ETV Bharat / bharat

ହାଇଦ୍ରାବାଦ ଦେଶର ଶ୍ରେଷ୍ଠ ବାସଯୋଗ୍ୟ ସହର: ରିପୋର୍ଟ

author img

By ETV Bharat Odisha Team

Published : Dec 13, 2023, 10:47 PM IST

Hyderabad is best among indian cities: ମରସରର କ୍ବାଲିଟି ଅଫ ଲିଭିଙ୍ଗ 2023ର ସର୍ଭେ ରିପୋର୍ଟ ପ୍ରକାଶ । ହାଇଦ୍ରାବାଦ ସବୁଠୁ ଶ୍ରେଷ୍ଠ ବାସଯୋଗ୍ୟ ସହର । ଅଧିକ ପଢନ୍ତୁ

ହାଇଦ୍ରାବାଦ ଦେଶର ଶ୍ରେଷ୍ଠ ବାସଯୋଗ୍ୟ ସହର : ମରସର ରିପୋର୍ଟ

ହାଇଦ୍ରାବାଦ : ପ୍ରକାଶ ପାଇଛି ମରସରର କ୍ବାଲିଟି ଅଫ ଲିଭିଙ୍ଗ 2023 ର ସର୍ଭେ ରିପୋର୍ଟ । ଏହି ଆମେରିକୀୟ କନସଲଟିଙ୍ଗ ସଂସ୍ଥା ଭାରତର ସମସ୍ତ ପ୍ରମୁଖ ସହରକୁ ନେଇ ଉକ୍ତ ତାଲିକା ପ୍ରକାଶ କରିଛି । ଏହି ରିପୋର୍ଟ ମୁତାବକ ହାଇଦ୍ରାବାଦ ଅନ୍ୟ ସମସ୍ତ ଭାରତୀୟ ସହରକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛି । ତେବେ ଏହାକୁ ମିଶାଇ ଷଷ୍ଠ ଥର ପାଇଁ ହାଇଦ୍ରାବାଦ ଟପ୍ ପୋଜିସନ ହାସଲ କରିଛି । ତେବେ ହାଇଦ୍ରାବାଦର ଏହି ସଫଳତା ପଛରେ ରାଜନୈତିକ ସ୍ଥିରତା, ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା , ଶିକ୍ଷା ବ୍ୟବସ୍ଥା, ଉତ୍କୃଷ୍ଟ ଭିତ୍ତିଭୂମି ଏବଂ ସହରର ସାମାଜିକ- ସାଂସ୍କୃତିକ ପରିବେଶ ପ୍ରମୁଖ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ପ୍ରକାଶଯୋଗ୍ୟ ଯେ କୋଭିଡ ମହାମାରୀ ହେବା ପୂର୍ବରୁ ହାଇଦ୍ରାବାଦ ଶ୍ରେଷ୍ଠ ଭାରତୀୟ ବାସଯୋଗ୍ୟ ସହର ଭାବେ 2015 ମସିହାରୁ 2019 ପର୍ଯ୍ୟନ୍ତ ମରସର ରିପୋର୍ଟରେ ସ୍ଥାନିତ ହୋଇସାରିଛି । କିନ୍ତୁ ବିଶ୍ବସ୍ତରୀୟ ତାଲିକାରେ ହାଇଦ୍ରାବାଦର ସ୍ଥାନ ଖସିଯାଇଛି । 2019 ମସିହାରେ ଏହା 143 ତମ ସ୍ଥାନରେ ଥିବା ବେଳେ 2023ରେ ଏହା 153 କୁ ଖସି ଆସିଛି । ଏହା ତାଲିକାଭୁକ୍ତ ସମସ୍ତ ଭାରତୀୟ ସହର ମଧ୍ୟରେ ସର୍ବୋଚ୍ଚ ଅଟେ । ହାଇଦ୍ରାବାଦ ପଛକୁ ପୁନେ (154), ବେଙ୍ଗାଲୁରୁ (156), ଚେନ୍ନାଇ (161), ମୁମ୍ବାଇ (164), କୋଲକାତା (170) ଏବଂ ଦିଲ୍ଲୀ (172) ଯଥାକ୍ରମେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ରାମଚରଣ-ଚିରଞ୍ଜିବିଙ୍କ ପରେ ନେଟଫ୍ଲିକ୍ସ ସିଇଓଙ୍କୁ ଭେଟିଲେ ମହେଶ ବାବୁ, ସେୟାର କଲେ ଫଟୋ

ମରସର ରିପୋର୍ଟରେ ଚାକିରୀ ଉଦେଶ୍ୟରେ ରହୁଥିବା ଲୋକ ଏବଂ ସେମାନଙ୍କ ପରିବାରକୁ ସର୍ଭେ ପାଇଁ ବିଚାରକୁ ନିଆଯାଇଥିଲା । ପ୍ରତ୍ୟେକ ସହରରେ ସେମାନଙ୍କ ଜୀବନଯାପନର ବ୍ୟୟକ୍ଷମତାକୁ ମୂଲ୍ୟାଙ୍କନ କରାଯାଇଥିଲା । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗ ଅନୁଯାୟୀ ବିଶ୍ବର 227 ସହର ମଧ୍ୟରୁ ଲୋକଙ୍କ କମ ବ୍ୟୟକରିବାର ସାମର୍ଥ୍ୟ ସହର ଭାବେ ହାଇଦ୍ରାବାଦ 202ତମ ସ୍ଥାନରେ ରହିଛି ରହିଛି । ଏହି ତାଲିକାରେ ମୁମ୍ବାଇ ବିଶ୍ବରେ 147 ସ୍ଥାନରେ ରହିଛି ।

ସେହିପରି 2022ମସିହାରେ ମରସରର କଷ୍ଟ ଅଫ ଲିଭିଙ୍ଗ ସର୍ଭେରେ ହାଇଦ୍ରାବାଦ ଅନ୍ୟ ସମସ୍ତ ଭାରତୀୟ ମେଟ୍ରୋ ସହରକୁ ପଛରେ ପକାଇଥିଲା । ଘରଭଡା , ପରିବହନ , ଗୃହ ବ୍ୟବହୃତ ସାମଗ୍ରୀ ଏବଂ ମନୋରଞ୍ଜନର ସାଧନ ମାମଲାରେ ଏହି ସହର ଅନ୍ୟ ତୁଳନାରେ ଅପେକ୍ଷାକୃତ ଶସ୍ତା ରହିଥିଲା । ତେବେ ସବୁଠାରୁ ବଡ କଥା ହେଲା ହାଇଦ୍ରାବାଦ ସହର ପ୍ରବାସୀ ମାନଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି । ଉଭୟ ରୋଜଗାର ଓ ଶିକ୍ଷା ପାଇଁ ଆସୁଥିବା ଲୋକଙ୍କ ପାଇଁ ଏହି ସହର ଅପେକ୍ଷାକୃତ ଶସ୍ତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.