ETV Bharat / bharat

Hyderabad Encounter Case: ଏନକାଉଣ୍ଟରକୁ ଫେକ୍ କହିଲେ ସୁପ୍ରିମକୋର୍ଟ, ୧୦ପୋଲିସ କର୍ମୀଙ୍କ ବିରୋଧରେ ହେବ ମାମଲା !

author img

By

Published : May 20, 2022, 3:57 PM IST

Updated : May 20, 2022, 4:36 PM IST

ବହୁଚର୍ଚ୍ଚିତ ୨୦୧୯ ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ପୋଲିସର ଏହି ଏନକାଉଣ୍ଟରକୁ ନକଲି କହିଲେ ସୁପ୍ରିମକୋର୍ଟ । ଘଟଣାରେ କିଛି ପୋଲିସ କର୍ମଚାରୀ ଦୋଷୀ ବୋଲି ଆୟୋଗ କହିଛି । ଅଧିକ ପଢନ୍ତୁ

Hyderabad Encounter Case: ଏନକାଉଣ୍ଟରକୁ ନକଲି କହିଲେ ସୁପ୍ରିମକୋର୍ଟ, ୧୦ ପୋଲିସ କର୍ମୀଙ୍କ ଉପରେ ହେବ ମାମଲା ରୁଜୁ !

ନୂଆଦିଲ୍ଲୀ: ୨୦୧୯ର ଚର୍ଚ୍ଚିତ ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ (Sirpurkar Commission) ଆୟୋଗ ଏହି ଏନକାଉଣ୍ଟର (Hyderabad Encounter)କୁ ନକଲି ବୋଲି କହିଛନ୍ତି । ଏଥିପାଇଁ ଆୟୋଗ କିଛି ପୋଲିସ କର୍ମଚାରୀଙ୍କୁ ଦାୟୀ କରିଛନ୍ତି । ରିପୋର୍ଟକୁ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଏହି ମାମଲାରେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତେଲେଙ୍ଗାନା ହାଇକୋର୍ଟ(Telangana High Court) କୁ ପଠାଯାଇଛି । ଏହାସହ ୧୦ ପୋଲିସ କର୍ମୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବ ବୋଲି ସୂଚନା ରହିଛି । ସିରପୁରକର କମିଶନ 387 ଫର୍ଦ୍ଦର ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ।

ଦେଶର ମୁଖ୍ୟ ବିଚାରପତି ଏନଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଜଷ୍ଟିସ ଏଲ ନାଗେଶ୍ବର ରାଓ ଓ ଜଷ୍ଟିସ ହେମା କୋହଲି ହାଇଦ୍ରାବାଦ ଏନକାଉଣ୍ଟର ମାମଲା ଉପରେ ଶୁଣାଣି କରିଛନ୍ତି । ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନ ଏହି ରିପୋର୍ଟକୁ ଏବେ ଗୋପନୀୟ ରଖିବା ପାଇଁ ଅନୁରୋଧ କରିଥିଲେ । ହେଲେ କୋର୍ଟ ତାଙ୍କ ଅନୁରୋଧକୁ ଖାରଜ କରିଛନ୍ତି । ଏନେଇ ମୁଖ୍ୟ ବିଚାରପତି କହିଛନ୍ତି ଯେ, "ଏଥିରେ ଗୋପନୀୟତା ରଖିବାର କୌଣସି ଆବଶ୍ୟକତା ନାହିଁ । ଆମ ଆଦେଶ ଉପରେ ଯାଞ୍ଚ ହେବା ପରେ କିଛି ଲୋକ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । "

ସେ ଆହୁରି କହିଛନ୍ତି ଯେ, "ରାଜ୍ୟ ସରକାର ରିପୋର୍ଟ ଆଧାରରେ କାର୍ଯାନୁଷ୍ଠାନ ଗ୍ରହଣ କରିବେ । ଆମେ ଏହି ମାମଲାକୁ ଅଣଦେଖା କରିବାକୁ ଚାହୁଁନୁ । ମାମଲାକୁ ସମସ୍ତ ପକ୍ଷ ଏହି ରିପୋର୍ଟକୁ ପଢନ୍ତୁ ଏବଂ ଆଗ ଶୁଣାଣି ପାଇଁ ହାଇକୋର୍ଟରେ ନିଜ ପକ୍ଷ ରଖନ୍ତୁ । "ତେବେ ସୂଚନା ଥାଉ କି ଗତ ୨୦୧୯ ଡିସେମ୍ବରରେ ଜଣେ ପ୍ରାଣୀ ଚିକିତ୍ସା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲେ । ପୋଲିସ ମୁତାବକ ୪ ଜଣ ଅପରାଧୀ ଖସି ପଳାଇବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କରାଯାଇଥିଲା ।

ପୋଲିସର ଏହି ଏନକାଉଣ୍ଟରକୁ ଫେକ୍‌ ଦର୍ଶାଇ ତେଲେଙ୍ଗାନା ହାଇକୋର୍ଟରେ ଯାଚିକା ଦାଏର କରାଯାଇଥିଲା । ଅଭିଯୁକ୍ତଙ୍କ କରାଯାଇଥିବା ଏହି ଏନକାଣ୍ଟରର ରହସ୍ୟ ଉପରୁ ପରଦା ଉଠାଇବାକୁ ହାଇକୋର୍ଟଙ୍କ ଖଣ୍ଡପୀଠ ୨୩ ଡିସେମ୍ବର ପୂର୍ବରୁ ଅଭିଯୁକ୍ତଙ୍କର ପୁଣି ଥରେ ପୋଷ୍ଟମର୍ଟମ କରି ଏହାର ସବିଶେଷ ରିପୋର୍ଟ କୋର୍ଟଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

  • କଣ ଥିଲା ପୁରା ଘଟଣା ?

୨୦୧୯ ମସିହା ୨୭-୨୮ ନଭେମ୍ବରର ମଧ୍ୟବର୍ତ୍ତୀ ରାତିରେ ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କ ସହ ନିର୍ଦ୍ଦୟ ଘଟଣା ଘଟିଥିଲା । ବେଙ୍ଗାଲୁରୁ ହାଇଦ୍ରାବାଦ ଜାତୀୟ ରାଜପଥରେ ଥିବା ଅଣ୍ଡରପାସ୍ ନିକଟରେ ଉକ୍ତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ପୋଡି ଦେଇଥିଲେ ଦୁର୍ବୃତ୍ତ । ଏହି ମାମଲାରେ ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ଏହା ପରେ ଅଭିଯୁକ୍ତଙ୍କୁ ୭ ଦିନିଆ ପୋଲିସ ହେପାଜତକୁ ପଠାଯାଇଥିଲା । ପୋଲିସ ଅଭିଯୁକ୍ତଙ୍କ ଦ୍ବାରା ଉକ୍ତ ଘଟଣାର ପୁନରାବୃତ୍ତି କରିବାକୁ ଘଟଣାସ୍ଥଳକୁ ନେଇଥିଲା । ଏଠାରେ ସମସ୍ତ ଅଭିଯୁକ୍ତ ଖସିଯିବାକୁ ଉଦ୍ୟମ କରିଥିଲେ । ଫଳରେ ବାଧ୍ୟ ହୋଇ ଏନକାଉଣ୍ଟର କରାଯାଇଥିବା ପୋଲିସ କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 20, 2022, 4:36 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.