ETV Bharat / bharat

ଦଳ ଯେଉଁ ସମ୍ମାନ ସୁଯୋଗ ଦେଇଛି ମୁଁ କୃତଜ୍ଞ: ବିଜୟ ରୂପାଣୀ

author img

By

Published : Sep 15, 2021, 11:34 AM IST

ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ଅନେକ କିଛି କଥା କହିଛନ୍ତି ରୂପାଣୀ । ରୂପାଣୀ କହିଛନ୍ତି ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ, ଏବେବି ଅଛନ୍ତି ଓ ଆଗକୁ ମଧ୍ୟ ରହିବେ। ଅଧିକ ପଢନ୍ତୁ...

Vijay Rupani
ବିଜୟ ରୂପାଣୀ

ଗାନ୍ଧୀନଗର: ଗୁଜୁରାଟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଏବେ ରାଜନୀତି ମହଲରେ ଚର୍ଚ୍ଚା ଥମୁ ନାହିଁ । ସମସ୍ତଙ୍କ ଧାରଣ ଥିଲା ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗୃହରାଜ୍ୟ ଗୁଜୁରାଟରେ ସବୁ କିଛି ଠିକଠାକ ଅଛି । କିନ୍ତୁ ଦିଲ୍ଲୀରେ ରହି ଗୁଜୁରାଟ ରାଜନୀତିକୁ ପୁରା ନିୟନ୍ତ୍ରଣରେ ରଖିଥିବା ମୋଦି-ଶାହା ଯୋଡି କୌଣସି ବଡ ବାଜି ଖେଳିବାକୁ ପୁଣିଥରେ ମାନସିକସ୍ତରରେ ପ୍ରସ୍ତୁତ ହୋଇଛନ୍ତି । ଫଳରେ କଠୋର ନିଷ୍ପତ୍ତି ନେବାରେ ଧୁରନ୍ଧର ନମୋ-ଶାହା ପୁଣି ଥରେ ଗୁଜୁରାଟ ଲଢେଇ ପାଇଁ ପୁରା ପ୍ରସ୍ତୁତ ଥିବା ସଂକେତ ଦେଇଛନ୍ତି ।

ତେବେ ଏହାରି ଭିତରେ ଗତକାଲି(ମଙ୍ଗଳବାର) ବିଦାୟୀ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ଅନେକ କିଛି କଥା କହିଛନ୍ତି ରୂପାଣୀ । ରୂପାଣୀ କହିଛନ୍ତି ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ, ଏବେବି ଅଛନ୍ତି ଓ ଆଗକୁ ମଧ୍ୟ ରହିବେ। ଅର୍ଥାତ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ସାଧାରଣ ଲୋକ। କେବଳ ପଦ ଥିଲେ ଯେ କ୍ଷମତା ଥିବ ତାହା ନୁହେଁ । ରୂପାଣୀଙ୍କ ଭାଷାରେ ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା, ନଦେବା କିଛି ସମସ୍ୟା ନାହିଁ। ସେ ଲୋକଙ୍କ ସେବା କରୁଛନ୍ତି କରିବେ। ଦଳ ତାଙ୍କୁ ଯେଉଁ ସୁଯୋଗ ଓ ସମ୍ମାନ ଦେଇଛି ସେଥିପାଇଁ ସେ କୃତଜ୍ଞ । ଦଳ ଯାହା ଦାୟିତ୍ବ ଦେବ ତାହାକୁ ସେ ଗ୍ରହଣ କରିବେ। ଆଗାମୀ ନିର୍ବାଚନରେ ଦଳ କିଭଳି କ୍ଷମତା ବଜାୟ ରଖିବ ତାହା ପାଇଁ ସେ କଠୋର ପରିଶ୍ରମ କରିବେ ।

ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ରୂପାଣୀ କହିଛନ୍ତି, ପୂର୍ବ ରାତିରେ ତାଙ୍କୁ ଫୋନ କରି ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦଳ ସଂଗଠନ ଓ ପ୍ରଶାସନର ଆବଶ୍ୟକତାକୁ ଅନୁଭବ କରି ଦଳ ଏହି ନିଷ୍ପତ୍ତି ନେଇଛି । ବିଜେପି ବିଶ୍ବର ସର୍ବବୃହତ ରାଜନୈତିକ ଦଳ । ଦଳ ପାଇଁ ଅନେକ ଲୋକଙ୍କୁ, ଅନେକ କିଛି ତ୍ୟାଗ କରିବାକୁ ପଡେ। ଦଳର ବିଚାରଧାରା ହିଁ ଦଳର ସମ୍ପଦ। ମୁଖ୍ୟମନ୍ତ୍ରୀ ଯିବ ଆସିବ, ଏଥିରେ କିଛି ଅବଶୋଷ ନାହିଁ । ବରଂ ଦଳ ମତେ ଯେଉଁ ସମ୍ମାନ ସୁଯୋଗ ଦେଇଛି ଦଳ ପ୍ରତି ମୁଁ କୃତଜ୍ଞ। ଆଗାମୀ ଦିନରେ ଦଳ ଯାହା ନିର୍ଦ୍ଦେଶ ଦେବ ତାହାକୁ ମୁଁ ଗ୍ରହଣ କରିବି। ସେହିପରି ମୋଦି-ଶାହାଙ୍କ ସମ୍ପର୍କରେ ରୂପାଣୀ କହିଛନ୍ତି, ଉଭୟ ଗୁଜୁରାଟର ଅଭିମାନ। ଉଭୟଙ୍କ ପାଇଁ ଆଜି ରାଜ୍ୟ ଗର୍ବିତ। ଆମେ ସୌଭାଗ୍ୟଶାଳୀ କି ଦେଶର ନେତୃତ୍ବ ଆମ ପ୍ରଦେଶରୁ ପ୍ରତିନିଧିତ୍ବ କରୁନ୍ତି । ଉଭୟଙ୍କ ପ୍ରତି ଗୁଜୁରାଟବାସୀଙ୍କ ଅଖଣ୍ଡ ସମ୍ମାନ ଶ୍ରଦ୍ଧା ଓ ବିଶ୍ବାସ ରହିଛି। ସେଥିପାଇଁ ଦଳକୁ ବାରମ୍ବାର ଲୋକେ ନିର୍ବାଚିତ କରୁଛନ୍ତି । ଆମର ବିଶ୍ବାସ ଗୁଜୁରାଟ ପରିପ୍ରେକ୍ଷୀରେ ସେମାନେ(ମୋଦି-ଶାହା) କେବେ ଭୂଲ ନିଷ୍ପତ୍ତି ନେବେ ନାହିଁ ।

ଅନ୍ୟପଟେ ଝିଅ ରାଧିକା ରୂପାଣୀ ଟ୍ବିଟକୁ ନେଇ ବିଜୟ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି । ସୂଚନାଯୋଗ୍ୟ ଯେ ରାଧିକା ପିତାଙ୍କ ଇସ୍ତଫା ପରେ ଏକାଧିକ ଟ୍ବିଟ କରି ପରୋକ୍ଷରେ ତେର୍ଛା ବାଣ ମାରିଛନ୍ତି । ରାଜନୈତିକ ଜୀବନରେ ସରଳତା କଣ ପାପ କି? ଦଳ ପାଇଁ ସମ୍ପୂର୍ଣ୍ଣ ସମର୍ପିତ ହେବା କଣ ଦୋଷ କି? ଏମିତି ଲେଖି କିଛି ଟ୍ବିଟ କରିଥିଲେ। ରାଧିକାଙ୍କ କହିବାକଥା (ତାଙ୍କ ପିତା) ବିଜୟ ରୂପାଣୀ ଦଳ ପାଇଁ ନିଜ ପରିବାରକୁ ଭୁଲିଯାଇଥିଲେ । ନିଜ ପରିବାର ପାଇଁ କେତେବେଳେ ସମୟ ଦେଉନଥିଲେ । ଦଳ ଓ ସରକାର ପ୍ରତି ନିଜକୁ ସମର୍ପି ଦେଇଥିଲେ । ଅତି ସରଳ ଜୀବନ ବିତାଉଥିଲେ । ଏହାସତ୍ତ୍ବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ରାଧିକା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.