ETV Bharat / bharat

ତେଲେଙ୍ଗାନାରେ ମେଟ୍ରୋ ସେବା ସକ୍ରିୟ

author img

By

Published : May 31, 2021, 9:56 AM IST

ତେଲେଙ୍ଗାନାରେ ଲକଡାଉନ କଟକଣା କୋହଳ କରିବା ପରେ ହାଇଦ୍ରାବାଦରେ ପୁଣି ମେଟ୍ରୋ ସେବା ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦରେ ସକାଳ 7ରୁ ମଧ୍ୟାହ୍ନ 12ଟା 45 ପର୍ଯ୍ୟନ୍ତ ଗଡିବ ମେଟ୍ରୋ

ହାଇଦ୍ରାବାଦ: ତେଲେଙ୍ଗାନାରେ ଆଉ 10 ଦିନ ବଢିଛି ଲକଡାଉନ । କିନ୍ତୁ ପୂର୍ବରୁ ସକାଳ 6ଟାରୁ 10ଟା ପରିବର୍ତ୍ତେ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏଥିଲାଗି ପୁଣି ମେଟ୍ରୋ ସେବାକୁ ଆରମ୍ଭ କରାଯାଇଥିବା ବେଳେ ସକାଳ 7ଟାରୁ ମଧ୍ୟାହ୍ନ 12ଟା 45 ପର୍ଯ୍ୟନ୍ତ ମେଟ୍ରୋ ଚଳାଚଳ କରିବ ବୋଲି ସରକାର ଘୋଷଣା କରିଛନ୍ତି ।

ତେଲେଙ୍ଗାନାରେ ବର୍ତ୍ତମାନ 3 ହଜାର ଉପରେ ଦୈନିକ ସଂକ୍ରମଣ ରହୁଥିବା ବେଳେ ସରକାର ପୁଣି ଲକଡାଉନକୁ ଆଉ 10 ଦିନ ବଢାଇଛନ୍ତି ଅର୍ଥାତ୍‌ ଜୁନ 9 ତାରିଖ ପର୍ଯ୍ୟନ୍ତ କଟକଣାକୁ ଲାଗୁ କରାଯାଇଛି । ପୂର୍ବରୁ ରାଜ୍ୟରେ ଦୋକାନ ବଜାର ସକାଳ 6ଟାରୁ 10ଟା ପର୍ଯ୍ୟନ୍ତ ଖୋଲା ଯାଉଥିବା ବେଳେ ବର୍ତ୍ତମାନ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ଖୋଲାଯିବ । ଲୋକମାନେ ଅପରାହ୍ନ 2ଟା ମଧ୍ୟରେ ନିଜ ଘରକୁ ଫେରିପାରିବେ ବୋଲି ରବିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ତେବେ ଲକଡାଉନ କଟକଣାର ସମୟସୀମା ବୃଦ୍ଧି ପରେ ରାଜ୍ୟରେ ପୁଣି ମେଟ୍ରୋ ସେବାକୁ ଆରମ୍ଭ କରାଯାଇଛି । ସକାଳ 7ଟାରୁ ମଧ୍ୟାହ୍ନ 12ଟା 45 ପର୍ଯ୍ୟନ୍ତ ରାଜ୍ୟବାସୀ ମେଟ୍ରୋ ସେବାର ସୁବିଧା ନେଇପାରିବେ । ଏ ସମ୍ପର୍କରେ ହାଇଦ୍ରାବାଦ ମେଟ୍ରୋ ରେଲ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀମାନେ ସମସ୍ତ କୋଭିଡ ନିୟମକୁ କଡାକଡି ପାଳନ କରିବେ । ମେଟ୍ରୋ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ, ହାତକୁ ବାରମ୍ବାର ସାନିଟାଇଜ କରିବା ପାଇଁଣ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସିହତ ଅନ୍ୟ ଓ ନିଜର ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ମେଟ୍ରୋ ଷ୍ଟେସନରେ ସୁରକ୍ଷାକର୍ମୀ ଓ ଷ୍ଟାଫଙ୍କୁ ସହଯୋଗ କରିବାକୁ କୁହାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.