ETV Bharat / bharat

Controversial Deodorant Advertisement: ନିଷେଧ ଘୋଷଣା ସହ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର - ବିବାଦୀୟ ବଡିସ୍ପ୍ରେ ବିଜ୍ଞାପନ ଉପରେ କେନ୍ଦ୍ରର ରୋକ

ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ଉତ୍ତେଜକ ବଡି-ସ୍ପ୍ରେ ବିଜ୍ଞାପନ । ନିଷେଧ ଘୋଷଣା ସହ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର । ୟୁଟ୍ୟୁବ୍ ସହ ସମସ୍ତ ଫର୍ମାଟରୁ ଏହି ଉତ୍ତେଜକ ବିଜ୍ଞାପନକୁ ହଟାଇବା ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଉତ୍ତେଜକ ବଡି-ସ୍ପ୍ରେ ବିଜ୍ଞାପନ: ନିଷେଧ ଘୋଷଣା ସହ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର

author img

By

Published : Jun 4, 2022, 5:54 PM IST

ନୂଆଦିଲ୍ଲୀ: ବଡି-ସ୍ପ୍ରେ ବିଜ୍ଞାପନରେ ଦେଖିବାକୁ ମିଳୁଛି ମହିଳାଙ୍କ ପାଇଁ ଆପତ୍ତିଜନକ ବିଜ୍ଞାପନ । ଯାହାକି ରେପ କଲଚରକୁ ପ୍ରୋତ୍ସାହିତ କରିବା ସହ ମହିଳାଙ୍କ ସୁରକ୍ଷାକୁ ପ୍ରଭାବିତ କରିବା ପରି ଆଶଙ୍କା ସୃଷ୍ଟି କରୁଛି । ମହିଳାଙ୍କ ପ୍ରତି ଆପତ୍ତିଜନକ ତଥା ବିବାଦୀୟ ବିଜ୍ଞାପନ ପ୍ରସାରଣ କରୁଥିବା ଲେୟାର ସଟ (layer shot) ନାମକ ଏକ ବଡିସ୍ପ୍ରେ ପ୍ରସ୍ତୁତକାରୀ କମ୍ପାନୀର ବିଜ୍ଞାପନକୁ ବ୍ୟାନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଅଧିକ ବିକ୍ରି ହେବା ପାଇଁ ଏପରି ଉତ୍ତେଜକ ବିଜ୍ଞାପନ ପ୍ରସ୍ତୁତ କରାଯାଉଥିବା ବେଳେ ଏହା ମହିଳାଙ୍କ ପ୍ରତି ଆପତ୍ତିଜନକ ସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଏପରି ଉତ୍ତେଜକ ବିଜ୍ଞାପନ ରେପ କଲଚରକୁ ଯୁବପିଢିଙ୍କ ମଧ୍ୟରେ ପ୍ରତ୍ସାହିତ କରୁଛି ବୋଲି ମନ୍ତ୍ରଣାଳୟ ଦର୍ଶାଇଛନ୍ତି । ଏପରି ବିଜ୍ଞାପନର ପ୍ରସାରଣ ନିଷେଧ କରିବା ସହ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମନ୍ତ୍ରଣାଳୟ । ବିଜ୍ଞାପନ କୋର୍ଡ ଆଧାରରେ ଏହି ତଦନ୍ତ ଆରମ୍ଭ ହେବା ନେଇ ମନ୍ତ୍ରଣାଳୟ କହିଛି ।

ପର୍ବରୁ ଦିଲ୍ଲୀ ମହିଳା ଆୟୋଗ (DCW) ଅଧ୍ୟକ୍ଷା ଏହି ବିଜ୍ଞାପନକୁ କୁପ୍ରଭବକାରୀ ଦର୍ଶାଇ ମନ୍ତ୍ରଣାଳୟ ନଜରକୁ ଆଣିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ । DCW ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ କହିଛନ୍ତି, ଏପରି ଅଶ୍ଳୀଳ ତଥା ଉତ୍ତେଜକ ବିଜ୍ଞାପନ ଦୁଷ୍କର୍ମ ମାନସିକତାକୁ ପ୍ରତ୍ସାହିତ କରିବା ପରି । ତେଣୁ ସେ ଏହାର ପ୍ରସ୍ତୁତକାରୀ ସଂସ୍ଥା ବିରୋଧରେ ଏତଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୟୁଟ୍ୟୁବ୍ ସହ ସମସ୍ତ ଫର୍ମାଟରୁ ଏହି ଉତ୍ତେଜକ ବିଜ୍ଞାପନକୁ ହଟାଇବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.