ETV Bharat / bharat

30ରେ ଉଦଘାଟିତ ହେବ ତେଲେଙ୍ଗାନା ନୂଆ ସଚିବାଳୟ ବିଲ୍ଡିଂ

author img

By

Published : Apr 23, 2023, 8:18 PM IST

ଏପ୍ରିଲ 30 ରେ ଉଦଘାଟିତ ହେବ ତେଲେଙ୍ଗାନା ନୂଆ ସଚିବାଳୟ ବିଲ୍ଡିଂ । 7 ଲକ୍ଷ ବର୍ଗ ଫୁଟ ପରିମିତ ଏରିଆରେ ହୋଇଛି ନିର୍ମାଣ । ନିକଟରେ ରହିଛି ଆମ୍ବେଦକର ପ୍ରତିମୂର୍ତ୍ତି ସାଙ୍ଗକୁ ଶହୀଦ ସ୍ମାରକୀ । ଅଧିକ ପଢନ୍ତୁ

30 ରେ ଉଦଘାଟିତ ହେବ ତେଲେଙ୍ଗାନା ନୂଆ ସଚିବାଳୟ ବିଲ୍ଡିଂ

ହାଇଦ୍ରବାଦ: ତେଲେଙ୍ଗାନା ସଚିବାଳୟର ନୂଆ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଛି । ଚଳିତ ମାସ 30 ତାରିଖରେ ଏହାର ଉଦଘାଟନ ହେବ । ତେଲେଙ୍ଗାନା ଶାସନରେ ଏହା ଏକ କିର୍ତ୍ତିମାନ ଭାବେ ସ୍ଥାନ ପାଇବାକୁ ଯାଉଛି । ରାଜ୍ୟ ଶାସନ ଓ ପ୍ରଶାସନର କେନ୍ଦ୍ର ଭାବେ କାର୍ଯ୍ୟ କରିବାକୁ ଥିବା ଏହି ପ୍ରଦେଶ ମୁଖ୍ୟାଳୟକୁ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ଅତ୍ୟାଧୁନିକ ଭାବେ ନିର୍ମାଣ କରାଯାଇଛି । ହଇଦ୍ରାବାଦର କେନ୍ଦ୍ରସ୍ଥଳରେ ଥିବା ହୁସିଆନ ସାଗର ଅନତୀଦୂରରେ ଏହାକୁ ନିର୍ମାଣ କରାଯାଇଛି । ଏହାର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇସାରିଥିବା ବେଳେ ଏହାକୁ 30 ତାରିଖରେ ମୁଖ୍ୟମନ୍ତ୍ରୀ କେସିଆର ଉଦଘାଟନ କରିବେ ।

ଖର୍ଚ୍ଚ ହୋଇଛି 650 କୋଟି: ଏହି ଭବ୍ୟ ସୌଧଟି 7 ମହଲା ବିଶିଷ୍ଟ ରହିଛି । ଏହାକୁ ନିର୍ମାଣ କରିବାରେ ମୋଟ 650 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ବିଲ୍ଡିଂ ବ୍ୟତୀତ ଏହି କମ୍ପ୍ଲେକ୍ସ ପରିସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବଙ୍କ କାର୍ଯ୍ୟାଳୟ ସମେତ ବାସଭବନ ମଧ୍ୟ ରହିବ । ଏହା ମୋଟ 7 ଲକ୍ଷ ବର୍ଗ ଫୁଟ ପରିମିତ ଏରିଆରେ ନିର୍ମାଣ ହୋଇଛି । ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏହି ବିଲ୍ଡିଂ ଶୀର୍ଷରେ ଦେଶର ଜାତୀୟ ସଙ୍କେତ ‘ଅଶୋକ ସ୍ତମ୍ଭ’ ମଧ୍ୟ ସ୍ଥାପିତ କରାଯାଇଛି ।

ତେଲେଙ୍ଗାନରେ ଶାସନରେ ଥିବା ଭାରତ ରାଷ୍ଟ୍ର ସମିତି ପକ୍ଷରୁ କୁହାଯାଇଛି, ଏହା ପ୍ରଦେଶ ଶାସନର ଗର୍ବ ଭାବେ ସ୍ଥାନ ପାଇବା ସହ ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ଉଦାହରଣ ହେବ । ସେହିପରି ଏହି ବିଶାଳ ସଚିବାଳୟ ସୌଧ ସ୍ବତନ୍ତ୍ର ତେଲେଙ୍ଗାନା ପ୍ରଦେଶ ଗଠନ ଆନ୍ଦୋଳନରେ ପ୍ରାଣବଳି ଦେଇଥିବା ସଂଗ୍ରାମୀଙ୍କର ପ୍ରତୀକ ହେବାକୁ ଯାଉଛି ବୋଲି ଦଳ କହିଛି ।

