ETV Bharat / bharat

ଟମାଟୋ ଡାକି ଚିଡ଼ାଇବା ପଡିଲା ମହଙ୍ଗା, ହତ୍ୟା କଲେ ମହିଳାଙ୍କ ସ୍ବାମୀ

author img

By

Published : Mar 31, 2022, 7:32 PM IST

ବିହାରର ମୁଙ୍ଗେର ଜିଲ୍ଲାରେ ଘଟିଛି ଚକିତ କଲା ପରି ଘଟଣା । ମହିଳାଙ୍କୁ 'ଟମାଟୋ' ଡାକିବାରୁ ଚାଲିଗଲା ବୃଦ୍ଧଙ୍କ ଜୀବନ । ଜାଣନ୍ତୁ କଣ ଥିଲା ପୁରା ଘଟଣା ।

ଟମାଟୋ ଡାକି ଚିଡ଼ାଇବା ପଡିଲା ମହଙ୍ଗା, ହତ୍ୟା କଲେ ମହିଳାଙ୍କ ସ୍ବାମୀ
ଟମାଟୋ ଡାକି ଚିଡ଼ାଇବା ପଡିଲା ମହଙ୍ଗା, ହତ୍ୟା କଲେ ମହିଳାଙ୍କ ସ୍ବାମୀ

ପାଟନା: ମହିଳାଙ୍କୁ 'ଟମାଟୋ' ଡାକି ଚିଡ଼ାଇବା ବୃଦ୍ଧଙ୍କୁ ପଡ଼ିଲା ମହଙ୍ଗା(Old Man Beaten In Munger) । ଶେଷରେ ଏହି କାର୍ଯ୍ୟ ପାଇଁ ଅକାଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମହିଳାଙ୍କଠୁ ଅଭିଯୋଗ ଶୁଣିବା ପରେ ଉତକ୍ଷିପ୍ତ ହୋଇ ବୃଦ୍ଧଙ୍କୁ ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣାବିହାରର ମୁଙ୍ଗେର ଜିଲ୍ଲାରେ ଘଟିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବୃଦ୍ଧଙ୍କ ହତ୍ୟାକାରୀ ହେଉଛନ୍ତି ବୃଦ୍ଧଙ୍କ ପଡୋଶୀ । ସବୁଠୁ ଚକିତ କରିବା କଥା ହେଉଛି ବୃଦ୍ଧ ଜଣକ ହତ୍ୟାକାରୀଙ୍କ ପତ୍ନୀଙ୍କୁ 'ଟମାଟୋ-ଟମାଟୋ' କହି ଚିଡ଼ାଇବା ପରେ ମହିଳା ଜଣକ ନିଜ ସ୍ବାମୀ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ମହିଳାଙ୍କ ସ୍ବାମୀ ବୃଦ୍ଧଙ୍କୁ ଗାଳି ଗୁଲଜ କରିଥିଲେ । ଏହାକୁ ବୃଦ୍ଧ ଜଣକ ବିରୋଧ କରିବା ପରେ ସେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡ଼ିଛି ।

