ETV Bharat / bharat

600 ଲୋକ, 259 କୋଭିଡ ହସ୍ପିଟାଲକୁ ଖାଦ୍ୟ ଯୋଗାଉଛି ହାଇଦ୍ରାବାଦ NGO

author img

By

Published : May 23, 2021, 2:23 PM IST

ତେଲେଙ୍ଗାନାରେ ଲକଡାଉନ ଲାଗୁ ହୋଇଥିବାରୁ ହାଇଦ୍ରାବାଦର ଏକ ଏନଜିଓ ସଂସ୍ଥା 600 ଗରିବ ଶ୍ରେଣୀର ବ୍ୟକ୍ତି ଓ 259 କୋଭିଡ ହସ୍ପିଟାଲକୁ ରନ୍ଧାଖାଦ୍ୟ ଯୋଗାଉଛି । ଅଧିକ ପଢନ୍ତୁ...

600 ଲୋକ, 259 କୋଭିଡ ହସ୍ପିଟାଲକୁ ଖାଦ୍ୟ ଯୋଗାଉଛି ହାଇଦ୍ରାବାଦ NGO
600 ଲୋକ, 259 କୋଭିଡ ହସ୍ପିଟାଲକୁ ଖାଦ୍ୟ ଯୋଗାଉଛି ହାଇଦ୍ରାବାଦ NGO

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରହିଥିବା ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଆଶ୍ରୀ ସୋସାଇଟି ମହାମାରୀ ସମୟରେ ଭୋକିଲାଙ୍କ ପେଟରେ ଦେଇଛି ଦାନା । ଏହି ସଂସ୍ଥା ପକ୍ଷରୁ ପ୍ରତିଦିନ ପ୍ରାୟ 600 ଗରିବ ଶ୍ରେଣୀର ଲୋକ ଓ 259 କୋଭିଡ ହସ୍ପିଟାଲକୁ ରନ୍ଧା ଖାଦ୍ୟ ଯୋଗାଉଥିବା ସୂଚନା ମିଳିଛି ।

ଆଶ୍ରୀ ସୋସାଇଟି ଗରିବ ଶ୍ରେଣୀର ଲୋକଙ୍କୁ ପ୍ରତିଦିନ 2 ଥର ରନ୍ଧାଖାଦ୍ୟ ଯୋଗାଉଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଲକଡାଉନ ଲାଗୁ ହୋଇଥିବାରୁ ନିଜ ସେବାକୁ ଆହୁରି ବର୍ଦ୍ଧିତ କରିଛି ଏହି ସଙ୍ଗଠନ । ଲକଡାଉନ ପାଇଁ ଗରିବ ଶ୍ରେଣୀର ଲୋକମାନେ ଅସୁବିଧା ଭୋଗୁଥିବାରୁ ଏହି ସଙ୍ଗଠନ ପ୍ରାୟ 600 ଲୋକଙ୍କ ସମେତ 259ଟି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ପାଇଁ ଖାଦ୍ୟ ଯୋଗାଉଛି । ନିଶୁଳ୍କରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ଏହି ସଙ୍ଗଠନର ମୂଳ ଲକ୍ଷ୍ୟ ବୋଲି ଆଶ୍ରୀର ସଭାପତି କଣ୍ଡୁଲା ରାମ କିଶୋର ରେଡ୍ଡି କହିଛନ୍ତି ।

ଏହି ବ୍ୟବସ୍ଥା ଏପ୍ରିଲ 4 ତାରିଖଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 23 ଜଣ ଆକ୍ରାନ୍ତଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିଲା । ଏହାପରେ ଧୀରେ ଧୀରେ ସଂଖ୍ୟା ବଢାଇ 259 ଜଣଙ୍କୁ ଖାଦ୍ୟ ଦିଆଗଲା । ଲକଡାଉନ ଲାଗୁ ହେବା ପୂର୍ବରୁ ପ୍ରତିଦିନ ରୋଜଗାର କରୁଥିବା ବେତନ ଉପରେ ଖାଦ୍ୟ ପାଇଁ ନିର୍ଭର କରିଥାନ୍ତି । କିନ୍ତୁ ଲକଡାଉନ ଲାଗୁ ହେବା ପରେ ସମସ୍ତ ଦୋକାନବଜାର ବନ୍ଦ ହେବାରୁ ପ୍ରତିଦିନ ବେତନ ଉପରେ ନିର୍ଭର କରୁଥିବା ବ୍ୟକ୍ତି ଭୋକିଲା ରହୁଥିଲେ । ଏହାକୁ ଲକ୍ଷ୍ୟ କରି ସଙ୍ଗଠନ ଲକଡାଉନ ସମୟରେ ଏହି ମହାନ କାର୍ଯ୍ୟ ଆରମ୍ଭ କରିଛି ।

ପ୍ରତିଦିନ ପ୍ରାୟ 1 ଲକ୍ଷରୁ ଊର୍ଦ୍ଧ୍ବ ଖାଦ୍ୟ ପ୍ୟାକେଟ ଗରିବ ଲୋକଙ୍କୁ ବଣ୍ଟା ଯାଇଥାଏ । କୋଭିଡ ଆକ୍ରାନ୍ତଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ପାଇଁ ଡାକ୍ତରଙ୍କ ପରାମର୍ଶ ଦେବା ପରେ ଆକ୍ରାନ୍ତଙ୍କୁ ଘରେ ତିଆରି ହେଉଥିବା ରନ୍ଧାଖାଦ୍ୟ ଯୋଗାଇଥିଲେ ବୋଲି କହିଛନ୍ତି । ଆଶ୍ରୀ ପକ୍ଷରୁ ଏଭଳି କାର୍ଯ୍ୟ କରାଯାଉଥିବା ସମ୍ପର୍କରେ ଖବର ପାଇବା ପରେ କିଛି ଲୋକ ଆର୍ଥିକ ସହାୟତା କରିଛନ୍ତି ବୋଲି ରେଡ୍ଡି କହିଛନ୍ତି । ତେବେ ଏପର୍ଯ୍ୟନ୍ତ ଏହି ସେବା କାର୍ଯ୍ୟରେ ସେ 21 ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିବା କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.