶର ସେନା ଉପସ୍ଥିତ ଅଛନ୍ତି । ଏହାରି ମଧ୍ୟରେ ନିଜ ନାଗରିକଙ୍କୁ ସୁରକ୍ଷିତ ନେବା ପାଇଁ ୫୦୦୦ ସୈନିକ ପଠାଇଥିଲା ଆମେରିକା ।

କାବୁଲ ବିମାନବନ୍ଦରରେ ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ଦ୍ଧିଷ୍ଟ ଉଡାଣ ବାତିଲ ହୋଇଛି । କାବୁଲରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଆଜି ଏକ ବିମାନ କାବୁଲ ଅଭିମୁଖେ ଯିବାର ଥିଲା । ହେଲେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଏହାକୁ ବାତିଲ କରିଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.