ETV Bharat / bharat

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚୁପ ହୋଇ ବସି ହେବନି: ପଶ୍ଚିମବଙ୍ଗ ରାଜ୍ୟପାଳ

author img

By

Published : May 8, 2023, 5:23 PM IST

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ପ୍ରସଙ୍ଗ ଉଠାଇଲେ ପଶ୍ଚିମବଙ୍ଗ ରାଜ୍ୟପାଳ । କହିଲେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ଚୁପ ହୋଇ ବସି ହେବନି । ଅଧିକ ପଢନ୍ତୁ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତ ସ୍ଥିତିରେ ଚୁପ ବସିପାରିବନି: ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଲାଗି ରହିଥିବା ତିକ୍ତତା ପୁଣି ଥରେ ସାମ୍ନାକୁ ଆସିଛି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ତାଙ୍କର ମଧ୍ୟ କିଛି ଦାୟିତ୍ବ ରହିଛି । ତେଣୁ ସେ ଏପରି ସ୍ଥିତିରେ ଚୁପ୍‌ ବସି ପାରିବେ ନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ପାଜ୍ୟପାଳ ସି.ଭି ଆନନ୍ଦ ବୋଷ । ଏପରି ବୟାନ ବଙ୍ଗରେ ରାଜ୍ୟପାଳ ଓ ମମତା ସରକାରଙ୍କ ମଧ୍ୟରେ ବିବାଦକୁ ପୁଣି ଥରେ ଗଣମାଧ୍ୟମର ଶିରୋନାମାକୁ ଆଣିଛି ।

ରବିନ୍ଦ୍ର ଭାରତୀ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟପାଳ ସି.ଭି ଆନନ୍ଦ ବୋଷ, ନିଜ ସମ୍ବୋଧନରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇଥିଲେ । କହିଥିଲେ, "ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ମୁଁ ଚୁପ ବସିପାରିବି ନାହିଁ । ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହୋଇଥିବା କାରଣରୁ ମୋର ମଧ୍ୟ କିଛି ଦାୟିତ୍ବ ରହିଛି । ରାଜ୍ୟରେ ଯାହା ଜାରି ରହିଛି, ତାକୁ ଦେଖି ନୀରବ ରହିପାରିବି ନାହିଁ । ରାଜ୍ୟରେ ସ୍ଥିତି ଆହୁରି ବିଗିଡିବା ପାଇଁ ଛାଡି ଦେଇ ପାରିବି ନାହିଁ । ମୁଁ ମୋର ଆଖି, କାନ ଖୋଲା କରି କାମ କରୁଛି, ରାଜ୍ୟରେ ସାମ୍ପ୍ରତିକ ଆଇନ ଶୃଙ୍ଖଳା ସ୍ଥିତି ମଧ୍ୟ ସମୀକ୍ଷା କରୁଛି ।"

ସେ ନିଜ ସମ୍ବୋଧନରେ କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତିକୁ ମଧ୍ୟ ପ୍ରଂଶସା କରିଥିଲେ । ଜାତୀୟ ଶିକ୍ଷାନୀତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଏକ ଉପାଦେୟ ନିଷ୍ପତ୍ତି । ଏହି ନିଷ୍ପତ୍ତି ସମଗ୍ର ଦେଶର ଶିକ୍ଷା କ୍ଷେତ୍ରରେ ଏକ ସକରାତ୍ମକ ପରିବର୍ତ୍ତନ ଆଣି ପାରିବ । ପଶ୍ଚିମବଙ୍ଗର ମେଧାବୀ ଛାତ୍ରଛାତ୍ରୀ ନିଜ ଅଧ୍ୟବସାୟ ଓ ସଫଳତା ପାଇଁ ରାଜ୍ୟକୁ ଗୌରବାନ୍ବିତ କରିବା ନେଇ ମଧ୍ୟ ସେ ବେଶ ଆଶାବାଦୀ ବୋଲି କହିଥିଲେ ।

ବର୍ତ୍ତମାନର ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ ପଶ୍ଚିମବଙ୍ଗ ରାଜ୍ୟପାଳ ଥିବା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା । ଏକାଧିକ ପ୍ରସଙ୍ଗରେ ରାଜଭବନ ଓ ସରକାର ମୁଁହାମୁଁହି ହେବା କାରଣରୁ ସାମ୍ବିଧାନିକ ଅଚଳାବସ୍ତା ମଧ୍ୟ ସୃଷ୍ଟି ହୋଇଥିଲା । ହେଲେ ଧନଖଡ ଉପରାଷ୍ଟ୍ରପତି ହେବା ପରେ ସି.ଭି ଆନନ୍ଦ ବୋଷ ପଶ୍ଚିମବଙ୍ଗର ରାଜ୍ୟପାଳ ହୋଇଥିଲେ । ହେଲେ ସେହି ତିକ୍ତତାର ପୂର୍ବ ଧାରା ଏବେ ମଧ୍ୟ ଜାରି ରହିଛି ।

ଅନ୍ୟ କିଛି ଅଣବିଜେପି ଶାସିତ ରାଜ୍ୟରେ ମଧ୍ୟ ସାମାନ ସମସ୍ୟା ଲାଗିରହିଛି । ନିକଟରେ ମମତା ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଥିଲେ । ଅଣବିଜେପି ଶାସିତ ରାଜ୍ୟମାନେ ଏହି ପ୍ରସଙ୍ଗରେ ଏକ ବୈଠକରେ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ମଧ୍ୟ ମମତା ଚିଠି ଲେଖିଥିଲେ । ପଶ୍ଚିମବଙ୍ଗ ଓ ତାମିଲନାଡୁ ସମେତ ଅନ୍ୟ କିଛି ଅଣବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ଓ ସରକାର ମଧ୍ୟରେ ଚିକ୍ତତା ଲାଗି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.