ETV Bharat / bharat

NCP vs NCP: ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଅଜିତ ପାୱାର - I want to become chief minister

ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କଲେ ଅଜିତ ପାୱାର । କହିଲେ ଲୋକଙ୍କ କଲ୍ୟାଣ ପାଇଁ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଅଜିତ ପାୱାର

author img

By

Published : Jul 6, 2023, 9:48 AM IST

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ଲଢେଇ ରୋଚକ ସ୍ଥିତିରେ ରହିଛି । ଏନସିପିରେ ବିଭାଜନ ପରେ ନୂଆ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ୍ ପାୱାର ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବୁଧବାର ଶକ୍ତି ପ୍ରଦର୍ଶନ ଅବସରରେ ସେ ନିଜର ମୁଖ୍ୟମନ୍ତ୍ରୀ ହେବାର ଅଭିଳାଶା ଜଣାଇଛନ୍ତି । ବାନ୍ଦ୍ରାଠାରେ ସମର୍ଥକଙ୍କୁ ସମ୍ବୋଧିତ କରି ଅଜିତ କହିଛନ୍ତି ଯେ, ଲୋକଙ୍କ କଲ୍ୟାଣ ପାଇଁ କିଛି ଯୋଜନା କାର୍ଯ୍ୟକାରୀ କରିବାକୁ ମୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି । ଏହାସହିତ ଦାଦା ଶରଦ ପାୱାରଙ୍କ ଆର୍ଶୀବାଦ ମଧ୍ୟ ମାଗିଛନ୍ତି ।

ଏହି ଅବସରରେ ଅଜିତ ପାୱାର ଏନସିପି ସୁପ୍ରିମୋ ତଥା ଦାଦା ପାୱାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଦାଦାଙ୍କୁ ଅବସର ନେବାକୁ ପରାମର୍ଶ ଦେଇଛନ୍ତି । ଶରଦ ପାୱାରଙ୍କୁ କଟାକ୍ଷ କରି ଅଜିତ୍ କହିଛନ୍ତି, ''ମୋତେ ସମସ୍ତଙ୍କ ଆଗରେ ଭିଲିଆନ ସଜେଇ ଥିଲେ, କିନ୍ତୁ ତଥାପି ଆପଣଙ୍କ ପ୍ରତି ମୋ ମନରେ ସମ୍ମାନ ଅଛି । ଆପଣଙ୍କୁ ୮୩ ବର୍ଷ ହେଲାଣି । ଏବେ ଅନ୍ୟମାନଙ୍କୁ ସୁଯୋଗ ଦେବା ଦରକାର । ଆମକୁ ଆର୍ଶୀବାଦ ଦିଅନ୍ତୁ ଏବଂ ଆମେ ଆପଣଙ୍କ ଦୀର୍ଘ ଜୀବନ କାମନା କରିବୁ ।'' ଅଜିତ୍ ପାୱାର ବିଜେପିର ଉଦାହରଣ ଦେଇ କହିଛନ୍ତି ଯେ, ବିଜେପି ନେତାମାନେ ୭୫ ବର୍ଷରେ ଅବସର ନିଅନ୍ତି । ଏଲ କେ ଆଡଭାନି ଏବଂ ମୁରଲି ମନୋହର ଯୋଶୀ ଏହାର ଉଦାହରଣ । ଏହାଦ୍ବାରା ନୂତନ ପିଢିଙ୍କୁ ଆଗକୁ ବଢିବାକୁ ସୁଯୋଗ ମିଳେ ।

ଏହାମଧ୍ୟ ପଢନ୍ତୁ: NCP vs NCP: ଦଳର ନାମ ଓ ଚିହ୍ନ ଦାବି କରି ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ଅଜିତ ଗୋଷ୍ଠୀ

ଅଜିତ ପାୱାରଙ୍କ ଏହି ମନ୍ତବ୍ୟରେ ଏନସିପି କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ କଡା ପ୍ରତିକ୍ରିୟା ଦେଇଛନ୍ତି । ସୁଲେ ଶରଦ ପାୱାରଙ୍କ ବୟସକୁ ନେଇ କହିଛନ୍ତି, "ଅଭିନେତା ଅମିତାଭ ବଚ୍ଚନଙ୍କ ବୟସ ୮୨ ବର୍ଷ ହେଲାଣି, ତଥାପି ସେ କାମ କରୁଛନ୍ତି । ଆମକୁ ଅସମ୍ମାନ କଲେ ସହିବୁ ହେଲେ ଆମ ବାପାଙ୍କୁ(ଶରଦ ପାୱାର) ନୁହେଁ । ଏହି ଲଢେଇ ବିଜେପି ସରକାର ବିରୋଧରେ, ଯିଏ ଦେଶର ସବୁଠି ଅଧିକ ଦୁର୍ନୀତିଗ୍ରସ୍ତ ଦଳ ଅଟେ ।"

ଆହୁରି ମଧ୍ୟ କହିଛନ୍ତି, "କିଛି ଲୋକ ଭାବୁଛନ୍ତି ଅନ୍ୟମାନେ ବୃଦ୍ଧ ହୋଇଯାଇଛନ୍ତି ତେଣୁ ଏବେ ଖାଲି ଆର୍ଶୀବାଦ ଦେବା ଉଚିତ୍ । କାହିଁକି ସେମାନେ ଆର୍ଶୀବାଦ ଦେବେ ! ରତନ ଟାଟା ସାହେବଙ୍କ ଠାରୁ ୩ ବର୍ଷ ବଡ ଏବଂ ଦେଶର ବୃହତ୍ ଗ୍ରୁପର ନେତୃତ୍ବ ନେଉଛନ୍ତି ।" ପ୍ରକୃତ ଏନସିପି ଶରଦ ପାୱାରଙ୍କ ସହ ଅଛି ଏବଂ ଚିହ୍ନ ଉପରେ ବି ଆମର ଅଧିକାର ବୋଲି ସୁପ୍ରିୟା ସୁଲେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.