ଉଦଘାଟିତ ହେବ 125 ଫୁଟ ବିଶିଷ୍ଟ ଆମ୍ବେଦକର ପ୍ରତିମୂର୍ତ୍ତି: ରାଜଧାନୀ ହାଇଦ୍ରାବାଦ କେନ୍ଦ୍ରରେ ଥିବା ହୁସିଆନ ସାଗର କୂଳରେ ସ୍ଥାପିତ ହୋଇଥିବା 3 ଐତିହ ମଧ୍ୟରୁ ଅନ୍ୟତମ କୀର୍ତ୍ତିମାନ ହେବାକୁ ଯାଉଛି ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବଦକରଙ୍କର 125 ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ନିର୍ମିତ ବିଶାଳ ପ୍ରତିମୂର୍ତ୍ତି । ସଚିବାଳୟ ବିଲ୍ଡିଂ 30 ତାରିଖରେ ଲୋକାର୍ପିତ ହେବା ବେଳେ ଆମ୍ବେଦକରଙ୍କ ଏହି ପ୍ରତିମୂର୍ତ୍ତି 14 ତାରିଖରେ ଉଦଘାଟିତ ହେବାକୁ ଯାଉଛି । ଏହା ବ୍ରୋଞ୍ଜରେ ନିର୍ମାଣ ହୋଇଥିବା ବେଳେ ଏହାର ଉଚ୍ଚତା ରହିଛି 215 ଫୁଟ । ଏହା ଭାରତୀୟ ଲୋକତନ୍ତ୍ରର ପ୍ରତୀକ ବହନ କରିବା ନେଇ କହିଛି BRS ।

ହାଇଦ୍ରାବାଦ ସହରର କେନ୍ଦ୍ରସ୍ଥଳରେ ଥିବା ହୁସିଆନ ସାଗରର ମଧ୍ୟ ଭାଗରେ ଗୌତମ ବୁଦ୍ଧଙ୍କର ଏକ ଦଣ୍ଡାୟମାନ ମୂର୍ତ୍ତି ରହିଛି । ଏହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମା ହୋଇଥାଏ । ତାର ପାର୍ଶ୍ବରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସାଙ୍ଗକୁ କିଛି ଦୂରରେ ଶହୀଦ ସ୍ମାରକୀ ମଧ୍ୟ ରହିବ, ଯାହା ମଧ୍ୟ ନିର୍ମାଣାଧୀନ ରହିଛି । ଯାହାଦ୍ବାରା କେନ୍ଦ୍ରୀୟ ହାଇଦ୍ରାବାଦ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ଭାବେ ପରିଣତ ହେବାକୁ ଯାଉଛି ।

3 ଲକ୍ଷ ବର୍ଗ ଫୁଟ ଏରିଆରେ ହେବ ଶହୀଦ ସ୍ମରକୀ: 3 ଲକ୍ଷ ବର୍ଗ ଫୁଟ ପରିମିତ ଅଞ୍ଚଳରେ ଏହି ଶହୀଦ ସ୍ମାରକୀ ନିର୍ମାଣ କରାଯାଉଛି । ଏହାକୁ ଜଳୁଥିବା ଲ୍ୟାମ୍ପ ଆକରରେ ନିର୍ମାଣ କରାଯାଉଛି । ଏହି ଭବ୍ୟ ସ୍ମାରକୀରେ ପ୍ରଥମ ଫ୍ଲୋରରେ ଫଟୋ ଗ୍ୟାଲେରୀ, ଆର୍ଟ ଗ୍ୟାଲେରୀ ଓ ସଂଗ୍ରହାଳୟ ରହିବ । ସ୍ବତନ୍ତ୍ର ଲେତେଙ୍ଗାନା ପ୍ରଦେଶ ଆନ୍ଦୋଳନରେ ପ୍ରାଣବଳି ଦେଇଥିବା ଶହୀଦଙ୍କ ଫଟୋ ଓ ସେମାନଙ୍କ ସମ୍ପର୍କରେ ସୂଚନା ଏହି ଗ୍ୟାଲେରୀରେ ରହିବ । ସେହିପରି ଦ୍ବିତୀୟ ଓ ତୃତୀୟ ମହାଲାରେ କନଭେନସନ ସେଣ୍ଟର ଓ ପର୍ଯ୍ୟଟକଙ୍କ ପାଇଁ କ୍ୟାଣ୍ଟିନ ସୁବିଧା ମଧ୍ୟ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.