  • ଟମାଟୋ ଡାକିବା ପଡିଲା ମହଙ୍ଗା

ଏହି ମାମଲା ଟେଟିଆମ୍ବର ପୋଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଛି। ଏଠାରେ ଥିବା ବ୍ଲକ ସଭାପତି କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟାରେ ତିଲକରୀ ହାଟରୁ ପନିପରିବା କିଣିବା ପରେ ମହେଶ ଦାସ ଫେରୁଥିଲେ। ବାଟରେ ସେ ଜଣେ ପରିଚିତଙ୍କୁ ଭେଟି ତାଙ୍କ ସହ କଥା ହେବା ଆରମ୍ଭ କଲେ । ବାର୍ତ୍ତାଳାପ ସମୟରେ ମହେଶ ଦାସ ପରିଚିତଙ୍କୁ କହିଥିଲେ ଯେ ସେ ଟମାଟୋ ନେବାକୁ ଭୁଲିଗଲେ । ଏହି ସମୟରେ ସେ ଟମାଟୋ-ଟମାଟୋ କହିବାକୁ ଲାଗିଲେ । ଏହି ସମୟରେ ତାଙ୍କ ପଡ଼ୋଶୀ ବ୍ରହ୍ମଦେବ ଦାସଙ୍କ ପତ୍ନୀ ଯାଉଥିଲେ। ପଡୋଶୀ ମହିଳା ଅନୁଭବ କଲେ ଯେ ମହେଶ ଦାସ ତାଙ୍କୁ ଦେଖିବା ପରେ ଟମାଟୋ କହୁଛନ୍ତି । ଏହି ଘଟଣାକୁ ନେଇ ମହିଳା ଜଣକ ପରିବାରରେ ଅଭିଯୋଗ କଲେ ଯେ ମହେଶ ଦାସ ତାଙ୍କୁ ନିର୍ଯାତନା ଦେଇଛନ୍ତି । ଏହା ପରେ ବ୍ରହ୍ମଦେବ ଏବଂ ତାଙ୍କ ସମ୍ପର୍କୀୟମାନେ ମହେଶଙ୍କୁ ମାଡ଼ ମାରିଥିଲେ, ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଛି ।

  • ୭ ଜଣଙ୍କ ବିରୋଧରେ ମାମଲା ରୁଜୁ

ଏହି ଘଟଣା ପରେ ତାଙ୍କ ପଡ଼ୋଶୀ ବ୍ରହ୍ମଦେବ ଦାସ ପରିବାର ସହିତ ପଳାଇ ଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଜଗତପୁର ଗାଁର ବାସିନ୍ଦା ମହେଶ ଦାସ ତାଙ୍କ ଘରେ ବସିଥିଲେ । ତା’ପରେ ତାଙ୍କ ପଡ଼ୋଶୀ ବ୍ରହ୍ମଦେବ ଦାସ ସେଠାରେ ପହଞ୍ଚି ଏହି ଅପରାଧ ଘଟାଇଥିଲେ। ଏହି ମାମଲାରେ ମହେଶଙ୍କ ପତ୍ନୀ ଟେଟିଆମ୍ବର ପୋଲିସ ଷ୍ଟେସନରେ 7 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ବ୍ରହ୍ମଦେବ ଦାସ, ଦିଲୀପ ଦାସ, ଆକାଶ ଦାସ, ପୂଜା ଦେବୀ, ପୁଣମ ଦେବୀ, ସୁବୋଧ ଦାସ ଏବଂ ତାଙ୍କ ପତ୍ନୀଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ । ଅଭିଯୁକ୍ତ ବ୍ରହ୍ମଦେବଙ୍କର ଅପରାଧିକ ଇତିହାସ ରହିଛି । ଅତୀତରେ ମଧ୍ୟ ସେ ଏକ ହତ୍ୟା ମାମଲାରେ ଜେଲରେ ଯାଇଥିଲେ ।

ତେବେ ଏ ନେଇ ଖଡ଼ଗପୁର ଡିଏସପି କହିଛନ୍ତି ଯେ ଗତ ମାର୍ଚ୍ଚ ୨୯ରେ ମୃତକ ଜଣକ ମହିଳାଙ୍କୁ କିଛି କହିଥିଲେ । ଉକ୍ତ ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାରେ ୨ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ମୃତକକୁ ଅଧିକ ମାଡ଼ ମରାଯାଇନଥିଲା । ହେଲେ ଧକ୍କା ମାରିବା ଫଳରେ ସେ ପଡ଼ିଯାଇଥିଲେ । ମୃତକଙ୍କ ଶରୀରରେ କୌଣସି ଆଘାତ ଦାଗ ମିଳିନାହିଁ । ହୃଦଘାତ ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏ ସମ୍ପର୍କରେ ଜଣାପଡ଼ିବ ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.