ETV Bharat / bharat

ଆତ୍ମହତ୍ୟା କଲା ତେଲେଙ୍ଗାନା ଦୁଷ୍କର୍ମକାରୀ, ମୁଣ୍ଡରେ ଲାଗିଥିଲା 10 ଲକ୍ଷର ପୁରସ୍କାର ରାଶି

ହାଇଦ୍ରାବାଦରେ ୬ବର୍ଷିୟା ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ମୁଣ୍ଡରେ ହାଇଦ୍ରାବାଦ ପୋଲିସ 10 ଲକ୍ଷ ଟଙ୍କା ଲଗାଇଥିବାବେଳେ ସେ ରେଳଲାଇନରେ ଆତ୍ମହତ୍ୟା କରିଥିବା ସୂଚନା ଦେଇଛନ୍ତି ତେଲେଙ୍ଗାନା DGP। ଅଧିକ ପଢନ୍ତୁ...

ହାଇଦ୍ରାବାଦରେ ୬ବର୍ଷ ଶିଶୁଙ୍କ ଦୁଷ୍କର୍ମ ଘଟଣା, ଆତ୍ମହତ୍ୟା କଲା ମୁଖ୍ୟ ଅଭିଯୁକ୍ତ ରାଜୁ

author img

By

Published : Sep 16, 2021, 2:03 PM IST

Updated : Sep 16, 2021, 3:42 PM IST

ହାଇଦ୍ରାବାଦ: ତେଲେଙ୍ଗାନା ସାଇଦାବାଦରେ ୬ ବର୍ଷ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା । ଏହାର ମୁଖ୍ୟ ଅଭିଯୁକ୍ତ ରାଜୁ ଆତ୍ମହତ୍ୟା କରିଥିବା ମିଳିଛି ସୂଚନା । ରାଜ୍ୟର ୱାରଙ୍ଗଲ ଜିଲ୍ଲା ଘାନପୁର ଷ୍ଟେସନରେ ରାଜୁର ମୃତଦେହ ମିଳିଛି । ମୃତଦେହ ହାତରେ ଟାଟୁ ଚିହ୍ନଟ କରିବା ପରେ ପୋଲିସ ଏହା ରାଜୁର ମୃତଦେହ ବୋଲି ସ୍ପଷ୍ଟ କରିଛି ।

ହାଇଦ୍ରାବାଦରେ ୬ବର୍ଷ ଶିଶୁଙ୍କ ଦୁଷ୍କର୍ମ ଘଟଣା, ଆତ୍ମହତ୍ୟା କଲା ମୁଖ୍ୟ ଅଭିଯୁକ୍ତ ରାଜୁ

ଗତ ସେପ୍ଟେମ୍ବର ୯ ତାରିଖରେ ସାଇଦାବାଦର ସିଙ୍ଗାରେନି କଲୋନୀରେ ମୁଖ୍ୟ ଅଭିଯୁକ୍ତ ରାଜୁ ଜଣେ ୬ ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିଥିଲା । ଘଟଣା ସମ୍ପର୍କରେ ପୋଲିସ ଖବର ପାଇବା ପରେ ଗତ ଏକ ସପ୍ତାହ ଧରି ଅଭିଯୁକ୍ତ ରାଜୁକୁ ଖୋଜୁଥିଲା । ଏହାସହିତ ରାଜୁ ସମ୍ପର୍କରେ ପୋଲିସକୁ ସୂଚନା ଦେବା ଲୋକକୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ମଧ୍ୟ ଘୋଷଣା ହୋଇଥିଲା । ତେବେ ଗତକାଲି(ବୁଧବାର) ରାଜୁ ଉପ୍ପଲ ଅଞ୍ଚଳରେ ବୁଲୁଥିବା ପୋଲିସକୁ ଖବର ମିଳିଥିଲା ।

ରାଜୁକୁ ଖୋଜିବା ପାଇଁ ସହରର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ଲାଗିଥିଲା । ଏଣୁ କୌଣସି ସ୍ଥାନରେ ପୋଲିସଠାରୁ ଲୁଚି ରହିବା ସମ୍ଭବ ନୁହେଁ ଚିନ୍ତା କରି ଅଭିଯୁକ୍ତ ରାଜୁ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ରାଜୁର ମୃତ୍ୟୁ ସମ୍ପର୍କରେ ଟ୍ବିଟରରେ କିଛି ଫଟୋ ସେୟାର କରି ତେଲେଙ୍ଗାନା DGP ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 16, 2021, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.