ETV Bharat / bharat

Cricket Betting: ୧୦୦କୋଟି ହରାଇଲେ ହାଇଦ୍ରାବାଦୀ ଯୁବକ - କ୍ରିକେଟ

ହାଇଦ୍ରାବାଦୀ ଯୁବକଙ୍କ ବେଟିଂ ନିଶା । କ୍ରିକେଟ ବେଟିଂ କିର ହରାଇଲେଣି ୧୦୦କୋଟି ଟଙ୍କା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 17, 2023, 6:01 PM IST

ହାଇଦ୍ରାବାଦ: କ୍ରିକେଟ ବେଟିଂରେ ୧୦୦କୋଟି ଟଙ୍କା ହରାଇଲେ ହାଇଦ୍ରାବାଦ ବନସ୍ଥଲିପୁରମ ନିକଟ ଏଲବି ନଗର ଅଞ୍ଚଳର ଜଣେ ଅଧିବାସୀ । ଏହି ଅର୍ଥ ସେ କେତେବେଳେ ବନ୍ଧୁ ତ ଆଉ କେତେବେଳେ ସମ୍ପର୍କୀୟଙ୍କଠାରୁ ଧାର ଆଣିଥିଲେ । ଖେଳ ନିଶାରେ କୋଟି କୋଟି ଟଙ୍କା ହରାଇଛନ୍ତି । ପ୍ରଥମେ ଏପରି ଖୁସିରେ ବେଟିଂ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଏହା ତାଙ୍କର ନିଶା ପାଲଟିଯାଇଥିଲା । ଅନେକ କ୍ଷତି ସହିବା ପରେ ମଧ୍ୟ ସେ ପଛଘୁଞ୍ଚା ଦେଇନଥିଲେ । ଆଉ ଶେଷରେ ରଚାକୋଣ୍ଡା ପୋଲିସ ହାତରେ ଧରାପଡ଼ିଛନ୍ତି ।

ଏ ନେଇ ରଚାକୋଣ୍ଡା ପୋଲିସ କମିଶନର ଡି.ଏସ ଚୌହାନ କହିଛନ୍ତି, "ଦୀର୍ଘ ୧୨ ବର୍ଷ ମଧ୍ୟରେ ସେ ୧୦୦କୋଟି ଟଙ୍କା ହରାଇଛନ୍ତି । ଏହି ଅର୍ଥ ସବୁ ସେ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କଠାରୁ ଧାର ଆଣୁଥିଲେ । ଏହି ବ୍ୟକ୍ତିଙ୍କ ନାମ ଅଶୋକ ରେଡି ବୋଲି ଜଣାପଡ଼ିଛି । ସେ କ୍ରିକେଟ ବେଟିଂ ମାମଲାରେ ଗିରଫ ହେବା ପରେ ନିଜ କାହାଣୀ ସମ୍ପର୍କରେ ପୋଲିସକୁ କହିଛନ୍ତି । ଗତ ଶୁକ୍ରବାର ପୋଲିସ ତାକୁ ଗିରଫ କରିଛି । ସହରରେ ଏପରି ବେଟିଂ ବହୁ ଏଜେନ୍ସି କରୁଥିବା ଅଭିଯୋଗ ଆସିବା ପରେ ଚଢାଉ ହୋଇଥିଲା । ଏକ ଗ୍ୟାଙ୍ଗ ସହ ଅଶୋକକୁ କାବୁ କରାଯାଇଥିଲା ।"

ଏହା ବି ପଢନ୍ତୁ- Delhi excise policy case: ଏପ୍ରିଲ 27 ଯାଏଁ ବଢିଲା ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି

ଅଶୋକ ପୋଲିସକୁ କହିଛି ଯେ ସେ ପ୍ରଥମେ ପ୍ରଥମେ ଏପରି ଖୁସିରେ ବେଟିଂ କରିବା ଆରମ୍ଭ କରିଥିଲା । ବେଳେବେଳେ ସେ ଲକ୍ଷାଧିକ ଟଙ୍କା ମଧ୍ୟ ଜିତିଥିଲା । ଧୀରେଧୀରେ ଏହା ତାର ନିଶା ପାଲଟିଥିଲା । ବିପୁଳ କ୍ଷତି ସହିବା ପରେ ମଧ୍ୟ ସେ ଏହି ଅପରାଧିକ କାର୍ଯ୍ୟରୁ ମୁକୁଳି ପାରିନଥିଲା । ଏହାରି ମଧ୍ୟରେ ସେ ୧୦୦ କୋଟି ଟଙ୍କା କ୍ଷତି ସହିଥିବା ପୋଲିସକୁ କହିଛି । ଅଶୋକଠାରୁ କାହାଣୀ ଶୁଣିବା ପରେ ପୋଲିସ କର୍ମଚାରୀମାନେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିବା କହିଛନ୍ତି ।

ଏହାପରେ ବ୍ୟକ୍ତି ଜଣକ କିଛି ଦିନ ଧରି ଫେରାର ଥିବା ବେଳେ କ୍ରିକେଟ ବୁକି ଭାବେ କାର୍ଯ୍ୟ କରୁଥିଲା । ହାଇଦ୍ରାବାଦ କ୍ରିକେଟ ଷ୍ଟାଡ଼ିମୟରେ ହେଉଥିବା କ୍ରିକେଟ ପାଇଁ ବ୍ଲାକରେ ଟିକେଟ ବିକ୍ରି କରୁଥିଲା । ଟିକେଟ କଳା ବଜାରୀ ଅଭିଯୋଗ ଆସିବା ପରେ ଏପରି ଦଲାଲମାନଙ୍କୁ ଗିରଫ ଲାଗି ପୋଲିସ ଉଦ୍ୟମ କରିଥିଲା । ଏହି ସମୟରେ ଅଶୋକ ପୋଲିସ ହାତରେ ଧରାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.