ହାଇଦ୍ରାବାଦ: ପୂର୍ବତନ ସାଂସଦ ତଥା ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଅଞ୍ଜନ କୁମାର ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏନେଇ ତେଲେଙ୍ଗାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ବୁଧବାର ଦିନ କୋରୋନା ଗାଇଡ ଲାଇନକୁ ଉଲ୍ଲଘଂନ କରିଥିବା ନେଇ ଅଭିଯୋଗ ହୋଇଛି ।
ପୋଲିସର ବିନ ଅନୁମତିରେ ରାଲି କରିବା, ସାଧାରଣ ଲୋକଙ୍କ ହଇରାଣ କରିବା, ମୁଖ୍ୟ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରିବା, ବାଣ ଫୁଟାଇବା ସହ ରାଲି ବେଳେ ମଝି ରାସ୍ତାରେ ସଙ୍ଗୀତ ପରିବେଷଣ କରିବା ଭଳି ଦଫା ତାଙ୍କ ବିରୋଧରେ ଲଗା ଯାଇଛି ।
ଏହା ପୂର୍ବରୁ ଟ୍ରାଫିକ ଚଳାଚଳ ପାଇଁ ବ୍ୟାଘାତ ସୃଷ୍ଟି କରିବ ଆଶଙ୍କା ନେଇ ପୋଲିସ ରାଲିକୁ ଅନୁମତି ଦେଇ ନଥିଲା । ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଭାବେ ନୂଆ ଦାୟିତ୍ବ ପାଇଛନ୍ତି ଅଞ୍ଜନ କୁମାର ଯାଦବ ।
@ANI